Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମନ୍ଦିର କୁ ପ୍ରତ୍ୟାବର୍ତନ କଲେ ମୁତ୍ୟାଲୁମ୍ମା…

ଲକ୍ଷ୍ମୀପୁର ୩୧/୦୪ …. କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ରେ ଗତ ସୋମବାର ଠାରୁ ଆରମ୍ଭ ହୋଇଥିବା ମୁତ୍ୟାଲୁମ୍ମା ଙ୍କ ନବ ଦିନ ବ୍ୟାପି ଘଣ୍ଟ ଯାତ୍ରା ବୁଧବାର ଦିନ ସମାପ୍ତ ହେବା ସହ ମନ୍ଦିର କୁ ପ୍ରତ୍ୟାବର୍ତନ କରିଛନ୍ତି ମୁତ୍ୟାଲୁମ୍ମା । ଜିଲ୍ଲା ପ୍ରସିଦ୍ଧ ଏହି ଘଣ୍ଟ ଯାତ୍ରା ପାରମ୍ପରିକ ରୀତିନୀତି ଅନୁଯାୟୀ ପାଳନ କରଯାଉଥିବା ବେଳେ ଥାନା ନିଆଁ ଚଳିତ ବର୍ଷ ସବୁଠାରୁ ଆକର୍ଷଣୀୟ ରହିଥିଲା ।ମୁତ୍ୟାଲୁମ୍ମା ଙ୍କ ଏହି ଘଣ୍ଟ ଯାତ୍ରା ୯ଦିନ ଧରି ଅନୁଷ୍ଠିତ ହୋଇଥିବା ବେଳେ ବୁଧବାର ଦିନ ଠାରୁ ଗୋଟିଏ ଫୁଲପରଡ଼ା ସହ ୮ଟି ଘଣ୍ଟ ଘର ଘର ବୁଲି ଗାଁ ପରିଭ୍ରମଣ କରିଥିଲେ । ସ୍ଥାନୀୟ ଗ୍ରାମ୍ୟ କମିଟି ଦ୍ୱାରା ଏହି ଯାତ୍ରା ଆୟୋଜନ କରାଯାଉଥିବା ବେଳେ ଯାତ୍ରା ର ମୁଖ୍ୟ ଆକର୍ଷଣ ଥାନା ନିଆଁ ସହ ଫରେଷ୍ଟର ନିଆଁ, ଆର ଆଇ ନିଆଁ,କଣ୍ଟା ଦୋଳି ରେ ବସିବା, ବାଘ ବେସ ରେ ଗାଁ ପରିଭ୍ରମଣ କରିବା, ବିହନ ବଣ୍ଟନ କରିବା, ବରତ ଟାଣିବା, ପିଲକି ଅଲକାମ, ଗାଁ ବାନ୍ଧିବା  ଭଳି ଅନେକ ଅଲୌକିକ କାର୍ଯ୍ୟକ୍ରମ ଗୁଡିକ କରାଯାଇଥିଲା।ଲକ୍ଷ୍ମୀପୁର ବଜାର ଠାରୁ ମନ୍ଦିର ପର୍ଯ୍ୟନ୍ତ ସୁନ୍ଦର ଆଲୋକ ସଜ୍ଜା ରେ  ସଜ୍ଜା ଯାଇଥିବା ବେଳେ ମିନାବଜାର ଏକ ମନୋରଞ୍ଜନ ର ମାଧ୍ୟମ ପାଲଟିଥିଲା ।ଯାତ୍ରା ର ଶେଷ ୪ ଦିନ ହଜାର ହଜାର ଲୋକଙ୍କ  ଗହଳି କୁ ଦୃଷ୍ଟି ରେ ରଖି କମିଟି ତରଫରୁ ୪ ଦିନ ଆଧୁନିକ ଓ ପୌରାଣିକ ନାଟକ ର ବ୍ୟବସ୍ଥା କରାଯାଇ ଥିବା ବେଳେ ଦୁଇ ଦିନ ମେଲୋଡି କାର୍ଯ୍ୟକ୍ରମ କରାଯାଇଥିଲା । ପ୍ରବଳ ଖରା କୁ ଦୃଷ୍ଟି ରେ ରଖି ସାଇ ସେବା ସମିତି ଓ ସ୍ଥାନୀୟ କିଛି ବଦାନ୍ୟ ବ୍ୟକ୍ତି ଙ୍କ ଦ୍ୱାରା ନବାଦ ପଣା, ଦହି ପଣା, ପାଣି ବୋତଲ ସମେତ ଅନ୍ନଭୋଗ ଭାବେ ହଜାର ହଜାର ଲୋକଙ୍କୁ ପ୍ରଦାନ କରାଯାଇଥିଲା। ଶେଷ ଦିନ ରେ ମୁତ୍ୟାଲୁମ୍ମା ଙ୍କ ମନ୍ଦିର ସମ୍ମୁଖରେ ଟାଣ ଖରା ସତ୍ୱେ ନିଆଁ ଚକୁଡିବା ଦୃଶ୍ୟ ଭକ୍ତ ଙ୍କୁ ଚକିତ କରିଥିଲା। ମୁତ୍ୟାଲୁମ୍ମା ମନ୍ଦିର କୁ ପ୍ରତ୍ୟାବର୍ତନ କରିଥିବା ବେଳେ ମନ୍ଦିର ସମ୍ମୁଖରେ ମାନସିକ ଧାରୀ କିଛି ଛେଳି କୁକୁଡ଼ା ବଳି ପକାଇ ଥିବା ଦେଖିବାକୁ ମିଳିଥିବା ବେଳେ ଛୋଟ ଛୋଟ ଛୁଆ ମାନଙ୍କୁ ମୁଣ୍ଡନ ମଧ୍ୟ କରାଯାଇଥିଲା। ଶାନ୍ତି ଶୃଙ୍ଖଳା ବଜାୟ ରଖିବା ସକାଶେ ଆଇଆଇସି ସୁଜ୍ଞାନୀ ସାହୁ ଙ୍କ ସହ ଆଇ ଆରବି ଯବାନ ଉପସ୍ଥିତ ରହିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ