ବୀରମହାରାଜପୁର ବିଧାନସଭା ନିର୍ବାଚନମଣ୍ଡଳୀ ରେ କାଏମ ରହିଲା ସମସ୍ତଙ୍କ ପ୍ରାର୍ଥୀପତ୍ର


ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଦାଖଲ ହୋଇଥିବା ସମସ୍ତ 7 ଜଣ ଙ୍କ ପ୍ରାର୍ଥୀପତ୍ର ଯାଞ୍ଚ ପରେ କାଏମ ରହିଛି I ଏହି ନିର୍ବାଚନମଣ୍ଡଳୀ ଅନୁସୂଚିତ ଜାତିଙ୍କ ପାଇଁ ସଂରକ୍ଷିତ ରହିଛି I ଆସନ୍ତା 20 ତାରିଖରେ ମତଦାନ ହେବ I ଶୁକ୍ରବାର ଶେଷ ଦିନ ନାମାଙ୍କନ ଥିବାବେଳେ ସମୁଦାୟ 7 ଜଣ ସେମାନଙ୍କ ନାମାଙ୍କନ ପତ୍ର ଦାଖଲ କରିଥିଲେ l ତେବେ ଶନିବାର ବୀରମହାରାଜପୁର ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ସମସ୍ତ ପ୍ରାର୍ଥୀ ଉପସ୍ଥିତ ଥାଇ ନାମାଙ୍କନ ପତ୍ର ଯାଞ୍ଚ କରାଯାଇଥିଲା I ଯାଞ୍ଚ ପରେ ସମସ୍ତଙ୍କ ପ୍ରାର୍ଥୀପତ୍ର କାଏମ ରହିଛି l କାଏମ ରହିଥିବା ପ୍ରାର୍ଥୀମାନେ ହେଲେ ଭାରତୀୟ ଜନତାପାର୍ଟି ର ଇଂ .ରଘୁନାଥ ଜଗଦଲl , ବିଜେଡି ର ପଦ୍ମନାଭ ବେହେରା , କଂଗ୍ରେସ ର ପ୍ରଦୀପ ସେଠୀ , ଜାତୀୟ ଆପନl ପାର୍ଟି ର ପୁର ନ ଲୁହା , ବିଏସପି ରାଧାକାନ୍ତ ତାଣ୍ଡି , ସ୍ଵାଧୀନ ପ୍ରାର୍ଥୀ ଭାବେ ଥିବା ଆଶ୍ରୟ ମହାନନ୍ଦ ଏବଂ ଦୟା ସାଗର ମହାନନ୍ଦ I