Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୈଳାଶ ଙ୍କ ଜୋରଦାର ପ୍ରଚାର…ବ୍ଳକ ଅଧ୍ୟକ୍ଷା ବିଧିବଦ୍ଧ ଭାବେ ବିଜେପି ରେ ଯୋଗଦେଲେ….

ଲକ୍ଷ୍ମୀପୁର ୦୨/୦୪….. ନିର୍ବାଚନ ଯେତିକି ପାଖେଇ ଆସୁଛି ନିର୍ବାଚନ ଉଷ୍ମତା ସେତିକି ବଢ଼ି ବଢ଼ି ଚାଲିଛି।ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀରେ ଏବେ ବିଭିନ୍ନ ଦଳର ମିଶ୍ରଣ ପର୍ବ ଜୋର୍ ସୋର୍  ରେ ଚାଲିଛି।ମିଶ୍ରଣ ପର୍ବ ରେ ବିଜେପି ଦଳ ସବୁ ଦଳଠୁ ଆଗରେ ଥିବା ଦେଖିବାକୁ ମିଳିଛି।ଅନ୍ୟ ଦଳ ଅପେକ୍ଷା ପ୍ରତ୍ୟେକ ଦିନ ବିଜେପି ଦଳରେ ଶହ ଶହ ଲୋକ ସାମିଲ ହେଉଥିବା ଦେଖିବାକୁ ମିଳୁଛି।ଏପରିକି ଏଠି ସୋସିଆଲ ମିଡିଆରେ ମଧ୍ୟ ବିଜେପି ଦଳ ଛାଇ ଯାଇଛି।ଦିନ ରାତି ଏକ କରି
ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀକୁ ଅକ୍ତିଆର କରିବା ଲକ୍ଷ୍ୟର ଦଳର ସମସ୍ତ ଛୋଟ ବଡ ନେତା ଏବେ ଲାଗିପଡିଛନ୍ତି।ଆଜି ଲକ୍ଷ୍ମୀପୁର ବ୍ଲକ୍ କୁଟିଙ୍ଗା ଗ୍ରାମ ପଞ୍ଚାୟତ ସଦରରେ ବିଜେପିର ଏକ ବିଶାଳ ମିଶ୍ରଣ ପର୍ବ ଦେଖିବାକୁ ମିଳିଛି।ବିଧାୟକ ପ୍ରାର୍ଥୀ କୈଳାସ ଚନ୍ଦ୍ର କୁଲେସିକା କୁଟିଙ୍ଗା ଗ୍ରାମରେ ପହଞ୍ଚିବା ପରେ ତାଙ୍କୁ ଗ୍ରାମର ମହିଳା ମାନେ ହଳଦୀ ଚାଉଳ ଲଗାଇ ସ୍ବାଗତ କରିଥିଲେ।ପରେ ଏକ ସାଧାରଣ ସଭା କରାଯାଇଥିବା ବେଳେ ମୋଦି ସରକାରଙ୍କ ବିଭିନ୍ନ ବିକାଶର ଯୋଜନା ବିଷୟରେ ଶ୍ରୀଯୁକ୍ତ କୁଲେସିକା କୁଈ ଭାଷାରେ ଭାଷଣ ଦେଇ ବୃଦ୍ଧ ବୃଦ୍ଧା ଓ ମହିଳା ମାନଙ୍କୁ ବୁଝାଇଥିଲେ। କୁଟିଙ୍ଗା ରେ ଆଜି ବିଧିବଦ୍ଧ ଭାବେ ବ୍ଳକ ଅଧ୍ୟକ୍ଷା ଶୁଆଇ କୁଲେଶିକା ଙ୍କ
ସହ ତାଙ୍କର କିଛି ସମର୍ଥକ ବିଜେପି ରେ ସାମିଲ ହୋଇଥିଲେ।କୁଟିଙ୍ଗା ରୁ ଓଡିଆପେଣ୍ଠ ପଞ୍ଚାୟତରେ ମଧ୍ୟ ଏକ ମିଶ୍ରଣ ପର୍ବର ଆୟୋଜନ କରାଯାଇଥିଲା।ଶତାଧିକ ଲୋକଙ୍କ ଭିଡ ଜମିଥିବା ବେଳେ ଅଞ୍ଚଳରେ ଯେଉଁ ପରିମାଣ ରେ ବିକାଶ ହେବା କଥା ସେମିତି ହୋଇନଥିବା ଅଞ୍ଚଳବାସି କହିଥିଲେ। ଅଞ୍ଚଳର ବିକାଶ ପାଇଁ ଆମେ କୈଳାସ ଙ୍କୁ ଭୋଟ ଦେବୁ ବୋଲି ବହୁ ସଂଖ୍ୟାରେ ଲୋକେ ନିଜ ନିଜ ମତ ପ୍ରକାଶ କରିଥିଲେ।ସେହି ପରି ପିପଳପଦର ପଞ୍ଚାୟତରେ ମଧ୍ୟ ବିଜେପିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା।ତାପରେ ଶ୍ରୀଯୁକ୍ତ କୁଲେସିକା ସଦଳବଳେ ଚମ୍ପୀ ପଞ୍ଚାୟତରେ ପହଞ୍ଚିଥିଲେ।ସେଠାରେ ଆୟୋଜିତ ସାଧାରଣ ସଭାରେ ଯୋଗ ଦେଇ ଥିଲେ।ବିଜେଡ଼ି ଦଳ ମୋ ସହ ଯେଉଁ ବିଶ୍ୱାସଘାତ କରିଛି ତାର ଉଚିତ୍ ପରିଣାମ ଦଳକୁ ଭୋଗିବାକୁ ପଡ଼ିବ, ଯେଉଁ ଦଳ  ମୋ ସହ ଏପରି  ବିଶ୍ୱାସ ଘାତ କରି ପାରିଲା,କାଲିକି ଆପଣ ମାନଙ୍କ ସହ ମଧ୍ୟ କରିବ ନାହିଁ ବୋଲି କିଛି ମାନେ ନାହିଁ ତେଣୁ ନରେନ୍ଦ୍ର ମୋଦି ଙ୍କ ଉପରେ ବିଶ୍ୱାସ କରି ପଦ୍ମ ଫୁଲ ରେ ଭୋଟ ଦେବା ସକାଶେ ଅନୁରୋଧ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ