Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଖିଳ ଭାରତୀୟ ଅଘରିଆ ସମାଜ ନବମ ରାଜ୍ୟ ମହା ସମ୍ମିଳନୀ ଉଦଘାଟିତ

ଜମନକିରା : ଅଖିଳ ଭାରତୀୟ ଅଘରିଆ ସମାଜ, ଓଡିଶା ପ୍ରଦେଶ ଶାଖାର ରାଜ୍ୟସ୍ତରୀୟ ନବମ ମହା ସମ୍ମିଳନୀ ରାଜ୍ୟ ସଭାପତି ଦୀନବନ୍ଧୁ ନାୟକଙ୍କ ସଭାପତିତ୍ୱରେ ସାତକମା ଗ୍ରାମରେ ଅନୁଷ୍ଠିତ ହୋଇ ଯାଇଛି। ପ୍ରାରମ୍ଭରେ ଅଭ୍ୟର୍ଥନା ସମିତି ସଂଯୋଜକ ତଥା ସଂଗଠକ ସମ୍ପାଦକ ସୁବାସ ଚନ୍ଦ୍ର ନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ଉପ-ସଭାନେତ୍ରୀ ସ୍ନେହଲତା ପଟେଲ, ସାଧାରଣ ସମ୍ପାଦକ ସୁରେଶ କୁମାର ପଟେଲ, ସମ୍ପାଦକ ସନାତନ ନାଏକ, କୋଷାଧ୍ୟକ୍ଷ ଈଶ୍ୱର ଚନ୍ଦ୍ର ନାୟକ, ଉପଦେଷ୍ଟା ଗଙ୍ଗାଧର ନାଏକ, ଦିଲ୍ଲୀପ ପଟେଲ, ଆଞ୍ଚଳିକ ସଭାପତି ପ୍ୟାରୀ ମୋହନ ପଟେଲ, ଅଶୋକ କୁମାର ପଟେଲ, ପ୍ରଜ୍ଜ୍ୱଳ ପଟେଲ, ଡ.ବିହାରିଲାଲ ପଟେଲ ପ୍ରମୁଖ ଅଘରିଆ ସମାଜର ଅସ୍ମିତା ଓବିସି ବର୍ଗର ଦାବୀ ସମ୍ପର୍କରେ ଆଲୋଚନା କରିଥିଲେ। ଏହାପରେ ମହିଳା ଅଧିବେଶନକୁ କଲ୍ୟାଣୀ ପଟେଲ ପରିଚାଳନା କରିଥିବା ବେଳେ ରଜନୀ ପଟେଲ, ସୁଷମା ପଟେଲ, ଲଲାଟେନ୍ଦୁ ପଟେଲ ପ୍ରମୁଖ ମହିଳା ସଂଗଠନ କୁ ମଜବୁତ କରିବାକୁ ବିଭିନ୍ନ ପ୍ରସ୍ତାବ ଦେଇଥିଲେ। ଶେଷରେ ଅଭ୍ୟର୍ଥନା କମିଟି ଧରଣୀ ଧର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ