Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅସାମାଜିକ ଲୋକଙ୍କ କବଜାରେ ଭୁତିଆ ପାଲି ଯାତ୍ରୀ ବିଶ୍ରାମାଗାର

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ମୁର୍ଷୁଣ୍ଢୀ ପଞ୍ଚାୟତ ଅନ୍ତର୍ଗତ ଭୁତିଆପାଲି ଛକ ନିକଟରେ ଥିବା ଯାତ୍ରୀ ବିଶ୍ରାମଗାର ଏବେ ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି। ଯାତ୍ରୀ ମାନଙ୍କ ସୁବିଧା ପାଇଁ ବହୁ ବର୍ଷ ତଳେ ଉକ୍ତ ଯାତ୍ରୀ ବିଶ୍ରାମାଗାର ନିର୍ମାଣ ହୋଇଥିଲା । ଏଠାରେ ଯାତ୍ରୀମାନେ ବିଭିନ୍ନ ସ୍ଥାନକୁ ଯିବା ପାଇଁ ବସକୁ ଅପେକ୍ଷା କରୁଥିଲେ,କିନ୍ତୁ ପାଖଦେଇ ଯାଇଥିବା ରାସ୍ତା ନିର୍ମାଣ ଯୋଗୁଁ ଉଚ୍ଚ ହେଲା । ଫଳରେ ଏହି ଯାତ୍ରୀ ବିଶ୍ରାମାଗାର ନୀଚରେ ରହିବା ଯୋଗୁଁ ସାମନ୍ୟ ବର୍ଷା ହେଲେ ଏହା ଭିତରେ ପାଣି ଜମି ରହିବl ଯୋଗୁଁ ଏହାର ବ୍ୟବହାର ଅନୁପଯୋଗୀ ହୋଇ ପଡିଛି। ଅନ୍ୟ ସମୟରେ ନିଶାସକ୍ତ ଙ୍କ ଆଡ଼ାସ୍ଥଳ ପାଲଟିଛି। ଲୋକେ ବିଭିନ୍ନ ସ୍ଥାନକୁ ଯିବା ପାଇଁ ବସକୁ ଖରା, ବର୍ଷା,ଶୀତରେ ବାହାରେ ଅପେକ୍ଷା କରିବାକୁ ପଡୁଛି। ବ୍ଳକରେ ଲକ୍ଷ୍ମୀ ବସ ଚାଲିବା ପୂର୍ବରୁ ବିଭିନ୍ନ ଛକରେ ଥିବା ଯାତ୍ରୀ ବିଶ୍ରାମଗାର ଉନ୍ନତିକରଣ ହୋଇଥିବା ବେଳେ ନୂତନ ଯାତ୍ରୀ ବିଶ୍ରାମାଗାର ନିର୍ମାଣ ହୋଇଛି। ସ୍ଥାନୀୟ ପ୍ରଶାସନ ଇଚ୍ଛାଶକ୍ତିର ଅଭାବ ଯୋଗୁଁ ଏଠାରେ ଯାତ୍ରୀ ବିଶ୍ରାମାଗାରଟିର ନିର୍ମାଣ ହୋଇପାରିନାହିଁ । ଫଳରେ ସ୍ଥାନୀୟ ଜନସାଧାରଣ ଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ