Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦଶମନ୍ତପୁର ରେ ଭିକେ ପାଣ୍ଡିଆନ..କୋରାପୁଟ ଏମପି ପ୍ରାର୍ଥୀନି ଙ୍କ ସହ    ପଟାଙ୍ଗି ଓ  ଲକ୍ଷ୍ମୀପୁର ବିଜେଡି ପ୍ରାଥୀ ଙ୍କୁ ବିପୁଳ ଭୋଟ ଦେଇ ଜୟଯୁକ୍ତ କରିବାକୁ ନିର୍ବାଚନୀ ସଭାରେ   ଅନୁରୋଧ  କଲେ।

ଲକ୍ଷ୍ମୀପୁର ୨୬/୦୪…ନବୀନ ପଟନାୟକ ସରକାର ଶିକ୍ଷା,ସ୍ବାସ୍ଥ୍ୟ ,ଗମନା ଗମନ
ସ୍କୁଲ ,ସଂସ୍କୃତି ,ସାଂସ୍କୃିତିକ ପୀଠ,ପର୍ଯ୍ୟଟନ ,ମହିଳା ସଶକ୍ତିକରଣ,ଜୀବନ ,
ଜୀବିଜା ର ବ୍ୟବସ୍ଥାର ଉନ୍ନତି ଆଣିବାରେ ବହୁ ବିଧ ପଦକ୍ଷେପ ଗ୍ରହଣ କରିଛନ୍ତି । ଏଣୁ ୧୩ ତାରିଖ ନିର୍ବାଚନରେ ୨ଜଣକୁ ଶଙ୍ଖ ଚିହ୍ନରେ ଭୋଟ ଦେବେ ।ଗୋଟେ ଥର  ଏମପି ଓ  ଅନ୍ୟଟି ଏମ ଏଲଏ ପ୍ରାର୍ଥୀଙ୍କୁ ଭୋଟ ଦେଇ ଯୟଲାଭ କରିବାକୁ ଭୋଟରଙ୍କୁ  ନିବେଦନ କଲେ  ଭି କାର୍ତ୍ତିକେୟ ପାଣ୍ଡିୟାନ  ।
  ବର୍ଷା,ଖରାକୁ ଖାତିର କରିବ ନାହିଁ । ୧୩ ତାରିଖ ଦିନ ସବୁ କାମ ଛାଡି  ଘରୁ ବାହାରି  ସମସ୍ତେ ବୁଥ କେନ୍ଦ୍ରକୁ ଯାଇ ଭୋଟ ଦେବେ ।  ୯୫ପ୍ରତିଶତ ମତଦାନ କରିବାକୁ ଅନୁରୋଧ କରିଛନ୍ତି । ନବୀନ ପଟନାୟକ ଆପଣ ମାନଙ୍କ ସହ ସବୁ ବେଳେ ରହି ଆସି ଛନ୍ତି ।  କିନ୍ତୁ ବିରୋଧି କେବେ ଆସିନାହାନ୍ତି।  ନିର୍ବାଚନ ସମୟହେଲେ ଭୋଟ ମାଗିବାକୁ ଆସୁଛନ୍ତି ।ଏଣୁ ସେମାନଙ୍କୁ ଭୋଟ ଦେଲେ ନଷ୍ଟ ହୋଇଯିବ । କିଛି କରିବେ ନାହିଁ କହିଲେ ପାଣ୍ଡିୟାନ ।ଏହା ସହ ଜଣେ କେନ୍ଦ୍ର ମନ୍ତ୍ରୀ କିଛି କରୁନାହାନ୍ତି କେବଳ ଅଭିଯୋଗ କରୁଛନ୍ତି ବୋଲି ତ୍ରୀବ୍ର କଟାକ୍ଷ କରିଛନ୍ତି ।
ଧର୍ମେନ୍ଦ୍ର ପ୍ରଧାନଙ୍କ ନାମ ନ ନେଇ ଜଣେ କେନ୍ଦ୍ର ମନ୍ତ୍ରୀ  ସେ ଶିକ୍ଷା ବିଭାଗର ମନ୍ତ୍ରୀ ଥାଇ  କିଛି କରିନାହାନ୍ତି ବୋଲି ଅଭିଯୋଗ  କରିବା ସହ ମୂଖ୍ୟମନ୍ତ୍ରୀଙ୍କୁ ସବୁବେଳେ ବିରୋଧ କରୁଛନ୍ତି ବୋଲି କହି ନିର୍ବାଚନରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ  ଟାର୍ଗେଟ କରିଛନ୍ତି ।
  ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳି ର ଦଶମନ୍ତପୁର ସଭାରେ  ବିଜେଡ଼ି ପ୍ରାର୍ଥୀ ପ୍ରଭୁ ଯାନୀ ଓ କୋରାପୁଟ ସାଂସଦ ପ୍ରାର୍ଥୀନୀ କୌଶଲ୍ୟା ହିକକା ଙ୍କୁ  ଭୋଟଦେବା ପାଇଁ ନିବେଦନ ଜରିଛନ୍ତି ଲକ୍ଷ୍ମୀପୁର ବିଧାୟକ ପ୍ରାର୍ଥୀ ସହ କୋରାପୁଟ ଏମପି ପ୍ରାର୍ଥୀଙ୍କ ପାଇଁ  ୫ ଟି ସଚିବ ଭିକେ ପାଣ୍ଡିଆନ ଆଜି ପ୍ରଚାର ଆରମ୍ଭ କରିଛନ୍ତି। ଏକ ସ୍ୱତନ୍ତ୍ର ହେଲିକେପଟର ଯୋଗେ   ଜୟପୁର ରୁ  ପଟାଙ୍ଗି ପରେ  ଲକ୍ଷ୍ମୀପୁର ନିର୍ବାଚନୀ ମଣ୍ଡଳି ଦଶମନ୍ତପୁର  ଜଗନ୍ନାଥ ମନ୍ଦିର ସମ୍ମୁଖ ପଡିଆ ରେ ପହଂଚି  ସଭାରେ ସରକାରଙ୍କ ସଫଳତା ଗୁଡିକ କହିବା ସହ ବିଜେଡି ଦଳକୁ   ଭୋଟ ଦେବାକୁ ନିବେଦନ କରିଥିଲେ ।ଦଶମନ୍ତପୁର ରେ
  ବିଧାୟକ ପ୍ରାର୍ଥୀ  ପ୍ରଭୁ ଯାନୀ, ସାଂସଦ ପ୍ରାର୍ଥୀନୀ କୌଶଲ୍ୟା ହିକକା ଜିଲ୍ଲା ସଭାପତି ଝିନ ହିକକା, ଜିଲ୍ଲା ସମ୍ପାଦକ ପଣ୍ଡିତ ବିଶୋଇ, କୋରାପୁଟ ପୌରାଧ୍ୟାକ୍ଷ ଲଲାଟ ରଞ୍ଜନ ସେଠି ଦଳୀୟ କର୍ମୀ ଓ ଦଳୀୟ ପ୍ରାର୍ଥୀ  ପାଣ୍ଡିଆନ ଙ୍କୁ ସ୍ୱାଗତ କରିଥିଲେ। ଦଶମନ୍ତପୁର ବ୍ଳକ ସଦର ରେ ନୂତନ ଭାବେ ହୋଇଥିବା ଜଗନ୍ନାଥ ମନ୍ଦିର ରେ  ଶ୍ରୀ ପାଣ୍ଡିଆନ ପହଞ୍ଚି ଜଗନ୍ନାଥ  ଦର୍ଶନ କରି ପୂଜାର୍ଚନା କରିଥିଲେ ସେଠାରୁ ମନ୍ଦିର ନିକଟସ୍ଥ ସଭା ମଞ୍ଚ କୁ ଆସି ଥିଲେ। ଶ୍ରୀ ପାଣ୍ଡିଆନ ଆସିବା ପୂର୍ବରୁ ଓଲିଉଡ ର କଳା କାର ମାନେ ମଞ୍ଚ ଉପରେ ନାଚ ଗୀତ କରି ଭୋଟର ଙ୍କ ମନ ଜିଣିବାକୁ ଚେଷ୍ଟା କରିଥିଲେ।
ମୁଖ୍ୟମନ୍ତ୍ରୀ ଓଡ଼ିଶାର ବିକାଶ କଥା ଚେଷ୍ଟା କରୁଥିବାବେଳେ କେନ୍ଦ୍ର ମନ୍ତ୍ରୀ ଓଡିଶା ରେ କିଛି କାମ କରୁନାହାନ୍ତି, ବିରୋଧୀ ସବୁବେଳେ ବିକାଶ କାର୍ଯ୍ୟକ୍ରମ କୁ ଇର୍ଷା କରୁଛନ୍ତି, ଶିକ୍ଷା ସ୍ୱସ୍ଚ୍ୟ ଗମନାଗମନ ରେ ନବୀନ ସରକାର ଙ୍କ କାମ ଦେଶ ରେ ସବୁଠୁ ଉଚ୍ଚ ରେ ବୋଲି କହିଥିଲେ, ଏହି ନିର୍ବାଚନ ରେ  ନବୀନ ପଟନାୟକଙ୍କ ବିରୋଧରେ  ଷଢଯନ୍ତ୍ରୀ କାରୀଙ୍କୁ ଉଚିତ ଜବାବ ଦେବାକୁ କହିବା ସହ ନବୀନ ସରକାର ଙ୍କ ଯୋଜନା ଗୁଡିକ ଉପରେ ଉପସ୍ଥିତ ଜନତା ଙ୍କୁ ଶ୍ରୀ ପାଣ୍ଡିଆନ କହିଥିଲେ
ମହିଳା ଙ୍କୁ ରୋଜଗାର ସହ ମୁଖ୍ୟମନ୍ତ୍ରୀ ମହିଳା ଙ୍କୁ ଦୁବାଇ ପଠାଉଛନ୍ତି ଏପରି ଅନେକ କାର୍ଯ୍ୟକ୍ରମ କରି ଦେଖାଇଛନ୍ତି ବୋଲି କହିଥିଲେ।ନବୀନ ସରକାରଙ୍କ କାର୍ଯ୍ୟାକ୍ର.ପାଣ୍ଡିୟାନଙ୍କ ପଦକ୍ଷେପ ଓ ଭାଷଣ ଶୁଣି ଖୁସି ପ୍ରକଟ କରିଛନ୍ତି।କାର୍ଯ୍ୟକ୍ରମ ରେ ଦଶମନ୍ତପୁର ସମେତ ଲକ୍ଷ୍ମୀପୁର ବନ୍ଧୁଗାଁ ନାରାୟଣପାଟଣା ବ୍ଳକ ର ଶତାଧିକ କର୍ମୀ ଉପସ୍ଥିତ ରହିଥିଲେ। ଭିକେ ପାଣ୍ଡିଆନ ଙ୍କ ଉପସ୍ଥିତିରେ କଂଗ୍ରେସ ର କୋରାପୁଟ ବିଧାୟକ ଆଶାୟୀ ପ୍ରାର୍ଥୀ ଧର୍ମେନ୍ଦ୍ର ବିଡ଼ିକା ଙ୍କ ସମେତ କିଛି କର୍ମୀ ବିଜେଡ଼ି ରେ ସାମିଲ ହୋଇଥିଲେ।  ପାଣ୍ଡିଆନ ଙ୍କ ସୁରକ୍ଷା ସକାଶେ ସାଧା ପୋଷାକରେ ଶତାଧିକ ପୋଲିସ ମୃତୟନ ହୋଇଥିଲେ।କୋରାପୁଟ ଏସ୍ଡ଼ିପିଓ ଲକ୍ଷ୍ମୀପୁର,ଦଶମନ୍ତପୁର ଆଇଆଇସି ଙ୍କ ସମେତ ପୋଲିସ ଫୋର୍ସ ମଧ୍ୟ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ