ତେଲେଙ୍ଗାନା: ରାହୁଲ ଗାନ୍ଧୀ ଅଦାନୀ ଏବଂ ବମ୍ବାନୀଙ୍କୁ ନେଇ ଚୁପ କାହିଁକି ? କାହିଁକି ଗାଳି ଦେବା ବନ୍ଦ କରିଦେଇଛନ୍ତି ? ନିର୍ବାଚନ ତାରିଖ ଘୋଷଣା ପରଠାରୁ କାହିଁକି ଏମାନଙ୍କ ବିରୋଧରେ ତୁଣ୍ଡ ଖୋଲୁନି ? ଏମାନଙ୍କଠାରୁ ରାହୁଲ କେତେ ଟଙ୍କା ନେଇଛନ୍ତି ? କେତେ ଟଙ୍କାରେ ଡିଲ ହୋଇଛି ବୋଲି ରାହୁଲଙ୍କୁ ପ୍ରଶ୍ନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ତେଲଙ୍ଗାନାର କରିମନଗରର ଏକ ନିର୍ବାଚନ ରାଲିରେ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସ ଏବଂ ବିଆରଏସ ଉପରେ ବର୍ଷିଛନ୍ତି । ଏହି ଅବସରରେ ମୋଦି ରାହୁଲଙ୍କୁ କଟାକ୍ଷ କରି କହିଛନ୍ତି, ନିର୍ବାଚନ ଘୋଷଣା ହେବା ଦିନଠାରୁ ରାହୁଲ, ଅମ୍ବାନୀ ଏବଂ ଅଦାନୀଙ୍କୁ ଗାଳି ଦେବା ବନ୍ଦ କରି ଦେଇଛନ୍ତି । କେତେ ଟଙ୍କା ଭିତରେ ଏମାନଙ୍କର ଡିଲ୍ ହୋଇଛି । ଅଦାନୀ ଓ ଅମ୍ବାନୀଙ୍କ ଠାରୁ କେତେ ଟଙ୍କା ନେଇଛନ୍ତି ରାହୁଲ । ତାହା ସର୍ବସମ୍ମୁଖରେ ଘୋଷଣା କରାଯାଉ । ଶେହଜାଦା ଏନେଇ ଉତ୍ତର ରଖନ୍ତୁ ବୋଲି ମୋଦି ଦାବି କରିଛନ୍ତି।
ଜନସଭାକୁ ସମ୍ବୋଧିତ କରି ମୋଦି ବିଆର୍ଏସ୍ ଉପରେ ମଧ୍ୟ ବର୍ଷିଛନ୍ତି। ସେ କହିଛନ୍ତି, ‘ଦୁର୍ନୀତି ଏଭଳି ଏକ ଫେଭିକଲ୍ ଯାହା କଂଗ୍ରେସ ଓ ବିଆର୍ଏସ୍ର କମନ୍ କ୍ୟରେକ୍ଟର । ବିଜେପି ରାଷ୍ଟ୍ର ପ୍ରଥମ ନୀତିରେ କାର୍ଯ୍ୟ କରୁଛି, କିନ୍ତୁ କଂଗ୍ରେସ ଏବଂ ବିଆରଏସ ତେଲେଙ୍ଗାନାରେ ପରିବାର ପ୍ରଥମ ନୀତି ଅନୁସରଣ କରୁଛନ୍ତି ।’
ସେ ଆହୁରି କହିଛନ୍ତି, ‘କଂଗ୍ରେସ ଏବଂ ବିଆରଏସ୍ “ପରିବାର, ପରିବାର ପାଇଁ, ପରିବାର ଦ୍ୱାରା” । କଂଗ୍ରେସ ଏବଂ ବିଆରଏସକୁ ଯାହା ଯୋଡୁଛି ତାହା ହେଉଛି ଦୁର୍ନୀତି, ଆପତ୍ତିଜନକ ରାଜନୀତି ଓ ଶୂନ୍ୟ ଶାସନର ଆଦର୍ଶ । ତେଣୁ ଆମକୁ ତେଲେଙ୍ଗାନାକୁ ଏହି ଦଳର ଦୁର୍ନୀତି କବଳରୁ ରକ୍ଷା କରିବାକୁ ହେବ।’
ଅଦାନୀ ଓ ଅମ୍ବାନୀଙ୍କ ସହ କେତେ ଟଙ୍କାର ଡିଲ୍ କରିଛନ୍ତି ରାହୁଲ: ମୋଦି
