ବିଜେଡିରେ ସାମିଲ ହେଲେ ଅଭିନେତା ଅଖିଳ ପଟ୍ଟନାୟକ


ଭୁବନେଶ୍ବର: ଅଭିନେତା ଅଖିଳ ପଟ୍ଟନାୟକ ଫୁଙ୍କିଲେ ଶଙ୍ଖ । କିଛିଦିନ ତଳେ ଭୁବନେଶ୍ବର ସାଂସଦ ପ୍ରାର୍ଥୀ ଅପରାଜିତା ଷଡଙ୍ଗୀଙ୍କୁ ବିରୋଧ କରି ଛାଡିଥିଲେ ବିଜେପି । ଅପରାଜିତା ଜାଣିଶୁଣି ତାଙ୍କ ଟିକେଟ କାଟିଥିବା ସେ ଅଭିଯୋଗ କରିଥିଲେ । ସାଂସଦ ସସ୍ମିତ ପାତ୍ର ତାଙ୍କୁ ବିଜେଡିକୁ ସ୍ବାଗତ କରିଛନ୍ତି ।
ଅଖିଳ କହିଛନ୍ତି, ‘କଳାକାର ଭାବେ କାମ କରୁଥିଲି । ଲୋକଙ୍କ ସେବା କରିବାକୁ ବିଜେପିରେ ମିଶିଥିଲି । ହେଲେ ସେହି ଦଳରେ କୋଣଠେସା ହେଲି । ତେଣୁ ବିଜେପି ଛାଡିବାକୁ ବାଧ୍ୟ ହେଲି । ନବୀନ ପଟ୍ଟନାୟକ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ଏବେ ମୁଁ ବିଜେଡିର ଜଣେ ସଦସ୍ୟ ଭାବେ ଯାହା ଦାୟିତ୍ବ ମିଳିବ କରିବି ।’