ବିଜେପି ରୁ ରଘୁନାଥ ଜଗଦଲl , ବିଜେଡି ରୁ ପଦ୍ମନାଭ ବେହେରା , କଂଗ୍ରେସ ରୁ ପ୍ରଦୀପ ସେଠୀ ବିରାଟ ଶୋଭାଯାତ୍ରାରେ ଯାଇ ନାମାଙ୍କନ ପତ୍ର ଦାଖଲ କରିଥିଲେ ଉପଜିଲ୍ଲାପାଳ ଙ୍କ ପାଖରେ


ବୀରମହାରାଜପୁର : (ସୌମିତ୍ରି ମେହେର )
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଭାରତୀୟ ଜନତାପାର୍ଟି ତରଫରୁ ରଘୁନାଥ ଜଗଦଲl , ବିଜେଡି ର ପଦ୍ମନାଭ ବେହେରା ଏବଂ ଭାରତୀୟ ଜାତୀୟ କଂଗ୍ରେସ ତରଫରୁ ପ୍ରଦୀପ ସେଠୀ ନାମାଙ୍କନ ପତ୍ର ଦାଖଲ କରିଥିଲେ I ଶୁକ୍ରବାର କଂଗ୍ରେସ ପ୍ରାର୍ଥୀ ଭାବେ ପ୍ରଦୀପ ସେଠୀ ହଜାର ହଜାର ସମର୍ଥକ ଙ୍କ ଗହଣରେ ଏକ ବିରାଟ ଶୋଭାଯାତ୍ରାରେ ବାହାରି ମୁଖ୍ୟ ଛକ , ତ୍ରିବେଣୀ ଛକ ଦେଇ ବୀରମହାରାଜପୁର ଉପଜିଲ୍ଲାପାଳ ଲଲାଟେନ୍ଦୁ ସିଂ ଙ୍କ ପାଖରେ ପହଞ୍ଚି ନାମାଙ୍କନ ପତ୍ର ଦାଖଲ କରିଛନ୍ତି l ସେହିପରି ବିଜେପି ପକ୍ଷରୁ ରଘୁନାଥ ଜଗଦଲା ଆଜି ମଧ୍ୟ ତାଙ୍କ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି I ହଜାର ହଜାର ସଂଖ୍ୟାରେ ମହିଳା ପୁରୁଷ ବିନିକା, ଉଲୁଣ୍ତା ଏବଂ ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତ ଅଞ୍ଚଳରୁ ଉପସ୍ଥିତ ଥାଇ ଶୋଭାଯାତ୍ରା ରେ ସାମିଲ ରହିଥିବା ଦେଖାଯାଇଛି I ପୁର୍ବରୁ ବହୁଜନ ସମାଜ ପାର୍ଟି ପକ୍ଷରୁ ରାଧାକାନ୍ତ ତାଣ୍ଡି , ସ୍ଵାଧୀନ ପ୍ରାର୍ଥୀ ଦୟା ସାଗର ମହାନନ୍ଦ ଓ ଇଂ . ଆଶ୍ରୟ ମହାନନ୍ଦ ନାମାଙ୍କନପତ୍ର ଦାଖଲ କରି ସାରିଛନ୍ତି l ଆଜି ପର୍ଯ୍ୟନ୍ତ ବୀରମହାରାଜପୁର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ସମୁଦାୟ 6 ଜଣ ପ୍ରାର୍ଥୀ ସେମାନଙ୍କ ପ୍ରାର୍ଥୀପତ୍ର ଦାଖଲ କରିଥିବା ଜଣାପଡିଛି l ଗୁରୁବାର ସ୍ଥାନିୟ ବିଧାୟକ ପଦ୍ମନାଭ ବେହେରା ବହୁ ସଂଖ୍ୟାରେ ସ୍ଵୟଂ ସହାୟକ ଗୋଷ୍ଠୀ ମହିଳା ଏବଂ ପୁରୁଷ ଲୋକଙ୍କୁ ଏକତ୍ରିତ କରି ବିଭିନ୍ନ ଲୋକ ନୃତ୍ୟ ସହ ବାଜା ବଜାଇ ବିରାଟ ଶୋଭାଯାତ୍ରାରେ ତାଙ୍କର ନାମାଙ୍କନ ପତ୍ର ଦାଖଲ କରିଥିଲେ l ଉକ୍ତ ସମୟରେ ବିଧାୟକ ଙ୍କ ସହ ତାଙ୍କ ଧର୍ମପତ୍ନୀ ତଥା ପୂର୍ବତନ ମନ୍ତ୍ରୀ ବିଷ୍ନୁ ପ୍ରିୟା ବେହେରା , ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଝସକେତନ ବଘାର, ଉଲୁଣ୍ଡା ବ୍ଲକ ଅଧ୍ୟକ୍ଷା ଶାନ୍ତିଲତା ମିଶ୍ର , ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା , ବିନିକା ବ୍ଲକ ବିଜେଡି ସଭାପତି ଦ୍ବାରିକାନାଥ , ବୀରମହାରାଜପୁର ବ୍ଲକ ବିଜେଡି ସଭାପତି ସ୍ଵୟମ୍ଭୁ ନାଥ ଖଣ୍ଡଗିରି , କିଶୋର ହୋତା , ରଞ୍ଜିତ ରଥ ପ୍ରମୁଖ ଉପସ୍ଥିତ ଥିଲେ I