Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପରିମଳ ବ୍ୟବସ୍ଥା କେବଳ କାନ୍ଥରେ ସୀମିତ ଗାଁ କଲ୍ଯାଣ ସମିତି

ବୀରମହାରାଜପୁର : (ସୌମିତ୍ରି ମେହେର) ଗାଁ ପରିବେଶ ସୁସ୍ଥ ରହିଲେ ପଞ୍ଚାୟତ ସୁସ୍ଥ ରହିବ। ପଞ୍ଚାୟତ ସୁସ୍ଥ ରହିଲେ ରାଜ୍ୟ ସୁସ୍ଥ ରହିବ। ଏହି ଲକ୍ଷ୍ୟ ନେଇ ଜାତୀୟ ଗ୍ରାମୀଣ ସ୍ବାସ୍ଥ୍ୟ ମିଶନର ଗାଁ କଲ୍ୟାଣ ସମିତି ଭଳି ମହତ୍ ଯୋଜନା କାର୍ଯ୍ୟକାରୀ କରାଯାଇଛି । ଗାଁର ସ୍ବାସ୍ଥ୍ୟ , ପରିମଳ , ଅପପୁଷ୍ଟି , ଶିଶୁ ମୃତ୍ୟୁ ଏବଂ ମାତୃ ମୃତ୍ୟୁହାରରେ ବ୍ରେକ ଲଗାଇବା ଯୋଜନାର ମୁଖ୍ୟ ଲକ୍ଷ୍ୟ। କିନ୍ତୁ ସଚେତନତା ଅଭାବରୁ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ରେ ଗାଁ କଲ୍ୟାଣ ସମିତି ଲକ୍ଷ୍ୟ ଠାରୁ ଦୂରେଇ ଯାଇଛି। ଗାଁ କଲ୍ୟାଣ ପାଇଁ ଗଠନ ହୋଇଥିବା ସମିତି ନିଜର ନୈତିକ ଦାଇତ୍ୱକୁ ସଠିକ ଢଙ୍ଗରେ କାର୍ଯ୍ୟ କରିବାରେ ବିଫଳ ହୋଇଛି। ଏପରି ସ୍ଥିତିରେ ଏହି ପାଣ୍ଠି କେଉଁ କାମରେ ଲାଗୁଛି ତା’ର ସବିଶେଷ ଯାଞ୍ଚ ହେବା ଆବଶ୍ୟକ। ୨୦୦୯-୧୦ ରେ ଗାଁ କଲ୍ୟାଣ ସମିତି ଯୋଜନା କାର୍ଯ୍ୟକାରୀ ହୋଇଥିଲା । ପ୍ରତ୍ୟେକ ରାଜସ୍ବ ଗ୍ରାମକୁ ନେଇ ଗୋଟିଏ ଗାଁ କଲ୍ୟାଣ ସମିତି ଗଠନ କରାଗଲା । ଏଥିପାଇଁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ୧୦ ହଜାର ଟଙ୍କା ଅନୁଦାନ ପ୍ରଦାନ କରା ଯାଇଥିଲା । ବୀରମହାରାଜପୁର ବ୍ଲକ ରେ ପ୍ରତ୍ୟେକ ଗ୍ରାମରେ ଉକ୍ତ ଯୋଜନା କାର୍ଯ୍ୟକାରୀ ହେଉଛି। ଗାଁର ସ୍ବାସ୍ଥ୍ୟ , ପରିମଳ , ଅପପୁଷ୍ଟି , ଶିଶୁ ଏବଂ ମାତୃ ମୃତ୍ୟୁହାର ହ୍ରାସ ଦିଗରେ ସମିତିକୁ ସଚେତନତା ପରେ ମଧ୍ୟ ଏହା ଲକ୍ଷ୍ୟ ଠାରୁ ଦୂରେଇ ଯାଉଥିବା ଜଣା ପଡିଛି l ଫଳରେ ବର୍ଷା ଦିନ ପୂର୍ବରୁ ଗ୍ରାମର ଅସ୍ୱାସ୍ଥ୍ୟକର ପରିବେଶ ସୁଧାର ଆସୁନଥିବା ଦେଖିବାକୁ ମିଳିଛି । ୱ।ର୍ଡସଭ୍ୟ ଙ୍କୁ ସମିତିର ସଭାପତି ଏବଂ ଅଙ୍ଗନୱାଡ଼ି କର୍ମୀ ଙ୍କୁ ସମ୍ପାଦକ ଦାୟିତ୍ବ ହସ୍ତାନ୍ତର କରାଯାଇଛି। ‌ ଗାଁର ସ୍ବାସ୍ଥ୍ୟ ପ୍ଲାନ, ରୋଗୀଙ୍କୁ ମେଡିକାଲ ପହଞ୍ଚାଇବା , ଜରୁରୀ ସ୍ବାସ୍ଥ୍ୟ ସେବା, ବିଶୁଦ୍ଧ ପାନୀୟ ଜଳ ଯୋଗାଣ ନିଶ୍ଚିତ କରିବା ଦିଗରେ କମିଟି ପକ୍ଷରୁ ବ୍ୟାପକ ସଚେତନତା କରାଯିବା ଆବଶ୍ୟକ ହୋଇ ପଡିଛି ।