Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଗୋପାଳପୁରରେ ପ୍ରଦୀପ ପାଣିଗ୍ରାହୀଙ୍କୁ ନବୀନଙ୍କ ଟାର୍ଗେଟ, କହିଲା- ଚୋର ପ୍ରାର୍ଥୀଙ୍କୁ ଭୋଟ ଦିଅନ୍ତୁନି

ଗୋପାଳପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ନିର୍ବାଚନ ମଣ୍ଡଳିରେ ବିଜେଡି ସୁପ୍ରିମୋ ତଥା ଷ୍ଟାର ପ୍ରଚାରକ ନବୀନ ପଟ୍ଟନାୟକଙ୍କ ମାରାଥନ ପ୍ରଚାର । କନିଷିରେ ସାଧାରଣ ସଭାରେ ଯୋଗ ଦେଇ ବିଜେପିର ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ କରିଛନ୍ତି ଟାର୍ଗେଟ । ନବୀନ ପ୍ରଦୀପଙ୍କ ନାଁ ନେଇ ନଥିଲେ ବି ତାଙ୍କୁ ଇଙ୍ଗିତ କରି ଚୋର ପ୍ରାର୍ଥୀଙ୍କୁ ଭୋଟ ନଦେବାକୁ ଜନତାଙ୍କୁ କରିଛନ୍ତି ଅପିଲ ।
ସାଧାରଣ ସଭାରେ ମୁଖ୍ୟମନ୍ତ୍ରୀ ଉଦବୋଧନ ଦେଇ ଏତେ ଖରାରେ ଆସିଥିବାରୁ ଧନ୍ୟବାଦ ଜଣାଇଥିଲେ । ଏହାପରେ ପ୍ରଦୀପ ପାଣିଗ୍ରାହୀଙ୍କୁ ଟାର୍ଗେଟ କରିବା ସହ ଯୋଡ଼ି ଶଙ୍ଖରେ ବୋଭଟ ଦେବାକୁ ଉପସ୍ଥିତ ଜନତାଙ୍କୁ ଆହ୍ବାନ ଦେଇଥିଲେ ।
ସେହିପରି 5T ଅଧ୍ୟକ୍ଷ ଭିକେ ପାଣ୍ଡଆନ ନିଜର ଉଦବୋଧନରେ ବିଜେପିକୁ ଟାର୍ଗେଟ କରିଛନ୍ତି । ବିଜେପି ମେନିଫେଷ୍ଟୋ ୨୦୨୪ ଓ ୨୦୧୯ରେ କାମ ଦେଇ ନଥିଲା ଚଳିତ ନିର୍ବାଚନରେ ବି କାମ ଦେବନି ବୋଲି କହିଛନ୍ତି । ଏହାସହ ମୁଖ୍ୟମନ୍ତ୍ରୀ ଆଜି ସନ୍ଧ୍ୟାରେ ବିଜେଡି ମେନିଫେଷ୍ଟୋ ଆଣିବେ । ଆପଣ ମାନେ ମୁଖ୍ୟମନ୍ତ୍ରୀଙ୍କ ମେନିଫେଷ୍ଟୋ ପ୍ରତିଶ୍ରୁତିକୁ ଘରେ ଘରେ ପହଞ୍ଚାଇବାକୁ କର୍ମୀଙ୍କୁ ଅପିଲ କରିଥିଲେ ପାଣ୍ଡିଆନ । ଏହାସହ ସେ କହିଛନ୍ତି, ବିରୋଧୀ ଦଳ ୨୪ ବର୍ଷ ହେଲା ଜଣେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଖୋଜି ପାରିନହାନ୍ତି । କାରଣ ସେମାନଙ୍କ ଡର ଯେ, ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କଲେ ସେମାନଙ୍କ ସିଟ୍ ସଂଖ୍ୟା କମିଯିବ ।