Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସଙ୍କଟରେ ଓଡିଶା ଅସ୍ମିତା,ବିପଦରେ ଓଡିଆ ଭାଷା : ନରେନ୍ଦ୍ର ମୋଦି

ନୂଆଦିଲ୍ଳୀ:ଓଡିଶାର ଅସ୍ମିତା ଏବେ ସଙ୍କଟରେ ଓ ଓଡିଆ ଭାଷା ବିପଦରେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି।
ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ମୋଦି କହିଛନ୍ତି ଓଡିଶାର ପ୍ରାଚୁର୍ଯ୍ୟ ପ୍ରାକୃତିକ ସଂପତ୍ତି ଓଡିଶାକୁ ଧନୀ ରାଜ୍ୟର ପରିଚୟ ଦେବା ପ୍ରତିବଦଳରେ ଓଡିଶାର ଅସ୍ମିତା ପ୍ରତି ସଙ୍କଟ ସୃଷ୍ଟି କରିଛି।ଓଡିଶା ବାସୀ ଦୀର୍ଘ ସମୟ ଧରି ବରଦାସ୍ତ କରିବେ ଏହା ସେ ଭାବୁ ନାହାଁନ୍ତି କହି ଭାଜପାକୁ ଓଡିଶାର ସେବା କରିବା ଓ ଓଡିଆଙ୍କୁ ସଫଳତାର ନୂଆ ଶିଖରକୁ ନେବା ପାଇଁ ଥରେ ସୁଯୋଗ ମିଳିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ ମୋଦି ସାକ୍ଷାତକାରରେ କହିଛନ୍ତି।ଓଡିଶାର ପର୍ଯ୍ୟାପ୍ତ ପ୍ରାକୃତିକ ସମ୍ବଳରେ ପରିପୁର୍ଣ୍ଣ ଓ ଏହି ରାଜ୍ୟ ଦେଶର ସବୁଠୁ ଧନୀ ରାଜ୍ୟ ହୋଇପାରନ୍ତା।
ଓଡିଶାକୁ କେମିତି ଦେଖୁଛନ୍ତି ବୋଲି ସାମ୍ବାଦିକମାନଙ୍କ ପ୍ରଶ୍ନରେ ଉପରୋକ୍ତ ମନ୍ତବ୍ୟ ଦେବା ସହ ସେ ଆହୁରି କହିଛନ୍ତି ବିଜେପି ଅଲଗା ରହିଛି ଓ ବିଜେଡି ଅନ୍ୟ ଦଳ ଗୁଡିକ ଭଳି କେତେକ ବିଷୟରେ ପ୍ରସଙ୍ଗ ଭିତ୍ତିକ ସମର୍ଥନ ଦେଇଛି।ରାଜ୍ୟ ସଭାରେ ଗୁରୁତ୍ୱପୂର୍ଣ୍ଣ ବିଧେୟକ ଗୁଡୁକୁ ପାରିତ କରିବାରେ ବିଜେଡି ସମର୍ଥନ ଦେଇଛି।
ଅନ୍ୟପକ୍ଷରେ ଓଡିଶାର ସୁଶାସନ ଉପରେ ପ୍ରଶ୍ନ ଉଠାଇ ମୋଦି କହିଛନ୍ତି ଯେ,ଓଡିଶା ବହୁତ ପଛରେ ରହିଛି।ଓଡିଶା ତାର ସମ୍ବଳରେ ଶିଖର ଛୁଇଁ ନୁଆ ଅସ୍ମିତା ଦେଖାଇବାର ସମୟ ଆସିଛି।
ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ଭାବାବେଗ ଓଡିଶା ଅସ୍ମିତା ଓ ଓଡିଆ ଭାଷାର ଟେକ ନେଇ ମତଦାତା କିଭଳି ନିର୍ଣ୍ଣୟ କରୁଛନ୍ତି ତାହାହିଁ ବର୍ତ୍ତମାନ ପାଇଁ ଏକ ଆହ୍ୱାନ ହୋଇଛି।
ସମୟ କହିବ ଜାତୀୟ ଗଣମାଧ୍ୟମରେ ସାମ୍ବାଦିକଙ୍କ ପ୍ରଶ୍ନରେ ମୋଦିଙ୍କ ଏହି ଉତ୍ତର କେତେଦୂର ଫଳପ୍ରଦ ହେଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ