Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଭିନ୍ନ ମାମଲାରେ ଫେରାର ଥିବା ୭ ଜଣଙ୍କୁ ଓ୍ବାରେଣ୍ଟ ବଳରେ ଗିରଫ କରି କୋର୍ଟ ଚାଲାଣ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଦୀର୍ଘଦିନ ଧରି ବିଭିନ୍ନ ମାମଲାରେ ଫେରାର ଥିବା ୭ ଜଣଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସମସ୍ତ ଗିରଫ ବ୍ୟକ୍ତିଙ୍କ ନାମରେ ଜାମିନ ବିହିନ ଗିରଫ ନିର୍ଦ୍ଦେଶ ରହିଥିବା ଥାନା ଅଧିକାରୀ ଚିରଞ୍ଜିବୀ ବେହେରା କହିଛନ୍ତି। ଗିରଫଙ୍କ ମଧ୍ୟରେ କିରାମାହା ଗ୍ରାମର ବିଶ୍ୱନାଥ ମଲିକଙ୍କୁ ଚଢ଼ାଉ କରି ଗିରଫ କରାଯାଇଛି। ତାଙ୍କ ନାମରେ ମାମଲା (୩୦୨/୧୧) ରହିଥିଲା। ସେ ଫେରାର ଥିବାରୁ ଜାମିନ ବିହୀନ ଗିରଫ ନିର୍ଦ୍ଦେଶ ରହିଥିଲା। ସେହିପରି ଉକ୍ତ ଥାନା ଗଦାପୁର ଗ୍ରାମର ସିମନ ବଳିୟାରସିଂଙ୍କୁ ମଧ୍ୟ ମାମଲା ( ୨୩/୨୨)ରେ ଗିରଫ କରାଯାଇଥିବା ବେଳେ ଅନ୍ୟ ଏକ ମାମଲା (୧୭୩/୨୨) ରେ ୫ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ମଧ୍ୟରେ ରାଇକଣା ଗ୍ରାମର ପକଲା ବଳିୟାରସିଂ,ଲାଲୁ ବଳିୟାରସିଂ ,କାଳିଆ ବଳିୟାରସିଂ ଓ ପେଟା ବଳିୟାରସିଂ ରହିଛନ୍ତି।
ପ୍ରକାଶ ଯେ, ଆସନ୍ତା ୨୦ରେ ସାଧାରଣ ନିର୍ବାଚନ ରହିଛି। କିଭଳି ସମସ୍ତ ବୁଥ୍‌ରେ ଶାନ୍ତି ଶୃଙ୍ଖଳାର ସହ ମତଦାନ ହୋଇପାରିବ ସେନେଇ ଜିଲା ପୋଲିସ ତଥା କନ୍ଧମାଳ ଏସ୍‌ପି ଶୁଭେନ୍ଦୁ ପାତ୍ର, ବାଲିଗୁଡ଼ା ଏସ୍‌ଡିପିଓ ରାହୁଲ ଗୋଏଲଙ୍କ ନିର୍ଦ୍ଦେଶ କ୍ରମେ ବ୍ରାହ୍ମଣୀଗାଁ ଥାନା ପକ୍ଷରୁ ବିଭିନ୍ନ ସ୍ଥାନରେ ବ୍ଲକିଂ କରି ଗାଡ଼ିମୋଟର ଯାଞ୍ଚ ସହ ବିଭିନ୍ନ ମାମଲାରେ ଫେରାର ଥିବା ଅପରାଧୀଙ୍କୁ ପୋଲିସ ଖୋଜି ଧରିବା କାର୍ଯ୍ୟକୁ ଜୋରଦାର କରୁଛି। ସେହିପରି ଦୈନିକ ଫ୍ଲାଗମାର୍ଚ୍ଚ, ପାଟ୍ରୋଲିଂକୁ ଜୋର୍‌ଦାର କରାଯାଉଥିବା ପୋଲିସ କହିଛି। ସମ୍ବେଦନ ଓ ଅତି ସମ୍ବେଦନଶୀଳ ଅଞ୍ଚଳରେ ପାଟ୍ରୋଲିଂ ଜୋର୍‌ଦାର କରାଯାଉଥିବା ବିଷୟ ପୋଲିସ ପ୍ରକାଶ କରିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ