ଝାରକୁମୁଣ୍ଡା ଗ୍ରାମରେ ଚାରି ଗ୍ରନ୍ଥ ପଠନ କାର୍ଯ୍ୟକ୍ରମ


ବୀରମହାରାଜପୁର : (ସୌମିତ୍ରି ମେହେର )
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ନିକଟସ୍ଥ ଝାରକୁମୁଣ୍ଡା ଗ୍ରାମରେ ରବିବାର ଚାରିଗ୍ରନ୍ଥ ପଠନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ପ୍ରାୟ ଦୁଇଶହ ବ୍ରାହ୍ମଣ କାର୍ଯ୍ୟକ୍ରମରେ ଯୋଗଦେଇ ଗ୍ରନ୍ଥ ପାଠ କରିଥିଲେ I କୃଷ୍ଣଚନ୍ଦ୍ର ମିଶ୍ର ସପତ୍ନିକ କର୍ତ୍ତା ଦାୟିତ୍ଵ ନିର୍ବାହ କରିଥିବା ବେଳେ ନାରାୟଣ ମିଶ୍ର , ନିରଞ୍ଜନ ମିଶ୍ର ଙ୍କ ସମେତ ସମସ୍ତ ଗ୍ରାମବାସୀ ସହଯୋଗ କରିଥିଲେ I