Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବନ୍ଧୁଗାଁ ବ୍ଳକ ରେ ବିଜେପି ର ମିଶ୍ରଣ ପର୍ବ….କୁଟ୍ରାବେଡା ନିଲାବାଡି ସରପଞ୍ଚ,୩୨ଜଣ କିର୍ତନ ମଣ୍ଡଳି ସଭାପତି ଙ୍କ ସମେତ ୫୦୦ ରୁ ଉର୍ଦ୍ଧ କର୍ମୀ ବିଜେପି ରେ ସାମିଲ…

ଲକ୍ଷ୍ମୀପୁର ୨୮/୦୪ …. ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳି ର ବିଜେପି ପ୍ରାର୍ଥୀ କୈଳାଶ କୁଲେଶିକା ଙ୍କ ନେତୃତ୍ୱ ରେ ବନ୍ଧୁଗାଁ ବ୍ଳକ ର ଶତାଧିକ ଅନ୍ୟ ଦଳ ର କର୍ମୀ ବିଜେପି ଦଳ ରେ ସାମିଲ ହୋଇଛନ୍ତି। ବିଶେଷ କରି ବିଜେପିର ଦଳର ପ୍ରାର୍ଥୀ କୈଳାଶ ଚନ୍ଦ୍ର କୁଲେସିକା କଂଗ୍ରେସ ଓ ବିଜେଡିରେ ଥିବା ବେଳେ ଯେଉଁ ସଂଗଠନ ଗଢିଥିଲେ ଆଜି ସେହି ସଂଗଠନର କର୍ମକର୍ତ୍ତା ନିଜ ନିଜ ଦଳ ଛାଡ଼ି ଏବେ କୈଳାଶଙ୍କ ସହ ରହିବାକୁ ଅଧିକ ପସନ୍ଦ କରୁଛନ୍ତି ।କୈଳାଶ ବିଜେପିରେ ଯୋଗ ଦେବା ପରଠୁ ଚାରିଆଡୁ କର୍ମୀଙ୍କ ସୁଅ ଛଟୁଛି । ସେହି ପରି ବିଜେଡିର ଜଣେ ସଭା ନେତ୍ରୀ ପୁଷ୍ପାଞ୍ଜଳି କାଡ୍ରାକା,କୁଟ୍ରାବେଡା ସରପଞ୍ଚ ରେଙ୍ଗା ମେଲେକା,ନିଲାବାଡି ସରପଞ୍ଚ ଜଗାନା ୱାଟକା ଓ କୁମ୍ଭାରୀପୁଟ ପୂର୍ବତନ ବିଜେଡ଼ି ସଭାପତି ହୃଷୀକେଶ ସାହୁ  ଙ୍କ ସହ ୩୨ ଜଣ କୀର୍ତନ ମଣ୍ଡଳି ସଭାପତି, ଓ ଶତାଧିକ ଅନ୍ୟଦଳ ର କର୍ମୀ ବିଧିବଧ ଭାବେ ବିଜେପିରେ ଯୋଗ ଦେଇଛନ୍ତି।ଆଜି ଶ୍ରୀଯୁକ୍ତ କୁଲେଶିକା ସାନ ସରପଲ୍ଲି ସ୍ଥିତ ହନୁମାନ ମନ୍ଦିରରେ ପୂଜାର୍ଚ୍ଚନା କରି ସାନ ମାଥୁର ଗ୍ରାମଠାରେ ଏକ ସାଧାରଣ ସଭାରେ ନୂତନ ଭାବରେ ବିଜେପିରେ ଯୋଗ ଦେଇଥିବା ୪୦ରୁ  ଉର୍ଦ୍ଧ କର୍ମିଙ୍କ ସଭାରେ ନିର୍ବାଚନ ରଣନୀତି ଉପରେ ଆଲୋଚନା କରିଥିଲେ । ପରେ କୁଟ୍ରାବେଡା ଠାରେ ଆୟୋଜିତ ସାଧାରଣ ସଭାରେ ଯୋଗ ଦେଇଥିଲେ।କୁଟ୍ରା ବେଡ଼ାଠାରେ ୫୦ ଓ ନିଲାବାଡ଼ି ପଞ୍ଚାୟତର ଜୟଗୁଡା ଠାରେ  ୫୦,ଘୁମୁରା ଠାରେ ୪୦ ଜଣ  କଂଗ୍ରେସ ଓ ବିଜେଡି କର୍ମୀ ବିଜେପିରେ ସାମିଲ ହୋଇଥିଲେ I ବନ୍ଧୁଗାଁ ବ୍ଲକର ବିଜେଡି ଦଳର ଜନ ୧ ମହିଳା ସଭାନେତ୍ରୀ ଶ୍ରୀମତି ପୁଷ୍ପା କାଡ୍ରାକା ଉପସ୍ଥିତ କର୍ମୀ ମାନେ ବିଜେପି ଜିନ୍ଦାବାଦ କୈଳାଶ କୁଲେସିକା ଜିନ୍ଦାବାଦ ବୋଲି ନାରା ଦେଇଥିଲା ବେଳେ ଆଗାମୀ ନିର୍ବାଚନ ବିଜେପି ସପକ୍ଷରେ ଯିବ ବୋଲି କହିଥିଲେ।ଆଜିର ଏହି ସଭାରେ ବନ୍ଧୁଗାଁ ବ୍ଲକର ଅନେକ ବିଜେପି କର୍ମୀଙ୍କ ସମେତ ଅଗସ୍ତି ହଲାବା ଓ ସୁନିଲ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ