ମେଣ୍ଡେଲୀପାଲି ଗାଁ ରେ ଡାକ୍ତରୀ ଟିମ୍ ପହଁଚି ଝାଡାବାନ୍ତି ଘଟଣାର ଅନୁଧ୍ଯାନ କଲେ


ବୀରମହାରାଜପୁର : (ସୌମିତ୍ରି ମେହେର )
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଲୁତୁରପଙ୍କ ପଞ୍ଚାୟତ ର ମେଣ୍ଡେଲୀପାଲି ଗ୍ରାମରେ ଝାଡ଼ା ବାନ୍ତିରେ ଆକ୍ରାନ୍ତ ହୋଇ ଗୋଟିଏ ପରିବାରର ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ 2 ଜଣ ବୁର୍ଲା ମେଡିକାଲ ରେ ଚିକିତ୍ସିତ ହେଉଛନ୍ତି I ଏ ସମ୍ପର୍କରେ ଗଣମାଧ୍ୟମରେ ଖବର ପ୍ରସାରିତ ହେବା ପରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି I ରବିବାର ବୀରମହାରାଜପୁର ଉପଖଣ୍ଡ ଚିକିତ୍ସାଳୟ ର ଏକ ଡାକ୍ତରିଦଳ ଉକ୍ତ ଗାଁ ରେ ପହଁଚି ସ୍ଥିତି ଅନୁଧ୍ୟାନ କରିଛନ୍ତି I ଗାଁ ର ସମସ୍ତ ଆକ୍ରାନ୍ତଙ୍କ ନମୁନା ସଂଗ୍ରହ କରିଥିଲେ l ତେବେ 3 ଜଣ ନାବାଳକ ଙ୍କ ସମେତ 5 ଜଣ ଝାଡାବାନ୍ତି ରେ ଆକ୍ରନ୍ତ ହୋଇଥିଲେ l ପ୍ରବଳ ଉତ୍ତାପ ଓ ଖାଦ୍ୟରେ କିଛି ବିଷକ୍ରିୟା ଯୋଗୁଁ ଝାଡ଼ା ବାନ୍ତି ହୋଇଥାଇପାରେ ବୋଲି ଡାକ୍ତରୀ ଟିମ୍ କହୁଥିବାବେଳେ ସଂଗୃହିତ ନମୁନା ର ପରୀକ୍ଷା ପରେ ସଠିକ ତଥ୍ୟ ଜଣାପଡିବ ବୋଲି ପ୍ରକାଶ l ଡାକ୍ତରୀ ଦଳ ରେ ଡାକ୍ତର ମାନସ ନାଏକ , ଫାର୍ମାଶିଷ୍ଟ ଗଦାଧର ସୁରଜାଲ୍ , ପିଏଚଓ ସ୍ଵର୍ଣ୍ଣପ୍ରଭା ଜୁଏଡ , ଏ ଡି ପି ଏଚ୍ ଓ ଡାକ୍ତର ରମେଶ ସ୍ୱାଇଁ ଙ୍କ ନେତୃତ୍ଵରେ ଏକ ଦଳ ସ୍ଥିତି ଅନୁଧ୍ୟାନ କରି ଫେରିଛନ୍ତି I ତେବେ ବୀରମହାରାଜପୁର ଡାକ୍ତରଖାନା ଅଧିକ୍ଷକ ଡାକ୍ତର ସଞ୍ଜୟ ମହାପାତ୍ର କହିଛନ୍ତି ଘଟଣା ସମ୍ପର୍କରେ ତାଙ୍କରି ଦଳ ତୀକ୍ଷଣଦୃଷ୍ଟି ରଖିଛନ୍ତି ଏବଂ ସେଠାରେ ଉପସ୍ଥିତ ମଧ୍ୟ ରହିଛନ୍ତି I