ସକାଳୁ ବାବା ଧବଳେଶ୍ବରଙ୍କ ଦର୍ଶନ କରିବା ସହ ରୂପାନ୍ତରଣ କାମର ସମୀକ୍ଷା କଲେ ପାଣ୍ଡିଆନ

ଗୋପାଳପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁରରେ ଥିବା ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ସକାଳୁ ସକାଳୁ ବାବା ଧବଳେଶ୍ବରଙ୍କ ଦର୍ଶନ କରିବା ସହ ରୂପାନ୍ତରଣ କାମର ସମୀକ୍ଷା କରିଛନ୍ତି । ଧବଳେଶ୍ବର ମନ୍ଦିର ଆଖପାଖ ଅଞ୍ଚଳର ଲୋକେ ପାଣ୍ଡିଆନଙ୍କୁ ଭବ୍ୟ ସ୍ବାଗତ କରିଥିଲେ । ଗତକାଲି ସନ୍ଧ୍ୟାରେ ପ୍ରଚଣ୍ଡ କାଳବୈଶାଖୀ ସତ୍ତ୍ବେ ପାଣ୍ଡିଆନ ଗୋପାଳପୁରରୁ ବ୍ରହ୍ମପୁର ପର୍ଯ୍ୟନ୍ତ ବିରାଟ ରୋଡ ଶୋ’ କରିଥିଲେ ।
ଗୋପାଳପୁର, ଲାଞ୍ଜିପଲ୍ଲୀ ଓ ଲୋଚାପଡ଼ାରେ ରୋଡ ଶୋ’ କରି ଗୋପାଳପୁର ବିଧାୟକ ପ୍ରାର୍ଥୀ ବିକ୍ରମ ପଣ୍ଡା ଓ ସାଂସଦ ପ୍ରାର୍ଥୀ ଭୃଗୁ ବକ୍ସିପାତ୍ରଙ୍କ ପାଇଁ ଭୋଟ ମାଗିଥିଲେ କାର୍ତ୍ତିକ । ଆଜି ସକାଳୁ ଧବଳେଶ୍ବର ମନ୍ଦିର ପରିଦର୍ଶନ ପରେ ସିଦ୍ଧ ଭୈରବୀ ପୀଠକୁ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଆଜି ଦିନ ତମାମ ପାଣ୍ଡିଆନ ଗଞ୍ଜାମ ଜିଲ୍ଲାର ଶେରଗଡ଼, ହିଞ୍ଜିଳି, ଖଲ୍ଲିକୋଟ ଓ ବ୍ରହ୍ମପୁରରେ ଆୟୋଜିତ ବିଭିନ୍ନ ପ୍ରଚାର ସଭା ଓ ରୋଡ ଶୋ’ରେ ସାମିଲ ହେବେ ।