Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆରମ୍ଭ ହେଲା ମୁତ୍ୟାଲୁମ୍ମାଙ୍କ ନବଦିନ ଘଣ୍ଟ ଯାତ୍ରା…୯ଦିନ ଧରି ଉତ୍ସବ ମୁଖର ରହିବ ଲକ୍ଷ୍ମୀପୁର….

ଲକ୍ଷ୍ମୀପୁର ୨୩/୦୪ … କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ରେ ସୋମବାର ଠାରୁ ଆରମ୍ଭ ହୋଇଛି ମୁତ୍ୟାଲୁମ୍ମା ଙ୍କ ନବ ଦିନ ବ୍ୟାପି ଘଣ୍ଟ ଯାତ୍ରା। ଜିଲ୍ଲା ପ୍ରସିଦ୍ଧ ଏହି ଘଣ୍ଟ ଯାତ୍ରା ପାରମ୍ପରିକ ରୀତିନୀତି ଅନୁଯାୟୀ ପାଳନ କରଯାଉଥିବା ବେଳେ ସୋମବାର ଦିନ ରାତ୍ର ୯ଘଟିକା ସମୟରେ ଶୁଭ ମୁହୂର୍ତ ଅନୁଯାୟୀ ପୂଜାରୀ ଙ୍କ ଘରୁ ବିରାଟ ପଟୁଆରରେ ବାଜା ରୋଷଣୀ ବାଣ ଫୁଟାଇ ମୁତ୍ଵାଲୁମ୍ମା ଙ୍କୁ ନିମନ୍ତ୍ରଣ କରାଯାଇଥିଲା। ମୁତ୍ୟାଲୁମ୍ମା ମନ୍ଦିର ରେ ନବ ବସ୍ତ୍ର ସହ ବିଭିନ୍ନ ପ୍ରକାର ଫଳ ମୂଳ ସହ ସୁସ୍ୱାଦ ଭୋଜନ ପରଖି ନିମନ୍ତ୍ରିତ କରାଯାଇ ଅସ୍ଥାୟୀ ମନ୍ଦିର ରୁ ମୁତ୍ୟାଲୁମ୍ମା ଙ୍କୁ ପାଛୋଟି ଅଣାଯାଇଥିଲା। ରାତ୍ର ୧୨ ଟା ପର୍ଯ୍ୟନ୍ତ ହଜାର ହଜାର ଭକ୍ତ ଙ୍କ ଉପସ୍ଥିତ ଯାତ୍ରା ପଡିଆ କୁ ଗହଳି କରି ରଖିଥିଲା।ମୁତ୍ୟାଲୁମ୍ମା ଙ୍କ ଏହି ଘଣ୍ଟ ଯାତ୍ରା ୯ଦିନ ଧରି ଅନୁଷ୍ଠିତ ହଉଥିବା ବେଳେ ବୁଧବାର ଦିନ ଠାରୁ ଗୋଟିଏ ଫୁଲପରଡ଼ା ସହ ୮ଟି ଘଣ୍ଟ ଘର ଘର ବୁଲି ଗାଁ ପରିଭ୍ରମଣ କରିବ। ସ୍ଥାନୀୟ ଗ୍ରାମ୍ୟ କମିଟି ଦ୍ୱାରା ଏହି ଯାତ୍ରା ଆୟୋଜନ କରାଯାଉଥିବା ବେଳେ ଯାତ୍ରା ର ମୁଖ୍ୟ ଆକର୍ଷଣ ଥାନା ନିଆଁ, ଫୋରେଷ୍ଟର ନିଆଁ, କଣ୍ଟା ଦୋଳି ରେ ବସିବା, ବାଘ ବେସ ରେ ଗାଁ ପରିଭ୍ରମଣ କରିବା, ବିହନ ବଣ୍ଟନ କରିବା, ଛେଳି ରକ୍ତ ଶୋଷଣ କରିବା, ବରତ ଟାଣିବା, ପିଲକି ଅଲକାମ, ଗାଁ ବାନ୍ଧିବା ଭଳି ଅନେକ ଅଲୌକିକ କାର୍ଯ୍ୟକ୍ରମ ଗୁଡିକ କରାଯାଇଥାଏ। ଲକ୍ଷ୍ମୀପୁର ବଜାର ଠାରୁ ମନ୍ଦିର ପର୍ଯ୍ୟନ୍ତ ସୁନ୍ଦର ଆଲୋକ ସଜ୍ଜା ରେ ସଜ୍ଜା ଯାଇଥିବା ବେଳେ ମିନାବଜାର ଏକ ମନୋରଞ୍ଜନ ର ମାଧ୍ୟମ ପାଲଟିଛି। ଯାତ୍ରା କୁ ଦୃଷ୍ଟି ରେ ରଖି ପ୍ରାୟ ସମସ୍ତଙ୍କ ଘରେ ବନ୍ଧୁ ବାନ୍ଧବ ଙ୍କ ଗହଳି ହୋଇଥାଏ।ଯାତ୍ରା ର ଶେଷ ୪ ଦିନ ହଜାର ହଜାର ଲୋକଙ୍କ ଗହଳି କୁ ଦୃଷ୍ଟି ରେ ରଖି କମିଟି ତରଫରୁ ୪ ଦିନ ଆଧୁନିକ ଓ ପୌରାଣିକ ନାଟକ ର ବ୍ୟବସ୍ଥା କରାଯାଉଥିବା ବେଳେ ଗୋଟିଏ ଦିନ ମେଲୋଡି କାର୍ଯ୍ୟକ୍ରମ ମଧ୍ୟ କରାଯିବାର ବ୍ୟବସ୍ଥା କରାଯାଇଛି। ଚଳିତ ବର୍ଷ ଗତ ବର୍ଷ ର କମିଟି ହିଁ ଯାତ୍ରା ପରିଚାଳନା ର ଦାୟିତ୍ୱ ନେଇଁ ଥିବା ବେଳେ ସଭାପତି ଭାବେ ପଞ୍ଚାନନ ଟାକ୍ରୀ, କୋଷାଧକ୍ଷ ଏ ରମେଶ କୁମାର,ସମ୍ପାଦକ ରଞ୍ଜନ ସୂଚେନ,ଅମରେଶ ଶତପଥି, ବୁଲୁ କର୍କରା,ସିମାଞ୍ଚଳ ବୈପାରୀ, ପି.ଅଭିମନ୍ୟୁ ରାଓ, ତ୍ରିନାଥ ମହାରଣା,କୁନା ବିଡ଼ିକ ଙ୍କ ସମେତ ଯୁବକ ଭାଇ ମାନେ ସହଯୋଗ ରେ ଯାତ୍ରା ପରିଚାଳନା କରାଯାଉଛି। ପ୍ରଥମ ଦିନ ରେ ଯାତ୍ରା ଶାନ୍ତି ଶୃଙ୍ଖଳା ରେ ଅନଯିବା ସକାଶେ ଏସଡିପିଓ ବିରଞ୍ଚି ନାରାୟଣ ଜଗତ, ଆଇଆଇସି ସୁଜ୍ଞାନୀ ସାହୁ ଙ୍କ ସମେତ ପୋଲିସ ଫୋର୍ସ ଉପସ୍ଥିତ ରହିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ