ଲକ୍ଷ୍ମୀପୁର ୦୯/୦୫ …ଲକ୍ଷ୍ମୀପୁର ବିଧାୟକ ପ୍ରାର୍ଥୀ କୈଳାଶ କୁଲେସିକା ଓ କୋରାପୁଟ ସାଂସଦ ପ୍ରାର୍ଥୀ କାଳିରାମ ମାଝୀ ଙ୍କ ସକାଶେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାୟ ଲକ୍ଷ୍ମୀପୁର ରେ ଆସି ପ୍ରଚାର କରିଛନ୍ତି। ଗୁରୁବାର ଦିନ ୧୧ଟା ସମୟରେ ମୁଖ୍ୟମନ୍ତ୍ରୀ ଆସିବାର ଥିଲା କିନ୍ତୁ ପାଗ ଖରାପ ଥିବା କାରଣରୁ ଅପରାହ୍ନ ୨ଟାରେ ମୁଖ୍ୟମନ୍ତ୍ରୀ ଏକ ସ୍ୱତନ୍ତ୍ର ହେଲିକେପଟର ରେ ଆସି ବିଏସଏଫ ପଡିଆରେ ଅବତରଣ କରିଥିଲେ। ବିଧାୟକ ପ୍ରାର୍ଥୀ କୈଳାଶ କୁଲେସିକା, ସାଂସଦ ପ୍ରାର୍ଥୀ କାଳିରାମ ମାଝୀ, ଜିଲ୍ଲା ସଭାପତି ସୁମନ୍ତ ପ୍ରଧାନ, କୋରାପୁଟ ଲୋକସଭା ପ୍ରଭାରୀ ଗୋବିନ୍ଦ ଜୈନ ଓ କର୍ମକର୍ତା ପୁଷଗୁଛ ପ୍ରଦାନ କରି ସ୍ୱାଗତ କରିଥିଲେ। ମୁଖ୍ୟମନ୍ତ୍ରୀ ଙ୍କ ସହ ଜଙ୍ଗଲ ବିକାଶ ମନ୍ତ୍ରୀ କେଦାର କଷ୍ୟପ ଓ ରାୟପୁର ବିଧାୟକ ପୁରନ୍ଦର ମିଶ୍ର ମଧ୍ୟ ଉପସ୍ଥିତ ରହି ପ୍ରଚାର ରେ ସାମିଲ ହୋଇଥିଲେ। ବିଏସଏଫ ପଡିଆରୁ ଆସି ଲକ୍ଷ୍ମୀପୁର ମିନି ଷ୍ଟାଡିୟମ ରେ ଆୟୋଜିତ ସଂକଳ୍ପ ସମାବେଶ ରେ ଯୋଗ ଦେବା ପରେ ଉପସ୍ଥିତ କର୍ମୀ ଓ ମହିଳା ମାନେ ସ୍ୱାଗତ କରିଥିଲେ। ଜିଲ୍ଲା ସଭାପତି ସୁମନ୍ତ ପ୍ରଧାନ ଙ୍କ ପରିଚାଳନା ରେ ଅନୁଷ୍ଠିତ ସମାବେଶ ରେ ରାୟପୁର ବିଧାୟକ ତାଙ୍କ ଅଭିଭାଷଣ ରେ କହିଥିଲେ କେନ୍ଦ୍ର ରେ ପୁଣି ବିଜେପି ସରକାର ଆସିବ କିନ୍ତୁ ଲକ୍ଷ୍ମୀପୁର ବିଧାୟକ ଆସନରୁ କୈଳାଶ କୁଲେସିକା ଓ ଓଡିଶା ରେ ବିଜେପି ସରକାର ଆସିଲେ କୈଳାଶ ଭଳି ଆଦିବାସୀ ନେତାଙ୍କୁ ମନ୍ତ୍ରୀ ପଦ ପ୍ରଦାନ କରାଯିବା ସୁନିଶ୍ଚିତ କାଳିରାମ ମାଝୀ ସାଂସଦ ଭାବେ ନିର୍ବାଚିତ ହେଲେ ଯଶସ୍ବୀ ପ୍ରଧାନ ମନ୍ତ୍ରୀ ତାଙ୍କୁ ଉଚ୍ଚ ଆସନ ରେ ରଖିବା ସହ ଓଡିଶା ର ବିକାଶ ହୋଇପାରିବ ବୋଲି କହିଥିଲେ। ସେହିପରି ଜଙ୍ଗଲ ବିକାଶ ମନ୍ତ୍ରୀ କେଦାର କଷ୍ୟପ କହିଥିଲେ ଛତିଶଗଡ ରେ ଡବଲ ଇଂଜିନ ସରକାର ଥିବା କାରଣରୁ ଟଙ୍କା ର ଅଭାବ ନାହିଁ କି ବିକାଶ କାର୍ଯ୍ୟ ରେ ପଛଘୁଞ୍ଚା ନାହିଁ, ତେଣୁ ଓଡିଶା ରେ ମଧ୍ୟ ବିକାଶ କୁ ବଢ଼ାଇ ବାକୁ ହେଲେ ଡବଲ ଇଂଜିନ ର ସରକାର ଦରକାର ବୋଲି କହିଥିଲେ।ଶେଷରେ ମୁଖ୍ୟମନ୍ତ୍ରୀ ଜୟ ଜଗନାଥ ଜୟ ମା ମୁତ୍ୟାଲୁମ୍ମା କହି ତାଙ୍କ ଅଭିଭାଷଣ ଆରମ୍ଭ କରିଥିଲେ, ପାଗ ଖରାପ ସତ୍ୱେ ଆପଣ ମାନେ ଅପେକ୍ଷା କରିଥିବା ଜାଣିବା ପରେ ଓ ଆପଣ ମାନଙ୍କ ଭଲ ପାଇବା ଜାଣି ବିଳମ୍ବ ହେଲେ ସୁଧା ପହଂଚିଲି ସେଥିପାଇଁ ମୁଁ ଦୁଃଖିତ ବୋଲି କହିଥିଲେ।ଭାରତ ର ଯଶସ୍ବୀ ପ୍ରଧାନମନ୍ତ୍ରୀ ବିକାଶ କାର୍ଯ୍ୟ କୁ ଗୁରୁତ୍ୱ ଦେବା ସହ ମହିଳା ଙ୍କୁ ଗ୍ୟାସ, ଶୌଚାଳୟ ନିର୍ମାଣ,ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ମହିଳା ଙ୍କ ବ୍ୟାଙ୍କ ଖାତା ଖୋଲିବା ଠାରୁ ଆରମ୍ଭ କରି ଅଯୋଧ୍ୟା ରେ ରାମ ମନ୍ଦିର ପ୍ରତିଷ୍ଠା, ଜାମ୍ମୁ କାଶ୍ମୀର ରେ ୩୭୦ଧାରା ଉଛେଦ କରିବା ପ୍ରସଙ୍ଗ କହିଥିଲେ। ରାଜ୍ୟ ର ବିଜେଡ଼ି ସରକାର ଙ୍କ ଉପରେ ବର୍ଷିବା ସହ ୨୫ ବର୍ଷ ର ଶାସନ ରେ ଗରିବ ସୀମାରେଖା ତଳେ ଥିବା ପରିବାର ଙ୍କ କୌଣସି ଉନ୍ନତି ହୋଇନାହିଁ, କେନ୍ଦ୍ର ର ଯୋଜନା କୁ ରାଜ୍ୟ ସରକାର ଠିକ ଭାବେ ଲାଗୁ କରୁନାହାନ୍ତି, ରାଜ୍ୟ ରେ ଖଣିଜ ସମ୍ପଦ ଭରପୁର ରହିଥିବା ସତ୍ୱେ ଖଣି ମାଫିଆ ମାନଙ୍କ କାରଣରୁ ଖଣି ପାଣ୍ଠି ଲୁଟ ହଉଥିବା ପ୍ରକାଶ କରିଥିଲେ। ଛତିଶଗଡ ରେ ଏଥି ପୂର୍ବରୁ କଂଗ୍ରେସ ସରକାର ୫ବର୍ଷ ରହି ରାଜ୍ୟ କୁ ପଛ କୁ ନେଇଁ ଯାଇଥିଲା, ରାଜ୍ୟ ରେ ଡବଲ ଇଂଜିନ ସରକାର ଆସିବା ପରେ ଗତ ୪ମାସ ମଧ୍ୟରେ ରାଜ୍ୟ ରେ ବିକାଶ ହେବା ୨୪ ଲକ୍ଷ ୭୨ହଜ଼ାର ଚାଷୀ ଙ୍କ ଧାନ ୩୧ଶହ ଟଙ୍କା ରେ କିଣାଯାଇ ଦୁଇ ବର୍ଷ ର ବନସ ପ୍ରଦାନ କରାଯାଇଛି,୭୦ ଲକ୍ଷ ମହିଳା ଙ୍କ ଆକାଉଣ୍ଟ କୁ ମାତାଜୀ ବନ୍ଧନ ଯୋଜନା ଜରିଆରେ ହଜ଼ାରେ ଟଙ୍କା ହିସାବରେ ୩ମାସ ର ଟଙ୍କା ପ୍ରଦାନ କରାଯାଇଛି, ବିଜେପି ସରକାର ଥିବା ସମୟରେ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପାୟୀ ଆଦିବାସୀ ମନ୍ତ୍ରାଳୟ ଗଠନ କରାଯାଇ ଆଦିବାସୀ ଙ୍କ ଜୀବନ ଜିବିକା ଉପରେ ଗୁରୁତ୍ୱ ଦିଆଯାଇଛି,ଓଡିଶା ର ଆଦିବାସୀ ମହିଳା ଦ୍ରୌପଦୀ ମୁର୍ମୁ ଙ୍କୁ ରାଷ୍ଟ୍ରପତି ଭଳି ସର୍ବୋଚ୍ଚ ସ୍ଥାନ ଦିଆଯାଇ ଆଦିବାସୀ ଙ୍କ ମାନ ସନମାନ ବଢ଼ାଇଦିଆଯାଇଛି, ଜୁଏଲ ଓରାମ ଙ୍କୁ ମନ୍ତ୍ରୀ ପଦ ଦିଆଯାଇଛି, ଏ ସମସ୍ତ କାର୍ଯ୍ୟ ଯଶସ୍ବୀ ପ୍ରଧାନମନ୍ତ୍ରୀ ମନ୍ତ୍ରୀ ଙ୍କ ଦ୍ୱାରା ହିଁ ସମ୍ଭବ ହୋଇପାରିଛି, ପ୍ରଧାନମନ୍ତ୍ରୀ ୨୪ଘଣ୍ଟାରୁ ଦିନକୁ ୧୮ଘଣ୍ଟା ପରିଶ୍ରମ କରି ଦେଶ ର ବିକାଶ ର ମୁଖ୍ୟ ସୈନିକ ସାଜିଛନ୍ତି ତେଣୁ ଓଡିଶା ରେ ନବୀନ ସରକାର ଙ୍କୁ ହଟାଇ ଡବଲ ଇଂଜିନ ସରକାର ଙ୍କୁ ଥରେ ଆଣନ୍ତୁ ବୋଲି କହିବା ସହ ବିଧାୟକ ପ୍ରାର୍ଥୀ କୈଳାଶ କୁଲେସିକା ଓ ସାଂସଦ ପ୍ରାର୍ଥୀ କାଳୀ ରାମ ମାଝୀ ଙ୍କୁ ପଦ୍ମଫୁଲ ଚି଼ହ୍ନ ରେ ଭୋଟ ଦେଇ ବିଜୟୀ କରାଇବା ସକାଶେ ଭୋଟ ଭିକ୍ଷା କରିଥିଲେ। ଉତ୍ସାହ ର ସହ ହଜାର ହଜାର କର୍ମୀ ମୁଖ୍ୟ ମନ୍ତ୍ରୀ ଙ୍କ ଭାଷଣ ଶୁଣିବା ସହ ଖୁସି ପ୍ରକଟ କରିଥିଲେ। ସଭା ରେ ବିଧାୟକ ପ୍ରାର୍ଥୀ କୈଳାଶ କୁଲେସିକା ମଧ୍ୟ ରାଜ୍ୟ ସରକାର ଉପରେ ବର୍ଷିବା ସହ ଖଣି ଖନନ ଉପରେ ଜୋରଦାର କହିଥିଲେ।ବିଜେପି ଦଳ ର ନକୁଳ ବିଶୋଇ,ମନୋଜ ସାହୁ, ଉଦୟ ହିକକା, ବାବୁଲା ମହାରଣା, ଅନନ୍ତ ହୁଇକା, ଭୁବନ ଯାନୀ ଙ୍କ ସମେତ ଅନେକ କର୍ମକର୍ତା ଉପସ୍ଥିତ ରହି ସମାବେଶ କୁ ସଫଳ କରାଇଥିଲେ।ପାଗ ଖରାପ କାରଣ ରୁ ପଟାଙ୍ଗୀ ଓ କୋରାପୁଟ ର ସମାବେଶ କୁ ବାତିଲ କରାଯାଇଥିବା ବେଳେ ପ୍ରାୟ ୪ଘଣ୍ଟା ରୁ ଉର୍ଧ୍ଵ ସମୟ ମୁଖ୍ୟମନ୍ତ୍ରୀ ଙ୍କୁ ଲକ୍ଷ୍ମୀପୁର ରେ ରହିବାକୁ ପଡିଥିଲା।