Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାଇକ ଚୋରୀ ରାକେଟ ର ପର୍ଦାଫାଶ :୬ ଗିରଫ :୬ ବାଇକ ଜବତ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ ଅଧିନରେ ଥିବା ସାରଙ୍ଗଗଡ଼ ଥାନା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଚଳିତ ମାସ ୨୧ ତାରିଖ ଦିନ ଗୁଞ୍ଜିବାଡି ଠାରେ ହୋଇଥିବା ଏକ ମଟର ସାଇକେଲ ଚୋରି ଘଟଣାର ଅନୁସନ୍ଧାନ କରିବା ପରେ ଏକ ରାକେଟ ଠାବ ହୋଇଛି। ପୋଲିସ ତଦନ୍ତ ବେଳେ ଗୁଞ୍ଜିବାଡିର କରମେନ୍ଦ୍ର ଦିଗାଲର ପୁଅ ମୁକେଶ ଦିଗାଲକୁ (୨୦) ଗିରଫ କରି ପଚରା ଉଚୁରା ପରେ ସିମନ ବାଡିର ପେରିତ ଦିଗାଲର ପୁଅ ଚିକୁନା ଦିଗାଲ ଓରଫ ଆବ୍ରାହ୍ମ (୧୯), ବିଶ୍ବାମିତ୍ର ପ୍ରଧାନର ପୁଅ ଅଲେଖ ପ୍ରଧାନ ଓରଫ ଆଲେଶ (୧୯), ଓଡ଼ଗାଁ ଥାନାର ପାଣ୍ଡବ ବେହେରାର ପୁଅ ସୁରେନ୍ଦ୍ର ବେହେରା (୩୦), ବାଲିଗୁଡା ଥାନା ତଗାକିଆ ଉଦେଶନା ଗୌଡର ପୁଅ ଗୌର ଗୌଡ(୨୦) ଓ ନୂଆସାହିର ଦେବରାଜ ବାଗର ପୁଅ ସୁଧାଂଶୁ ବାଗ (୨୪) ଏହି ଛଅ ଜଣକୁ ପୋଲିସ ଗିରଫ କରିଛି। ସେମାନଙ୍କ ଠାରୁ ଓଡି ୧୮ବି ୬୯୧୧,ଓଡି ୩୩ଜି ୯୦୯୧,ଓଡି ୩୨ବି ୪୦୩୪,ଓଡି ୧୨ଡି ୨୮୮୬,ଓଡି ୦୫ ବିଏ ୦୯୭୪ ଓ ଓଡି ୧୨ଏ ୨୧୭୬ ହିରୋହୁଣ୍ଡା ସ୍ଟେଣ୍ଡର, ହୁଣ୍ଡା, ଡିଲକ୍ସ ଓ ଆପାଚି ଭଳି ୬ଟି ମଟର ସାଇକେଲ ଜବତ କରିଛି। ଏନେଇ ସାରଙ୍ଗଗଡ଼ ଥାନାରେ ଜି.ଉଦୟଗିରି ଏସଡିପିଓ ବିଜୟ କୁମାର ବିଶି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଏହି ରାକେଟ ଠାବ ହୋଇ ଥିବାର ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ। ସାରଙ୍ଗଗଡ଼ ଥାନା ଅଧିକାରୀ ବଧୁଲିକା ବିଶ୍ବାଳ ଥାନା କେସ ନଂ ୪୪/୨୪ ଧାରା ୩୭୯, ୩୪ ରେ ଏକ ମାମଲା ଋଜୁ କରି ଏସଆଇ କୃଷ୍ଣ ଚନ୍ଦ୍ର ବେହେରା ଅଧିକ ତଦନ୍ତ କରୁଥିବା ବିଷୟ ପ୍ରକାଶ କରିଛନ୍ତି।