Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବିଜେଡି ନିର୍ବାଚନୀ ଇସ୍ତାହାର ଏକ ଫମ୍ପା ପ୍ରତିଶ୍ରୁତି – ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର: ବିଜେଡି ନିର୍ବାଚନୀ ଇସ୍ତାହାରକୁ ନେଇ ଲାଗି ରହିଥିବା ଚର୍ଚ୍ଚାର ଅନ୍ତ ଘଟିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ବିଜେଡିର ଇସ୍ତାହାର ଘୋଷଣା କରିଛନ୍ତି । ତେବେ ଏହି ଇସ୍ତାହାରକୁ ନେଇ ଏବେ ଆରୋପ ପ୍ରତ୍ୟାରୋପ ଆରମ୍ଭ ହୋଇଯାଇଛି । ବିଜେଡି ଇସ୍ତାହାରକୁ କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ସାଂସଦ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ କଟାକ୍ଷ କରିବା ସହ ଏହା ଏକ ଫମ୍ପା ପ୍ରତିଶ୍ରୁତି ବୋଲି କହିଛନ୍ତି ।
ଧର୍ମେନ୍ଦ୍ର କହିଛନ୍ତି, ବିଜେଡିର ଇସ୍ତାହାରରେ ନୂଆ କିଛି ନାହିଁ । ବିଜେପିର ଇସ୍ତାହାରକୁ କିଛିଟା କପି କରିଛନ୍ତି । ୨୪ ବର୍ଷ ପରେ ବି ଲୋକେ କାମ କରିବା ପାଇଁ ଘର ଛାଡୁଛନ୍ତି । ଚାଷ ଜମିକୁ ପାଣି ପହଞ୍ଚି ନାହିଁ । ରାଜ୍ୟରେ ଶୀତଳ ଭଣ୍ଡାର ଅଭାବ ଚାଷୀଙ୍କୁ ହତାଶ କରିଛି । ଏନସିଆରବି ରିପୋର୍ଟରେ ଓଡ଼ିଶାର ମହିଳା ସବୁଠୁ ଅଧିକ ନିର୍ଯାତିତ । ଏବେ ବି ରାଜ୍ୟରେ ୧ ଲକ୍ଷ ସରକାରୀ ଚାକିରି ପଦବୀ ଖାଲି ପଡ଼ିଛି । ବିଜେଡିର ଇସ୍ତାହାର ଫମ୍ପା ପ୍ରତିଶ୍ରୁତି । ଲୋକେ ଏହାକୁ ବିଶ୍ୱାସ କରିବେ ନାହିଁ ।’