ହାଜର ହେଲେନି ଅନୁଭବ, କୋର୍ଟ ଦେଲେ ସୋମବାର ପର୍ଯ୍ୟନ୍ତ ସମୟ BH


କଟକ: ପତ୍ନୀ ତଥା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀଙ୍କ ଦ୍ବାରା ଦାଏର ଘରୋଇ ହିଂସା ମାମଲାରେ କୋର୍ଟରେ ହାଜର ହେଲେନି ଅଭିନେତା ଅନୁଭବ ମହାନ୍ତି । ବ୍ୟକ୍ତିଗତ କାରଣ ଦର୍ଶାଇ କୋର୍ଟଙ୍କୁ ମାଗିଥିଲେ ସମୟ । ଯାହାର ବିଚାର କରି କୋର୍ଟ ଅନୁଭବଙ୍କୁ ସୋମବାର ପର୍ଯ୍ରନ୍ତ ସମୟ ଦେଇଛନ୍ତି । ଆସନ୍ତ ସୋମବାର ଅନୁଭବ ଏବଂ ତାଙ୍କ ସହଯୋଗୀଙ୍କୁ ହାଜର ହେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନାଯୋଗ୍ୟ, ବର୍ଷାଙ୍କ ଦ୍ୱାରା ଦାଏର ମାମଲା ଉପରେ ଆଜି କୋର୍ଟ ଚାର୍ଜୋଫ୍ରମ କରିବାର ଥିଲା । ଅନୁଭବଙ୍କ ବିରୋଧରେ ଚାର୍ଜଫ୍ରେମ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ଅନୁଭବଙ୍କ ପତ୍ନି ବର୍ଷା ପ୍ରିୟଦର୍ଶନୀଙ୍କ ପକ୍ଷରୁ କରାଯାଇଥିବା ଘରୋଇ ହିଂସା ମାମଲାର ଶୁଣାଣି କରି କଟକ ଜେଏମଏଫସି ସ୍ୱତନ୍ତ୍ର କୋର୍ଟ ଏଭଳି ନିର୍ଦ୍ଦେଶ ଦେଇଥିଲେ । ଅନୁଭବଙ୍କ ବିରୋଧରେ କଟକ ପୁରୀଘାଟ ଥାନରେ ବର୍ଷା ଅଭିଯୋଗ କରିଥିଲେ । ଏହି ମାମଲା ଏବେ କୋର୍ଟରେ ବିଚାରଧୀନ ଅଛି । ମାମଲାରେ ଅନୁଭବଙ୍କ ଡିସଚାର୍ଜ ଆବଦେନର ଗତକାଲି ଶୁଣାଣି ହୋଇଥିଲା । ମାମଲାର ଶୁଣାଣି କରି ଏଭଳି ନିର୍ଦ୍ଦେଶ ଦେଇଥିଲେ କୋର୍ଟ ।