Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୁର୍ଷୁଣ୍ଢୀ ସ୍ୱାସ୍ଥ୍ୟ କେନ୍ଦ୍ର ପାଖରେ ଥିବା ବିଦ୍ୟୁତ ଟ୍ରାନ୍ସଫର୍ମର ଟି ଅସୁରକ୍ଷିତ ଅବସ୍ଥାରେ ଥିବାରୁ ସୁରକ୍ଷା ବାଡ ଦେବା ଜରୁରୀ ହୋଇପଡ଼ିଛି

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ମୁର୍ଷୁଣ୍ଢୀ ସ୍ବାସ୍ଥ୍ୟକେନ୍ଦ୍ର ନିକଟସ୍ଥ  ମୁଖ୍ୟ ରାସ୍ତା କଡ଼ରେ ଥିବା  ବିଦ୍ୟୁତ ଟ୍ରାନ୍ସଫର୍ମର ଅସୁରକ୍ଷିତ ଭାବେ ରହିଛି । ଏହାର ଚତୁଃପାର୍ଶ୍ଵରେ ସୁରକ୍ଷା ବାଡ ନଥିବା ବେଳେ  ବିପଦ ପୂର୍ଣ୍ଣ ଭାବରେ ବିଦ୍ୟୁତ ତାର ମାଟି ଉପରେ ପଡି ରହିଛି । ଏଠାକୁ ବିଭିନ୍ନ ସମୟରେ ଗାଈଗୋରୁ ଖାଦ୍ୟ ଅନ୍ୱେଷଣରେ ଆସି ବିଦ୍ୟୁତ ସଂସ୍ପର୍ଶରେ ମୃତ୍ୟୁ ମୁଖରେ ପଡୁଥିବା ଅଭିଯୋଗ ହେଉଛି । ଏହାର ଆଖପାଖ ଅଞ୍ଚଳରେ ବିଭିନ୍ନ ଦୋକାନ ବଜାର ରହିଥିବା ବେଳେ ପ୍ରତ୍ୟହ ଜନଗହଳି ଲାଗି ରହିଥାଏ । ଏହା ସହିତ ଟ୍ରାନ୍ସଫର୍ମର ପାଖଦେଇ  ପ୍ରତ୍ୟେକ ଦିନ ବିଭିନ୍ନ ଯାନବାହାନ ଚଳାଚଳ କରିଥାଏ । ଏହାର ଚତୁଃପାର୍ଶ୍ଵରେ ଠିକ ଭାବରେ ସୁରକ୍ଷା ବଳୟ ନଥିବାରୁ ଏଠାରେ ମଣିଷ ତଥା ଗୋରୁଗାଈ ଙ୍କ ଜୀବନ ପ୍ରତି ଅସୁରକ୍ଷିତ ମନେ କରାଯାଉଛି। ତେବେ ବିଦ୍ୟୁତ ଟ୍ରାନ୍ସଫର୍ମର କିଛି ସ୍ଥାନରେ ବିଦ୍ୟୁତ ତାର ସବୁ ଓହଳି ରହିଛି। ତାହା ଅତ୍ୟନ୍ତ ବିପଦପୂର୍ଣ୍ଣ ଅବସ୍ଥାରେ  ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏସବୁକୁ ସଜାଡି ସେଥିରେ ସୁଧାର ଅଣାଯିବାର ନିତ୍ୟାନ୍ତ ଆବଶ୍ୟକତା ରହିଛି। ପୂର୍ବରୁ ଏଠାରେ ଏକ ଗୋରୁ ବିଦ୍ୟୁତ ସଂସ୍ପର୍ଶରେ ଆସି ମୃତ୍ୟୁ ବରଣ କରିଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି। ତେବେ ବିଦ୍ୟୁତ ବିଭାଗର ଅବହେଳା ଯୋଗୁଁ ଅନେକ ସ୍ଥାନରେ ଜନସାଧାରଣ ତଥା ଗୋରୁଗାଈଙ୍କର ବିଦ୍ୟୁତ ଆଘାତରେ ମୃତ୍ୟୁ ହୋଇଥିବା ନଜର ରହିଛି। । ତେଣୁ ଏଥିପ୍ରତି ଜିଲ୍ଲା ପ୍ରଶାସନ ଓ  ବିଭାଗୀୟ ଉଚ୍ଚ ପଦାଧିକାରୀ ଦୃଷ୍ଟି ଦେଇ ସମସ୍ୟାର ସୁଧାର ଆଣିବାକୁ ଜନସାଧାରଣ ରେ ଦାବି ହେଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ