କେନଝରିଆ ପାଲି ହାଇସ୍କୁଲ ରେ ଶକ୍ତି ସଂରକ୍ଷଣ ସଚେତନତା ସୃଷ୍ଟି କାର୍ଯ୍ୟକ୍ରମ


ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କେନଝରିଆ ପାଲି ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ ପରିସରରେ ଶକ୍ତି ସଂରକ୍ଷଣ ସଚେତନତା ସୃଷ୍ଟି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ମଙ୍ଗଳବାର ଆୟୋଜିତ କାର୍ଯ୍ଯକ୍ରମରେ ପ୍ରଧାନ ଶିକ୍ଷକ ବ୍ରଜ ମୋହନ ବାରିକ ଅଧ୍ୟକ୍ଷତା କରିଥିବା ବେଳେ ଛାତ୍ରଛାତ୍ରୀ ଙ୍କୁ ଶକ୍ତି ସଂରକ୍ଷଣ ଆବଶ୍ୟକତା ଓ ସଦୁପଯୋଗ କରିବା ପାଇଁ ଉପଦେଶ ଦେଇଥିଲେ I ଶିକ୍ଷକ ଦୀନବନ୍ଧୁ ପ୍ରଧାନ ଶକ୍ତି ସଂରକ୍ଷଣର ଉପାଦେୟତା ବିଷୟରେ ଆଲୋକପାତ କରିଥିଲେ l ସହକାରୀ ଶିକ୍ଷକ ଜଗଦୀଶ ପ୍ରଧାନ , ପ୍ରମୋଦ କୁମାର ପାତ୍ର , ମୀନକେତନ ରଣl ପ୍ରମୁଖ ଉକ୍ତ ବିଷୟରେ ବକ୍ତବ୍ୟ ରଖିଥିଲେ I ଏ ଅବସରରେ ଛାତ୍ରଛାତ୍ରୀମାନେ ସଚେତନତା ଶୋଭାଯାତ୍ରା ଗ୍ରାମ ପରିକ୍ରମା କରିଥିଲେ ଓ ଶିକ୍ଷକ ମାନେ ଛାତ୍ରଛାତ୍ରୀ ଙ୍କୁ ଶପଥ ପାଠ କରାଇଥିଲେ l ବିଜ୍ଞାନ ଶିକ୍ଷକ ଗୌରୀଶଙ୍କର ପୂଜାହାରୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l