Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୁତ୍ୟାଲୁମ୍ମା ଙ୍କ ଯାତ୍ରା ରେ ଥାନା ନିଆଁ ଦେଖିବାକୁ ପ୍ରବଳ ଭିଡ..

ଲକ୍ଷ୍ମୀପୁର ୩୦/୦୪ …ନବଦିନ ବ୍ୟାପି ଚାଲିଥିବା ଲକ୍ଷ୍ମୀପୁର ର ଅଧିଷ୍ଠାତ୍ରୀ ଦେବୀ ମୁତ୍ୟାଲୁମ୍ମା ଙ୍କ ଘଟ ଯାତ୍ରା ଅବସରରେ ଜିଲ୍ଲା ପ୍ରସିଦ୍ଧ ଥାନା ନିଆଁ ଦେଖିବାକୁ ପ୍ରବଳ ଭିଡ ହୋଇଥିଲା। ଭିଡ କୁ ନିୟନ୍ତ୍ରଣ କରିବା ସକାଶେ ଲକ୍ଷ୍ମୀପୁର ଆଇଆଇସି ସୁଜ୍ଞାନୀ ସାହୁ ଙ୍କ ନେତୃତ୍ୱ ରେ ଆଇଆରବି ଯବାନ ଙ୍କ ସମେତ ସ୍ଥାନୀୟ ପୋଲିସ କୁ ନିୟୋଜିତ କରିବାକୁ ପଡିଥିଲା। ନିଆଁ ର ଚତୁର୍ପାଶ୍ୱ ରେ ଭକ୍ତ ମାନେ ଯେପରି ଶୃଙ୍ଖଳିତ ଭାବେ ଦେଖିପାରିବେ ସେଥିସକାଶେ ତାରବାଡ ସହ ବାରିକେଟ ର ବ୍ୟବସ୍ଥା କରାଯାଇଥିଲା।ଚଳିତ ବର୍ଷ ଥାନା ନିଆଁ ରେ ୧୬ ଟ୍ରାକଟର କାଠ ପୋଡ଼ାଯାଇ ନିଆଁ କରାଯାଇଥିବା ବେଳେ ନିଆଁ ର ଉଚତା ସାଢେ ୨ଫୁଟ ଓ ଲମ୍ବା ପ୍ରାୟ ୨୦ ରୁ ୨୫ ଫୁଟ ରହିଥିଲା। ମୁତ୍ୟାଲୁମ୍ମା ଙ୍କ  ମୁଖ୍ୟ ଘଣ୍ଟ ସିନାଡୁ ପୂଜାରୀ ଚଳିତ ବର୍ଷ ମଧ୍ୟ ବୋହିବା ସହ ନିଆଁ କୁ ପ୍ରଥମେ ଚକୁଡି ଥିଲେ, ପରେ ପରେ ଫୁଲ ପରଡ଼ା ସହ ଆଉ ୭ଟି ଘଟ ନିଆଁ ଚକୁଡି ଥିଲେ। ଜିଲ୍ଲା ଓ ଜିଲ୍ଲା ବାହାରୁ ଆସିଥିବା ଭକ୍ତ ମାନେ ନିଆଁ କୁ ଦେଖି ଆଶ୍ଚର୍ଯ୍ୟ ପ୍ରକଟ କରିବା ସହ ମା ଙ୍କ ମହିମା ନଥିଲେ ଏତେ ବଡ ନିଆଁ ଉପରେ ଚକୁଡିବା ସମ୍ଭବ ନୁହଁ ବୋଲି ମତ ପ୍ରକାଶ କରିଥିଲେ।ତିନିଥର ଘଟ ବୁହାଳୀ ନିଆଁ ଚକୁଡିବା ପରେ ଏସ ଆଇ ମାନସ ପ୍ରଧାନ ନିଆଁ କୁ ଚକୁଡି ମା ଙ୍କ ପ୍ରତି ଥିବା ମହିମା କଣ ସେ ଜାଣି ପାରିଥିବା ପ୍ରକାଶ କରିଥିଲେ। ନିଆଁ ଚକୁଡ଼ିବ ପରେ ୮ଟି ଘଟ ସହ ଫୁଲ ପରଡ଼ା ଥାନା ଭିତରେ ପହଂଚିବା ପରେ ପାରମ୍ପରିକ ରୀତିନୀତି ଅନୁଯାୟୀ ପୂଜା କରାଯିବା ପରେ ପଣା ସେବନ କରି ପୁଣି ଗାଁ ପରିଭ୍ରମଣରେ ଘଟ ବାହାରିଥିଲେ। ପାହାନ୍ତିଆ ସମୟରେ ମା ଙ୍କ ଅସ୍ଥାୟୀ ମନ୍ଦିର ରେ ବାଘ ଆଲୋକାମ କରାଯାଇଥିଲା ଯାହାକୁ ଦେଖିବାକୁ ଯାତ୍ରା ପଡିଆ ରେ ପ୍ରବଳ ଭିଡ ହୋଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ