Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଶୌଚ ପାଇଁ ଯିବା ହେଲା କାଳ; ମାଡ଼ିଗଲା ଗାଡ଼ି, ଯୁବକ ମୃତ

ବଳାଙ୍ଗୀର: ବଲାଙ୍ଗୀର ଜିଲ୍ଲା ଶୁଣ୍ଢିମୁଣ୍ଡା ଗାଁ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଶୌଚ ପାଇଁ ଯାଉଥିବା ଜଣେ ଯୁବକଙ୍କ ଉପରେ ମାଡ଼ିଗଲା ଅଜଣା ଗାଡ଼ି । ମୃତ ଯୁବକ ଜଣଙ୍କ ହେଲେ ଶୁଣ୍ଢିମୁଣ୍ଡା ଗାଁର ଭୂଦେବ ଗହୀର।
ମିଳିଥିବା ସୂଚନା ଅନୁସାରେ, ଭୂଦେବ ସକାଳୁ ଶୌଚ ହେବା ପାଇଁ ଜାତୀୟ ରାଜପଥ ୧୬ ପାର କରୁଥିଲେ । ଏହି ସମୟରେ ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ହିଁ ଭୂଦେବଙ୍କ ଘଟିଥିଲା । ଡ୍ରାଇଭର ଗାଡି ସହ ଫେରାର ହୋଇଯାଇଛି ।
ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । କ୍ଷତିପୂରଣ ଦାବିରେ ପରିବାର ଲୋକେ ଓ ଗ୍ରାମବାସୀ ଶୁଣ୍ଢିମୁଣ୍ଡା ଗାଁ ଛକରେ ରାସ୍ତାରୋକ କରିଛନ୍ତି । ଫଳରେ ଖଡ଼ିଆଳରୁ କଳାହାଣ୍ଡିକୁ ଯାତାୟତ ଠପ୍ ହୋଇଯାଇଛି । ସିନ୍ଧକେଲା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରୁଛି ।