Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶିକ୍ଷୟତ୍ରୀ ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

ଲକ୍ଷ୍ମୀପୁର ୩୦/୦୪.
ଲକ୍ଷ୍ମୀପୁର ବ୍ଲକ୍ ତଳକୁଟିଙ୍ଗା ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟତ୍ରୀ ସୁକାନ୍ତି ଦେଇ ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି।ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ  ବନଜା ମୌସୁମୀ ଭତ୍ରା ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବିଇଓ କୈଳାସ ଚନ୍ଦ୍ର ବେହେରା ଓ ସମ୍ମାନିତ ଅତିଥି ଭାବେ ଏବିଇଓ ଭୂଷଣ ଟାକିରୀ,ବନ୍ଦୀକାର ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁଲଦୀପ,ନାରାୟଣପାଟଣା ଏବିଇଓ ପ୍ରଦୀପ ଲିମ୍ମା,ଜିଲ୍ଲା ଶିକ୍ଷକ ସଂଘ ଉପ ସଭାପତି ବୈଜୟନ୍ତି ମାଳା ବିଡ଼ିକା,ଲକ୍ଷ୍ମୀପୁର ବ୍ଲକ୍ ପ୍ରାଥମିକ ସଂଘ ସଭାପତି ଦୟାନିଧି ଗରଡ଼ା,ସମ୍ପାଦକ ତ୍ରିନାଥ ମହାପାତ୍ର,ଉପ ସଭାପତି ନିରଞ୍ଜନ ନାୟକସହ ସମ୍ପାଦକ ବଳରାମ କନ୍ଧପାନ ଓ ଭାସ୍କର ସୁଚେନ୍  ଯୋଗ ଦେଇଥିଲେ।ବିଦ୍ୟାଳୟର ଶିକ୍ଷୟତ୍ରୀ ଲକ୍ଷ୍ମୀପ୍ରିୟା ସାହୁ  ସ୍ବାଗତ ସଙ୍ଗୀତ ପରିବେଷଣ କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ ।ଦୀର୍ଘ ୩୬ ବର୍ଷ ଧରି ସୁକାନ୍ତି ଦେଇ କୋରାପୁଟ ଜିଲ୍ଲା ରେ ଶିକ୍ଷକତା କରି ଆଜି  ଅବସର ନେଇଥିବାରୁ ଭାବବିହୁଳ ହୋଇ ପଡ଼ିଥିଲେ।ଶ୍ରୀମତୀ ଦେଇ ୧୯୮୮ ମସିହାରେ ନାରାୟଣ ପାଟଣା ବ୍ଲକ ବିକ୍ରମପୂର୍ ପ୍ରାଥମିକ ବିଦ୍ୟାଳୟ ରେ ସହକାରୀ ଶିକ୍ଷକ ଭାବେ ଯୋଗ ଦେଇ ସେଠାରେ ଚାରି ବର୍ଷ ରହିବ ପରେ  ୧୯୯୨ ମସିହାରେ ଲକ୍ଷ୍ମୀପୁର କେଗଜା ପ୍ରାଥମିକ ବିଦ୍ୟାଳୟକୁ ବଦଳି ହୋଇ ଆସିଥିଲେ,ପରେ ବାଲିଂଗି ପ୍ରାଥମିକ ବିଦ୍ୟାଳୟ ତାପରେ ୧୯୧୨ ମସିହାରେ ତଳକୁଟିଙ୍ଗା ପ୍ରାଥମିକ ବିଦ୍ୟାଳୟରେ ବରିଷ୍ଠ ଶିକ୍ଷୟତ୍ରୀ ଭାବେ ଯୋଗ ଦେଇଥିଲେ।ଜଣେ କର୍ତ୍ତବ୍ୟ ପରାୟଣ, ସରଳ, ନମ୍ର ଭାବେ ସେ ଶିକ୍ଷକତା କରି ଆଜି ତାଙ୍କର ଚାକିରି ଜୀବନରୁ ଅବସର ନେଇଥିଲେବି ଆମ ସହ ରହିଛନ୍ତି,ତାଙ୍କର ଚାକିରି କାଳ ଭିତରେ ଯାହା ଯାହା ଘଟି ଯାଇଛି ସେ ବିଷୟ ନେଇ ଅନେକ ଶିକ୍ଷକ ଶିକ୍ଷୟତ୍ରୀ ନିଜ ନିଜ ମନ୍ତବ୍ୟ ପରି ପ୍ରକାଶ କରିଥିଲେ।ତାଙ୍କ ଘର ପୁରୀ ଜିଲ୍ଲା ଗୋପ ବ୍ଲକର କୋରୁଆଳ ପାଞ୍ଚଣ ଗ୍ରାମରେ ହୋଇଥିବା ବେଳେ ଅବସର ଗ୍ରହଣ କରିବା ପରେ କର୍ମ ଭୂମି ଲକ୍ଷ୍ମୀପୁରରେ ହିଁ ବଳକା ଜୀବନ କଟାଇବି ବୋଲି କହିଥିଲେ।ଏହି ସମ୍ବର୍ଦ୍ଧନା ସଭାରେ ଶିକ୍ଷକ ଜମ୍ବେଶ୍ଵର ଦଳାଇ ମଞ୍ଚ ପରିଚାଳନା କରିଥିବା ବେଳେ ବିଦ୍ୟାଳୟ ର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ