Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୀରମହାରାଜପୁର ଦୈନିକ ପରିବା ବଜାର ପାଲଟିଛି ଆବର୍ଜନା ବଜାର , ପିଇବା ପାଣିର ବ୍ୟବସ୍ଥା ନାହିଁ , ସାଇକେଲ ଷ୍ଟାଣ୍ଡ ନାହିଁ କି ପରିସ୍ରା ଗାର ଟିଏ ନାହିଁ , ହନ୍ତସନ୍ତ କ୍ରେତା ବିକ୍ରେତା

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଦୈନିକ ପନିପରିବା ବଜାର ଏବେ ଅପରିଷ୍କାର ସହ ଦୁର୍ଗନ୍ଧମୟ ପାଲଟିଛି । ଯାହାଫଳରେ କ୍ରେତା ବିକ୍ରେତାଙ୍କ ମଧ୍ୟରେ ଅସନ୍ତୋଷର ବାତାବରଣ ସୃଷ୍ଟି ହେଉଥିବା ଦେଖିବାକୁ ମିଳିଛି। ଅଞ୍ଚଳର ବହୁ ଚାଷୀ ଏହି ଦୈନିକ ବଜାର ଉପରେ ନିର୍ଭର କରିଥାନ୍ତି। ପ୍ରତ୍ୟେକ ଦିନ ସକାଳ ଠାରୁ ମଧ୍ୟାହ୍ନ ସମୟ ପର୍ଯ୍ୟନ୍ତ ‌ଚାଷୀ ଖରା ବର୍ଷା ଶୀତରେ ନିଜର ପନିପରିବା ବିକ୍ରି କରୁଥିବା ଦେଖିବାକୁ ମିଳିଛି। ବଜାର ପରିସର ଅପରିଷ୍କାର ରହୁଥିବା ବେଳେ ପିଇବା ପାଣିର ବ୍ୟବସ୍ଥା ନାହିଁ। କ୍ରେତା ବିକ୍ରେତା ମାନେ ଆସୁଥିବା ସାଇକେଲ ଓ ବାଇକ ଅସୁରକ୍ଷିତ ସ୍ଥାନରେ ରଖୁଥିବା ଦେଖିବାକୁ ମିଳିଛି। ଯାହାଫଳରେ ଏଠାରୁ ଚୋରି ହେଉଥିବା ବିଭିନ୍ନ ସମୟରେ ଥାନାରେ ଅଭିଯୋଗ ହେଇଛି। ଯାହାଫଳରେ ଉଭୟ କ୍ରେତା ବିକ୍ରେତାଙ୍କ ମଧ୍ୟରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି। ପଞ୍ଚାୟତ କର୍ତ୍ତୃପକ୍ଷ ସମସ୍ତ ବିକ୍ରାତାଙ୍କ ଠାରୁ ଦୈନିକ ଟିକସ ଆଦାୟ କରି ବର୍ଷକୁ ଲକ୍ଷାଧିକ ଟଙ୍କା ଆଦାୟ କରୁଛନ୍ତି । ହେଲେ ପଞ୍ଚାୟତ କର୍ତ୍ତୃପକ୍ଷ ପିଇବା ପାଣିର ବ୍ୟବସ୍ଥା କରିନଥିବା ବେଳେ ସଫେଇ କାର୍ଯ୍ୟ ହେଉନଥିବା ଯୋଗୁଁ ଏଠାରେ ଆବର୍ଜନା କୁଣ୍ଡରେ ପରିଣତ ହେଇଛି ।‌ ଏଠାରେ ଆର୍ବଜନା ଗୁଡ଼ିକ ଏକାଠି ଜମି ରହି ପଚି ସଢି ଦୁର୍ଗନ୍ଧ ହେଉଅଛି।‌ ଯାହାଫଳରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଏନେଇ ଚମ୍ପାମାଲ ପଞ୍ଚାୟତ ନିର୍ବାହୀ ଅଧିକାରୀ ଅକ୍ଷୟ ଭୋଇ ଙ୍କୁ ଯୋଗାଯୋଗ କରାଯିବାରୁ ଦୈନିକ ଟିକସ ଆଦାୟ ହେଉଛି, ଖୁବ ଶୀଘ୍ର ସରପଞ୍ଚ ଙ୍କ ସହ କଥା ହୋଇ ଜଳ ଛତ୍ର ଖୋଲାଯିବ ବୋଲି କହିଥିଲେ । ତୁରନ୍ତ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ବିହିତ ପଦକ୍ଷେପ ନେବାପାଇଁ ବୃଦ୍ଧିଜୀବି ମହଲରେ ଦାବି ହେଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ