ସ୍କୁଟିକୁ ଧକ୍କା ଦେଲେ ଟ୍ରକ୍: ପତ୍ନୀ ମୃତ, ସ୍ବାମୀ ଗୁରୁତର


କଟକ: କଟକ ଜିଲ୍ଲା ଚାଉଳିଆଗଞ୍ଜ ଦୁର୍ଗା ମଣ୍ଡପ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଘଟଣା ସ୍ଥାଳରେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସ୍ବାମୀ ଆହତ ହୋଇଛନ୍ତି । ଗୁରୁତର ଅବସ୍ଥାରେ ଆହତ ସ୍ବାମୀଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ମୃତାହତ ଦମ୍ପତି କଟକ ଗତିରାଉତପାଟଣା ଅଞ୍ଚଳର ବୋଲି ଜଣାପଡିଛି ।

ମିଳିଥିବା ସୂଚନା ଅନୁସାରେ, ଏକ ସ୍କୁଟିରେ ଦମ୍ପତି କଟକ ଆସୁଥିବା ବେଳେ ଦୁର୍ଘଟଣା ଘଟିଥିଲା । ପଛପଟୁ ଏକ ଟ୍ରକ ଦ୍ରୁତ ଗତିରେ ଆସି ଧକ୍କା ଦେଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଉଭୟ ସ୍ବାମୀ, ସ୍ତ୍ରୀ ଗାଡିରୁ କିଛି ଦୂରକୁ ଛିଟିକି ପଡିଥିଲେ ।