Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜେଡିକୁ ସଶକ୍ତ କର,ଶଙ୍ଖ ଚିହ୍ନରେ ଭୋଟ ଦିଅ-ପାଣ୍ଡିଆନ

ମାଲକାନଗିରି:ମାଲକାନଗିରି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବିଜେଡିର ଗୁଣଗାନ କରି ବିଜେଡି ପ୍ରାର୍ଥୀଙ୍କୁ ବିଜୟର ମନ୍ତ୍ର ଫୁଙ୍ଖିଛନ୍ତିକାର୍ତ୍ତିକ ପାଣ୍ଡିଆନ୍। ଆଜି ମାଲକାନଗିରି ଜିଲ୍ଲାକୁ ଦିନିକିଆ ଗସ୍ତରେ ଆସି ପ୍ରଚାର କରିଛନ୍ତି ୫ଟି ଅଧ୍ୟକ୍ଷ ତଥା ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ। ସ୍ୱତନ୍ତ୍ର ହେଲିକେପ୍ଟର ଯୋଗେ ଆସି ପ୍ରଥମେ ମାଲକାନଗିରି ଜିଲ୍ଲା କାଲିମେଳାରେ ପହଁଚି ମାଲକାନଗିରି ବିଧାନସଭା ନିର୍ବାଚନ ମଣ୍ଡଳୀ ଆସନର ବିଜେଡି ଦଳର ପ୍ରାର୍ଥୀ ମାନସ ମାଡକାମୀ ଓ ନବ ରଙ୍ଗପୁର ଲୋକସଭା ଆସନର ସାସଂଦ ପ୍ରାର୍ଥୀ ପ୍ରଦୀପ ମାଝୀଙ୍କ ପାଇଁ ଭୋଟ ଭିକ୍ଷା କରି ଆଜିର ପ୍ରଚାର ଆରମ୍ଭ କରି ବିଜେଡିକୁ ଅଧିକ ସଶକ୍ତ କରି ବିକାଶର ଚିହ୍ନ ଶଙ୍ଖରେ ଲୋକଙ୍କୁ ଭୋଟ ଦେବାକୁ ଅନୁରୋଧ କରିବା ସହ ମାଲକାନଗିରିବାସୀଙ୍କ ପାଇଁ ନବୀନ ସରକାର ନେଇଥିବା ପଦକ୍ଷେପ ବାବଦରେ କହିଥିଲେ।
ଓଡିଶାରେ ବିଜେଡି ସରକାରଙ୍କ ପ୍ରତି ଲୋକଙ୍କ ଶ୍ରଦ୍ଧା ବିଶେଷ କରି ଆଦିବାସୀ ଭାଇଭଉଣୀଙ୍କ ଶ୍ରଦ୍ଧା ଓ ସହଯୋଗ ଦେଖି ବିରୋଧୀ ଡରୁଛନ୍ତି । ପ୍ରକୃତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ଆଦିବାସୀ ଭାଇଭଉଣୀଙ୍କୁ ନିଜ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ଦେଇ ଆସିଛନ୍ତି । ଓଡିଶାରେ ଡବଲ ଇଞ୍ଜିନ ନୁହେଁ, ନବୀନ ଇଞ୍ଜିନ କାମ କରୁଛି । ବର୍ଷ ପୂର୍ବରୁ ଡବଲ ଇଞ୍ଜିନ ଥିଲା, ଗୋଟେ ଇଞ୍ଜିନ ଖରାପ ହୋଇଗଲା। ଏବେ ପୁଣି ଡବଲ ଇଞ୍ଜିନ ଆସିଛି । କିନ୍ତୁ ସେଠି ଗୁଳି ଫୁଟୁଛି । କାଲିମେଳାରେ ମଧ୍ୟ ପୂର୍ବରୁ ବୋମା ଓ ଗୁଳି ଫୁଟୁଥିଲା । ଏବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ୟମରେ ସେଠାରେ ଶାନ୍ତି ଫେରିଛି । ଶାନ୍ତି ରହିଲେ ଉନ୍ନତି ହେବ ପ୍ରଗତି ହେବ ବୋଲି କହିଛନ୍ତି ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ମାଲକାନଗିରିର କାଲିମେଳା ଗସ୍ତରେ ଯାଇ ଜନତାଙ୍କୁ ବିକାଶର ହିସାବ ଦେଇଛନ୍ତି ୫ଟି ଅଧ୍ୟକ୍ଷ।
ମାଲକାନଗିରିକୁ ପୁଞ୍ଜିନିବେଶ ଆସିବ, ଯୁବକଙ୍କ ପାଇଁ ରୋଜଗାର ସୁଯୋଗ ବଢିବ । ତେଣୁ ବିଜେଡିର ଉଭୟ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ଆଶିର୍ବାଦ କରିବାକୁ ଅପିଲ କରିଛନ୍ତି ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ଗତ ଥର ମାଲକାନଗିରି ଜିଲ୍ଲାରୁ ଜଣେ ବିଧାୟକ ପ୍ରାର୍ଥୀ ଜିତିଥିଲେ। ହେଲେ ଗତ ୫ ବର୍ଷ ହେଲା ତାଙ୍କର ଦେଖା ଦର୍ଶନ ମିଳୁନି । ସେ କେଉଁ ବିକାଶ ମୂଳକ କାମ କରିଛନ୍ତି ? ସେ କେଉଁ ରାସ୍ତା କାମ କରିଛନ୍ତି ବୋଲି ପ୍ରଶ୍ନ କରିବା ସହ ଗତ ଦୁଇ ବର୍ଷ ମଧ୍ୟରେ ମାଲକାନିଗିରି ଜିଲ୍ଲାରେ ହୋଇଥିବା ବିକାଶମୂଳକ କାମର ସେ ହିସାବ ଦେଇଥିଲେ । ମାଲକାନଗିରି ଜିଲ୍ଲାକୁ ମୁଖ୍ୟମନ୍ତ୍ରୀ ଏତେ ଭଲ ପାଆନ୍ତି ଯେ, ସବୁ ବଡ ବଡ ଯୋଜନା ଏହି ଅଞ୍ଚଳରୁ ଆରମ୍ଭ ହୋଇଛି।
ବିଜେପି ଦଳ କହୁଛନ୍ତି ଯେ, ଚାଉଳ ସେମାନେ ଦେଉଛନ୍ତି। ହେଲେ ୨୦୦୮ ମସିହାରେ ମୁଖ୍ୟମନ୍ତ୍ରୀ ପ୍ରଥମେ ମାଲକାନଗିରିରୁ ଦୁଇ ଟଙ୍କିଆ ଚାଉଳ ଯୋଜନା ଆରମ୍ଭ କରିଥିଲେ। ୨୦୧୮ରେ ଆରମ୍ଭ କଲେ ଟଙ୍କିକିଆ ଚାଉଳ ଯୋଜନା। ଆଉ ଏବେ ମାଗଣାରେ ଚାଉଳ ଦେଉଛନ୍ତି ମୁଖ୍ୟମନ୍ତ୍ରୀ। ସ୍ବାଭିମାନ ଅଞ୍ଚଳବାସୀଙ୍କ ଅନୁରୋଧ କ୍ରମେ ମାଲକାନଗିରିରୁ ଆରମ୍ଭ ହୋଇଛି ଐତିହାସିକ ଲକ୍ଷ୍ମୀ ବସ ଯୋଜନା । ଗତ ବର୍ଷକ ମଧ୍ୟରେ ମୁଖ୍ୟମନ୍ତ୍ରୀ ମାଲକାନଗିରି ନିର୍ବାଚନମଣ୍ଡଳୀର ବିଭିନ୍ନ ପ୍ରକଳ୍ପ ପାଇଁ ୧୨୭ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ମଲିକେଶ୍ବର ମନ୍ଦିରର ରୂପାନ୍ତରଣ ଓ ରାସ୍ତା ପାଇଁ ଦୁଇ କୋଟି ୯୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ହରିଚନ୍ଦପୁର ଆଶ୍ରମ ପାଇଁ କୋଟିଏ ୨୮ ଲକ୍ଷ ଟଙ୍କା, ମା ଭୈରବୀ ମନ୍ଦିର ପାଇଁ ୫୦ ଲକ୍ଷ, ଅଲେଖ ମହିମା ପାଇଁ ୧୪ ଲକ୍ଷ, ସାଇ ମନ୍ଦିର ପାଇଁ ୪୦ ଲକ୍ଷ ଏବଂ ମସଜିଦ ଉନ୍ନତିକରଣ ପାଇଁ ୧୫ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ । ଆଦିବାସୀଙ୍କ ଭାଷା, କଳା ଏବଂ ସଂସ୍କୃତିର ସୁରକ୍ଷା ପାଇଁ ଏସଡିସି ଗଠନ ଠାରୁ ଆରମ୍ଭ କରି ଆଦିବାସୀଙ୍କ ଉପରେ ଥିବା ୫୦ ହଜାର ମାମଲା ପ୍ରତ୍ୟାହାର କରିବାକୁ ବି ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଥିଲେ ବୋଲି କାର୍ତ୍ତିକ ପାଣ୍ଡିଆନ କହିଥିଲେ। ଏହି କାର୍ଯ୍ୟକ୍ରମରେ ସାସଂଦ ପ୍ରାର୍ଥୀ ପ୍ରଦୀପ ମାଝୀ, ବିଧାୟକ ପ୍ରାର୍ଥୀ ମାନସ ମାଡକାମୀ ଇ ବିଜେଡି ନେତା କର୍ମୀ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରବଳ ଖରା ହେବା ‌ସତ୍ବେ କାଲିମେଳା ସଭାରେ ପ୍ରାୟ ୧୦ ହଜାର ରୁ ଉର୍ଦ୍ଧ ଜନସାଧାରଣ ରୁଣ୍ଡ ହୋଇ ପାଣ୍ଡିଆନଙ୍କ ଭାଷଣ ଶୁଣିଥିଲେ।
ଅନୁରୂପ ଭାବେ ମଧ୍ୟାହ୍ନରେ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମାଥିଲି ଠାରେ ଆୟୋଜିତ ସଭାରେ ଶ୍ରୀ ପାଣ୍ଡିଆନ ଉପସ୍ଥିତ ରହି ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀ ସହିତ ସ୍ୱାଭିମାନ ଅଞ୍ଚଳର ବିକାଶଧାରାର ଅଗ୍ରଗତି ସମ୍ପର୍କରେ କହିବା ସହିତ ଚିତ୍ରକୋଣ୍ଡା ବିଧାନସଭା ନିର୍ବାଚନ ମଣ୍ଡଳୀ ଆସନର ପ୍ରାର୍ଥୀ ଲଷ୍ମୀପ୍ରିୟା ନାୟକ ଓ ସାସଂଦ ପ୍ରାର୍ଥୀ ପ୍ରଦୀପ ମାଝୀ ଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେଇ ବିପୁଳ ସଂଖ୍ୟାରେ ଜୟଯୁକ୍ତ କରିବା ପାଇଁ ଜନସାଧାରଣଙ୍କୁ ନିବେଦନ କରିଥିଲେ। ଏହି ଅବସରରେ କିଛି ବିଜେପି ଓ କଂଗ୍ରେସ ଦଳର କର୍ମୀ ବିଜେଡି ଦଳରେ ସାମିଲ ହୋଇଥିଲେ। ମଞ୍ଚରେ ସାଂସଦ ପ୍ରାର୍ଥୀ ପ୍ରଦୀପ ମାଝୀ, ବିଧାୟକ ପ୍ରାର୍ଥୀ ଲଷ୍ମୀପ୍ରିୟା ନାୟକ ଓ ଅନ୍ୟାନ ବିଜେଡି ନେତା କର୍ମୀମାନେ ଉପସ୍ଥିତ ଥିଲେ। ପ୍ରଚଣ୍ଡ ରୌଦ୍ରତାପରେ ମଧ୍ୟ ଏହି ସଭାରେ ମଧ୍ୟ ୧୦ ହଜାରରୁ ଊର୍ଦ୍ଧ୍ବ ଜନସାଧାରଣ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ