ଅତାବିରା ପୋଲିସ ସାଜିଛି ବିଜେଡ଼ି କର୍ମୀ :କଂଗ୍ରେସ


ଅତାବିରା -ବରଗଡ଼ ଜିଲ୍ଲା ଅତାବିରା କଂଗ୍ରେସ ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀ ରେ ଅତାବିରା ପୋଲିସ ଉପରେ ବାର୍ଷିଛି l ଅତାବିରା ପୋଲିସ ପକ୍ଷରୁ ଗତ କାଲି ଏକ ସଚେତନତା ଶିବିର ରେଙ୍ଗାଲିକେମ୍ପ ଠାରେ କରିଥିଲା l ଏଥିରେ ସବୁ ଦଳର ପ୍ରତିନିଧି ଙ୍କୁ ନ ଡାକି କେବଳ ବିଜେଡ଼ି ଦଳକୁ ନେଇ ଏହା ଆୟୋଜନ କରିଥିଲେ ବୋଲି କଂଗ୍ରେସ ଅଭିଯୋଗ କରିଛି l କଂଗ୍ରେସ ଆହୁରି କହିଛି ଯେ ବିଜେଡ଼ି ର ଜନୈକ ଯୁବ ନେତା ସିର୍ଦ୍ଧାଥ ଶଙ୍କର ପଣ୍ଡା ଯାହାଙ୍କ ନାମରେ ଏନଏସି ନିର୍ବାଚନ ଦିନ 3 ଏସ ସି ଏସଟି କେଶ ମାମଲା ରୁଜୁ ହୋଇ ପୋଲିସ ତଦନ୍ତ ଚାଲିଛି l ତାଙ୍କୁ ଗିରଫ କରିବା ପରିବର୍ତ୍ତେ ସର୍ବ ସାଧାରଣ ରେ ସାଙ୍ଗରେ ବସାଇ କି ସଚେତନତା ବାର୍ତ୍ତା ଦେଉଛନ୍ତି l ବିଜେଡ଼ି ସଚେତନତା ଥିଲା ନା ପୋଲିସ ଏହା କରୁଥିଲା l ଅତାବିରା ଥାନା ଆଇଆଇସି ଅନିଲ ପ୍ରଧାନ ବିଜେଡ଼ି ଦଳର ଏଜେଣ୍ଟ ସାଜି କେବଳ ବିଜେଡ଼ି ଦଳର ନେତାଙ୍କୁ ନେଇ ଏହା କରିବା ଦୁର୍ଭାଗ୍ୟଜନକ l ଥାନା କୁ ଆଉ ଥାନା ହିସାବରେ ରଖି ନାହାଁନ୍ତି l ଥାନା ଫଲକରେ କେବଳ ବିଜେଡ଼ି କାର୍ଯାଳୟ ଲେଖିବା ବାକି ରହିଛି l ବାକି ସବୁ ବିଜେଡ଼ି ଵାଲା ଚଳାଇଛନ୍ତି ଥାନା କୁ ବୋଲି ଗୁରୁତର ଅଭିଯୋଗ କରିଛି କଂଗ୍ରେସ l ଏନେଇ ଆଜି କାଣ୍ଡପାଲି କଂଗ୍ରେସ କାର୍ଯାଳୟ ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀ ରେ ପୂର୍ବତନ ବିଧାୟକ ନିହାର ରଞ୍ଜନ ମହାନନ୍ଦ ଏପରି ଅଭିଯୋଗ ଆଣିଛନ୍ତି l ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ଏନଏସି ସଭାପତି ଅଭିନାଶ ପ୍ରଧାନ, ଜିତୁ ଭୋଇ, ବଳରାମ ସାହୁ ପ୍ରମୁଖ ଉପସ୍ଥିତ ଥିଲେ l
ଅନ୍ୟ ପକ୍ଷେ କଂଗ୍ରେସ ର ଏପରି ଅଭିଯୋଗ କୁ ସିଧାସଳଖ ଭିର୍ତ୍ତିହୀନ ବୋଲି କହିଛନ୍ତି ଅତାବିରା ଆଇଆଇସି ଅନିଲ କୁମାର ପ୍ରଧାନ l ସେ କହିଛନ୍ତି ଯେ ଆମେ ସମସ୍ତଙ୍କୁ ଖବର ଦେଇଥିଲୁ, ସାଇବାର ଠକେଇ ଉପରେ ଶହ ଶହ ମହିଳା ପୁରୁଷ ସଚେତନ ହୋଇଛନ୍ତି l ସଚେତନତାମୂଳକ କାର୍ଯ୍ୟକ୍ରମ ରେ ସେମାନଙ୍କ ଏପରି ଅଭିଯୋଗ ଦୁର୍ଭାଗ୍ୟ ଜନକ ବୋଲି ସାମ୍ବାଦିକମାନଙ୍କୁ ବାଇଟ ଦେଇ ନ ଥିଲେ ବି ଆଲୋଚନା ରେ ଅତାବିରା ଆଇଆଇସି ଅନିଲ କୁମାର ପ୍ରଧାନ ସୂଚନା ଦେଇ ନିଜର ପ୍ରତିକ୍ରିୟା ଦେଇଛନ୍ତି l ଅନ୍ୟ ପଟେ ବିଜେଡ଼ି ଅତାବିରା ସହର ଯୁବ ସଭାପତି ସିର୍ଦ୍ଧାଥ ଶଙ୍କର ପଣ୍ଡା କହିଛନ୍ତି ଯେ, ଏନେଇ ସେ ଆସନ୍ତାକାଲି ସାମ୍ବାଦିକ ସମ୍ମିଳନୀ କରିବେ l ତେବେ କଂଗ୍ରେସ ର ଏପରି ଅଭିଯୋଗ ଭିର୍ତ୍ତିହୀନ l ଜଣଙ୍କ ନାଁ ରେ ଅଭିଯୋଗ ହୋଇଗଲେ ସେ ଦୋଷୀ ନୁହଁ, କଂଗ୍ରେସ ଦଳର କାଉନସିଲର ଯିଏ ଜିତିଛନ୍ତି ତାଙ୍କ ନାଁରେ ତ ବହୁତ ଅପରାଧିକ ମାମଳା ଚାରସିଟ ହୋଇସାରିଛି ତ ସିଏ ଇସ୍ତଫା ଦିଅନ୍ତୁ ବୋଲି କହିଥିଲେ l