ବି ଜେ ଡି ର ବୀରମହାରାଜପୁର ରେ ପାଣ୍ଡିଆନ ଙ୍କ ମାରାଥନ ପ୍ରଚାର


ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଉଲୁଣ୍ଡା ବ୍ଲକ ର କୈରାଝୁଲି ପଡିଆରେ ଆଜି ବି ଜେ ଡି ତରଫରୁ ଭି କେ ପାଣ୍ଡିଆନ୍ ଭୋଟ ପ୍ରଚାର କରିଛନ୍ତି I ସେ ରବିବାର ମଧ୍ୟାହ୍ନରେ ମାରାଥନ ପ୍ରଚାର ଆସି ଏକ ବିରାଟ ସଭାରେ ଷଷ୍ଠ ଥର ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ନିର୍ବାଚିତ କରିବାକୁ ଅନୁରୋଧ କରିଥିଲେ I ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ବିଭିନ୍ନ ଯୋଜନା କରିଥିବାବେଳେ ମିଶନ ଶକ୍ତି ମା ମାନଙ୍କ ଠାରୁ ଆରମ୍ଭକରି ଛାତ୍ରଛାତ୍ରୀ , ଯୁବକ ମାନଙ୍କ ଏବଂ ଚାଷୀ , ଶ୍ରମିକ, ବରିଷ୍ଠ ନାଗରିକ ଙ୍କ ପାଇଁ ସମସ୍ତ ପ୍ରକାର ସୁବିଧା କରିଛନ୍ତି I ଆମ ମୁଖ୍ୟମନ୍ତ୍ରୀ କଥାରେ ନୁହେଁ କାମରେ ବିଶ୍ବାସ କରନ୍ତି I ବିରୋଧୀ ମାନେ ବେଶି କଥା କୁହନ୍ତି କାମ କମ୍ କରନ୍ତି , ଏକଥା ଆପଣମାନେ ଜାଣିଛନ୍ତି ବୋଲି କହିବା ସଂଗେ ନବୀନ ବାବୁଙ୍କ ହାତ ମୁଠାକୁ ଟାଣ କରନ୍ତୁ l ଆସନ୍ତା 20 ତାରିଖ ଦୁଇଟି ଶଙ୍ଖ ଚିହ୍ନ ରେ ଭୋଟ ଦେଇ ଗୋଟିଏ ରେ ବିଧାନସଭା ପାଇଁ ପଦ୍ମନାଭ ବେହେରା ଏବଂ ଅନ୍ୟ ଟି ରେ ସାଂସଦ ପାଇଁ ସୁରେନ୍ଦ୍ର ସିଂହ ଭୋଇ ଙ୍କୁ ନିର୍ବାଚିତ କରିବାକୁ ନିବେଦନ କରିଥିଲେ l ବୀରମହାରାଜପୁର ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବିନିକା , ଉଲୁଣ୍ଡା ଏବଂ ବୀରମହାରାଜପୁର ବ୍ଲକ ଅଞ୍ଚଳରୁ ଆସି ହଜାର ହଜାର ସଂଖ୍ୟାରେ ମହିଳା ଓ ପୁରୁଷ , ଦଳୀୟ କର୍ମୀ ତଥା କର୍ମକର୍ତ୍ତା କାର୍ଯ୍ୟକ୍ରମରେ ଯୋଗଦେଇ ଥିଲେ l ଏଥିରେ ଉଭୟ ସାଂସଦ ଓ ବିଧାୟକ ପ୍ରାର୍ଥୀ ଉପସ୍ଥିତ ଥାଇ ସମସ୍ତଙ୍କୁ ଭୋଟ ଭିକ୍ଷା କରିଥିଲେ I