ବାଲେଶ୍ବର: ବାଲେଶ୍ବର ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥରେ ଯାତ୍ରୀବାହୀ ବସ୍ ଦୁର୍ଘଟଣା । ଘଟଣାରେ ୩ ଜଣ ଗୁରୁତର । ଆହତମାନଙ୍କୁ ଉଦ୍ଧାର କରାଯାଇ ଜଳେଶ୍ବର ମେଡିକାଲରେ ଭର୍ତ୍ତି କରାଯାଇଛି ।
ଦୁର୍ଘଟଣାଗ୍ରସ୍ତ ହୋଇଥିବା ବସଟି କାଳିଆନନା । ଭୁବନେଶ୍ୱରରୁ ଦୀଘା ଅଭିମୁଖେ ଯାଉଥିବା ବେଳେ ରାତି ପ୍ରାୟ ୩ଟାରେ ୧୬ ନମ୍ବର ଜାତୀୟ ରାଜପଥ ବରୁଣଗଡିଆ ନିକଟରେ ଦୁର୍ଘଟଣା ଘଟିଛି । ରାସ୍ତାରେ ଏକ ଟ୍ରକ ଛିଡା ହୋଇଥିବା ବେଳେ ବସଟି ପଛ ପଟୁ ଆସି ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା ।
ସୂଚନାଯୋଗ୍ୟ, କାଳିଆନନା ବସ୍ ଦୁର୍ଘଟଣାର ଶିକାର ହେବା ପ୍ରଥମ ଘଟଣା ନୁହେଁ । ଏହା ପୂବର୍ରୁ ମଧ୍ୟ ଏହି ବସ୍ ଦୁର୍ଘଟଣାର ଶିକାର ହୋଇଛି ।