Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କାକିରିଗୁମ୍ମା ହାଟ ରେ ବିଜେଡ଼ି ଓ କଂଗ୍ରେସ ର ପ୍ରଚାର…ଓଡ଼ିଆ ସିନେତାରକା,ହିରୋ ଓ ହିରୋଇନ ଭୋଟ ଭିକ୍ଷା କଲେ…

ଲକ୍ଷ୍ମୀପୁର ୦୬/୦୫ ..ଆସନ୍ତା ୧୩ ତାରିଖ ସୋମବାର ଦିନ ପ୍ରଥମ ପର୍ଯ୍ୟୟରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଆଜି କାକିରିଗୁମା ହାଟ ରେ ଉଭୟ କଂଗ୍ରେସ ଓ ବିଜେଡ଼ି ଦଳ ତରଫରୁ ପ୍ରଚାର କରାଯାଇଛି। ପ୍ରବଳ ଖରା କାରଣରୁ ଯେଉଁ ପରିମାଣରେ କର୍ମୀ ଉପସ୍ଥିତ ହେବା ଆଶଙ୍କା କରାଯାଉଥିଲା ସେପରି ହୋଇନଥିବା ବେଳେ ସିନେତାରକା ହିରୋ ମଣ୍ଟୁ,ଓ ହିରୋଇନ ଜସ୍ମିନ ବିଜେଡ଼ି ଦଳ ତରଫରୁ ଷ୍ଟାର ପ୍ରଚାରକ ଭାବେ ଉପସ୍ଥିତ ରହି କୋରାପୁଟ ସାଂସଦ ପ୍ରାର୍ଥୀନୀ କୌଶଲ୍ୟା ହିକକା ଓ ଲକ୍ଷ୍ମୀପୁର ବିଧାୟକ ପ୍ରାର୍ଥୀ ପ୍ରଭୁ ଯାନୀ ଙ୍କ ଉଦେଶ୍ୟରେ ଭୋଟ ଭିକ୍ଷା କରିଥିଲେ। ନବୀନ ପଟନାୟକ ଙ୍କ ବିକାଶ କାର୍ଯ୍ୟ କୁ ଆଖି ଆଗରେ ରଖି ଅଞ୍ଚଳ ର ବିଜେଡ଼ି ପ୍ରାର୍ଥୀ ପ୍ରାର୍ଥୀନୀ ମାନଙ୍କୁ ବିଜୟୀ କରାଇବା ସହିତ ନବୀନ ଙ୍କୁ ଷଷ୍ଠ ଥର ମୁଖ୍ୟ ମନ୍ତ୍ରୀ କରିବା ସକାଶେ ବିଜେଡ଼ି କୁ ଶଙ୍ଖ ଚି଼ହ୍ନ ରେ ଭୋଟ ଦେବାକୁ କହିଥିଲେ। ଜିଲ୍ଲା ସଭାପତି ଝିନ ହିକକା ତାଙ୍କ ଭାଷଣରେ ବିଜେପି ସରକାର ଉପରେ ବର୍ଷିବା ସହ ବିଜେଡ଼ି ଏକମାତ୍ର ସରକାର ଯିଏ କି ଓଡିଶା ର ବିକାଶ ସକାଶେ ସବୁବେଳେ ଚେଷ୍ଟିତ ବୋଲି କହିଥିଲେ।ବିଜେଡ଼ି ତରଫରୁ ରଞ୍ଜନ ଖରା ପରିଚାଳନା କରିଥିଲେ।ସେହିପରି କଂଗ୍ରେସ ତରଫରୁ ହାଟ ରେ ପ୍ରଚାର କରାଯାଇଥିବା ବେଳେ କୋରାପୁଟ ସାଂସଦ ସପ୍ତଗିରି ସଙ୍କର ଉଲାକା ଉପସ୍ତିତ ରହି କେନ୍ଦ୍ର ସରକାର ଉପରେ ବିଷଦ ଗାର କରିବା ସହ କଂଗ୍ରେସ ସରକାର ଆସିଲେ କଂଗ୍ରେସ ଦେଇଥିବା ୯ଟି ଗେରେଣ୍ଟି ଉପରେ ପ୍ରଥମେ ଗୁରୁତ୍ୱ ଦେବ ବୋଲି କହିଥିଲେ। ସେ ନିଜେ ସାଂସଦ ହେବା ପରେ ଅଭିଭକ୍ତ କୋରାପୁଟ ଜିଲ୍ଲା ର ଅପହଞ୍ଚ ଇଲାକା ରେ ନେଟୱର୍କ ସୁବିଧା ଯୋଗାଇ ପାରିଥିବା ବେଳେ ସଂସଦ ରେ ଅନେକ ପ୍ରଶ୍ନ କରିବା ସହ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ କରାଇବାରେ ସକ୍ଷମ ହୋଇଥିବା କହିବା ସହ ବିଧାୟକ ପ୍ରାର୍ଥୀ ପବିତ୍ର ସାଉଁତା ଙ୍କ ସମେତ ସପ୍ତଗିରି ଙ୍କୁ ହାତ ଚି଼ହ୍ନ ରେ ଭୋଟ ଦେଇ ବିଜୟୀ କରାଇବା ସକାଶେ ଅନୁରୋଧ କରିଥିଲେ। କଂଗ୍ରେସ ତରଫରୁ ମଣ୍ଟି ଖରା କୈଳାଶ ଖୋସଲା ଜିତେନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ।ନିର୍ବାଚନ ପୂର୍ବରୁ ଏହା ଶେଷ ହାଟ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ଙ୍କ ଗସ୍ତ କାର୍ଯ୍ୟକ୍ରମ ଥିବା କରଣ ରୁ ବିଜେପି ହାଟ ପ୍ରଚାର କରିପାରିନଥିଲା….

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ