Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜୁ ଜନତା ଦଳ ତରଫରୁ ସାମ୍ବାଦିକ ସମ୍ମିଳନି।୨୫ ଲକ୍ଷ ଟଙ୍କା ଦଳର ନୁହେଁ..

ଲକ୍ଷ୍ମୀପୁର ୦୯/୦୫..ଲକ୍ଷ୍ମୀପୁର ବିଜୁ ଜନତା ଦଳ ତରଫରୁ ସ୍ଥାନୀୟ  କଲ୍ୟାଣ ମଣ୍ଡପ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ସାମ୍ବାଦିକ ସମ୍ମିଳନୀ ରେ  ବରିଷ୍ଠ କର୍ମୀ ତଥା ନିର୍ବାଚନ ମଣ୍ଡଳି ପର୍ଯ୍ୟବେକ୍ଷକ ଗୋପାଳ ମହାନନ୍ଦିଆ ଗଣମାଧ୍ୟମ କୁ କହିଛନ୍ତି କି ନିର୍ବାଚନ ପ୍ରଚାର ରେ ବିଜେପି ପ୍ରାର୍ଥୀ କୈଳାଶ କୁଲେସିକା ସୀମା ବାହାର ହୋଇ ବିଜେଡ଼ି ର ଦଳୀୟ ପ୍ରାର୍ଥୀ ଙ୍କୁ ଆକ୍ଷେପ କରିଛନ୍ତି। ପୋଡାଗୋଡ଼ ହାଟ ରେ କୈଳାଶ  କୁଲେସିକା ବିଜେଡ଼ି ଦଳ କୁ ଆସୁଥିବା ୨୫ଲକ୍ଷ ଟଙ୍କା କୁ ସାଧାରଣ ଲୋକେ ଛଡେଇ ନେଇଥିବା ପ୍ରକାଶ କରିଥିବା କଥା କୁ ବିଜେଡ଼ି ଦଳ ତରଫରୁ ତାହାକୁ ଖଣ୍ଡନ କରାଯିବା ସହ ସେହି ଟଙ୍କା ତାଙ୍କ ଦଳ ପାଇଁ ଆସୁନଥିଲା, କୌଣସି ଏକ ଘରୋଇ କମ୍ପାନୀ ଠିକା କାମ ସକାଶେ ଟଙ୍କା ଆଣୁଥିବା ବେଳେ ସେହି ଟଙ୍କା ଙ୍କୁ ଟାଣି ନେଇଥିଲେ ଅଂଚଳ ଲୋକେ ବୋଲି ସଫେଇ ଦେଇଥିଲେ। ଏପରିକି କୈଳାଶ  ବର୍ତ୍ତମାନ ଯେଉଁ ଖଣି ଖାଦନ କୁ ବିରୋଧ କରୁଛନ୍ତି ବିଜେଡ଼ି ଦଳ ରେ ଥିବା ସମୟରେ ସେ ହିଁ ଖଣି ଖାଦନ ରୁ ଅଧିକ ଲାଭବାନ ହୋଇଥିବା ଖୁଲମ ଖୁଲା ଅଭିଯୋଗ କରିଛନ୍ତି..ବିଜୁ ଜନତା ଦଳ ଠିକ ପ୍ରାର୍ଥୀ ଙ୍କୁ ଟିକେଟ ଦେଇଛି, କୈଳାଶ ବାବୁ ଟିକେଟ ରୁ ବଞ୍ଚିତ ହେବା ପରେ ଦଳ ବିରୋଧ ରେ ଏପରି ମନ୍ତବ୍ୟ ଦେବା ହାସ୍ୟାସ୍ପଦ ଘଟଣା ବୋଲି କହିଛନ୍ତି ଗୋପାଳ ମହାନନ୍ଦିଆ ।ଏନେଇଁ ବିଜେପି ପ୍ରାର୍ଥୀ କୈଳାଶ କୁଲେସିକା କହିଛନ୍ତି   ବିଜେଡ଼ି ଦଳ ତରଫରୁ   ଏକ ଘରୋଇ କମ୍ପାନୀ ରୁ ଟଙ୍କା ଅଣାଯାଇ ବଣ୍ଟା ଯାଉଛି, ସେହିଦିନ ଟଙ୍କା ବଣ୍ଟା ଯାଉଥିବା ଜାଣି ଅଞ୍ଚଳ ଲୋକେ ୨୫ଲକ୍ଷ ଟଙ୍କା ଲୁଟିକି ନେଇଗଲେ,ଗାଡି ରେ ବିଜେଡ଼ି ର ପୋଷ୍ଟର ବ୍ୟାନର ଥିଲା, ସେଥିରୁ ସ୍ପଷ୍ଠ ତାହା କାହାର ଟଙ୍କା,ଯଦି ସାହସ ଥିଲା ତାହେଲେ ଥାନା ରେ ଦ୍ୱାରସ୍ତ ହେଲେନାହିଁ କାହିଁକି ବୋଲି କହିବା ସହ ଖଣି ଖାଦାନ ସେ ବିଧାୟକ ଥିବା ସମୟରେ ବିଜେଡ଼ି ସରକାର ଙ୍କ ତରଫରୁ ଆରମ୍ଭ ହୋଇଥିଲା, ସେତେବେଳେ ଅଞ୍ଚଳ ର ବିକାଶ ପାଇଁ ଅନେକ ପ୍ରତିଶୃତି ଦେଇଥିଲେ, କିନ୍ତୁ ଅଞ୍ଚଳ ଲୋକେ ଧୂଳି ମାଟି ପରିବର୍ତ୍ତେ ଆଉ କିଛି ବି ପାଇଲେ ନାହିଁ। ସେ ବଂଚିଥିବା ପର୍ଯ୍ୟନ୍ତ ଖଣି ଖନନ କେବେ ବି ସମର୍ଥନ ନା ଦେଇ ବିରୋଧ ହିଁ କରିବେ ବୋଲି କହିଛନ୍ତି। ବର୍ତ୍ତମାନ ନିର୍ବାଚନ ରେ ଏ ଅଞ୍ଚଳ ର ଖଣି ଖନନ ଦାୟିତ୍ୱ ରେ କମ୍ପାନୀ କୋଟି କୋଟି ଟଙ୍କା ଶାସକ ଦଳ କୁ ପ୍ରଦାନ କରୁଥିବା ବେଳେ ଅନ୍ୟ ଦଳ ର ପ୍ରାର୍ଥୀ ଙ୍କୁ ପରାଜିତ କରିବାକୁ ଚେଷ୍ଟା କରୁଛି ବୋଲି କହିଛନ୍ତି।ସାମ୍ବାଦିକ ସମ୍ମିଳନୀ ଜିଲ୍ଲା ସମ୍ପାଦକ  ପରମା ଖରା, ଆନନ୍ଦ ବାଘ ପ୍ରମୁଖ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ