Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓଡିଶା ସାଂସ୍କୃତିକ ସମାଜ ପକ୍ଷରୁ ଆମକୋସିମ୍‌କୋ ଦିବସ ପାଳିତ

ସମ୍ବଲପୁର:ଗୁରୁବାର ଓଡିଶା ସାଂସ୍କୃତିକ ସମାଜ ପକ୍ଷରୁ ଆମକୋସିମ୍‌କୋ ଦିବସ ପାଳିତ ହୋଇଯାଇଛି। ଅନୁଷ୍ଠାନର ଉପସଭାପତି ଶିବନାରାୟଣ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ମୁଖ୍ୟବକ୍ତା ଭାବରେ ଯୋଗଦେଇ ଡ. ହରିଶଙ୍କର ପଣ୍ଡା ଭାଗବତରୁ ଦୃଷ୍ଟାନ୍ତ ଦେଇ କହିଥିଲେ ଯେ ଆଦିବାସୀମାନେ ହେଉଛନ୍ତି ମୂଳ ବାସିନ୍ଦା ଜଳ ଜଙ୍ଗଲ ଓ ଜମି ଉପଭୋଗ କରି ନିଜ ଜୀବନ ନିର୍ବାହ କରିବା ନିମନ୍ତେ ଭାରତୀୟ ସଭ୍ୟତା ସେମାନଙ୍କୁ ପ୍ରାଚୀନ କାଳରୁ ଅଧିକାର ଦେଇ ଆସିଛି। ତେବେ ତାଙ୍କର ସେହି ଅଧିକାର ଉପରେ ଆଞ୍ଚ ଆସିଲେ ଆଦିବାସୀ ଗୋଷ୍ଠି ଆନ୍ଦୋଳନ କରିବା ସ୍ୱାଭାବିକ ନିର୍ମଳ ମୁଣ୍ଡାଙ୍କ ନେତୃତ୍ବରେ ବ୍ରିଟିଶ ସରକାରଙ୍କ ବିରୁଦ୍ଧରେ ଏଭଳି ଆନ୍ଦୋଳନ କରିବାରୁ ଆମକୋସିମ୍‌କୋ ନରସଂହାର ଘଟଣା ଘଟିଥିଲା,ବ୍ରିଟିଶ ଗୁଳିରେ ବହୁ ଆଦିବାସୀ ଆନ୍ଦୋଳନକାରି ସେଠାରେ ନିଜ ପ୍ରାଣ ବିସର୍ଜନ କରିଥିଲେ। ଆଲୋଚକ ଭାବରେ ଶିକ୍ଷାବିତ୍ ଅରବିନ୍ଦ ମହାପାତ୍ର କହିଥିଲେ ଯେ,ଗାଙ୍ଗପୁର ରାଜରାଣୀଙ୍କ ଜରିଆରେ ଆଦିବାସୀ ଆନ୍ଦୋଳନକୁ ଦମନ କରିବା କ୍ରମରେ ଏଭଳି ଘଟଣା ଘଟିଥିଲା ଯାହା ବ୍ରିଟିଶ ଅତ୍ୟାଚାରର ଏକ ଜ୍ୱଳନ୍ତ ଉଦାହରଣ। ଆଲୋଚକ ଐତିହାସିକ ଦୀପକ ପଣ୍ଡା କହିଥିଲେ ଯେ,ବ୍ରିଟିଶମାନଙ୍କ ମୂଳ ଉଦ୍ଦେଶ୍ଯ ଥିଲା ଖଜଣା ଆଦାୟ ତେବେ ଖଜଣା ଟକସ ପଇଠ କରିବା ଆଦିବାସୀମାନଙ୍କ ପରମ୍ପରା ବିରୋଧ ଥିଲା ସେମାନେ ଟକସ କମ କରିବାକୁ ଏକଜୁଟ ହୋଇ ଯୋଜନା କରିବା ବ୍ରିଟିଶ ଶାସକଙ୍କ ଚକ୍ଷୁଶୁଳ ହେଲା ଓ ଜାଲିୱାନାବାଲାବାଗ ଭଳି ଏକ ଘଟଣା ଓଡିଶାରେ ଘଟିଗଲା। ସମ୍ପାଦକ ଡ. ସିଦ୍ଧାର୍ଥ ପଣ୍ଡା ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ସହସମ୍ପାଦକ ସୁରେଖା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରଫୁଲ୍ଲ ହୋତା,ଲଲିତ ମୋହନ ବେବର୍ତ୍ତା,ସବ୍ୟସାଚୀ ମିଶ୍ର,ଦିଲୀପ କୁମାର ବଘାର ପ୍ରମୁଖ କାର୍ଯକ୍ରମରେ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ