Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଖିଳ ଭାରତୀୟ ଅଘରିଆ ସମାଜ ପକ୍ଷରୁ ଅକ୍ଷୟ ତୃତୀୟ ସହ ଅଘର ଦିବସ ପାଳିତ

ଜମନକିରା : ଅଖିଳ ଭାରତୀୟ ଅଘରିଆ ସମାଜ ବାମଣ୍ଡା ଆଞ୍ଚଳିକ କମିଟି ପକ୍ଷରୁ ସାତକମା ଗ୍ରାମରେ ଉପଦେଷ୍ଟା ଗଙ୍ଗାଧର ନାୟକ ଙ୍କ ସଭାପତିତ୍ୱରେ ଓଡ଼ିଆ ମାନଙ୍କ ପବିତ୍ର ପର୍ବ ଅକ୍ଷୟ ତୃତୀୟା ଉତ୍ସବ, କୃଷକ ଦିବସ ତଥା ଅଘରିଆ ଦିବସ ମହା ସମାରୋହରେ ପାଳିତ ହୋଇ ଯାଇଛି। ଏଥିରେ ସମାଜର ରାଜ୍ୟ ସଂଗଠନ ସମ୍ପାଦକ ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି,ଅଧ୍ୟାପକ ବିନୋଦ ପଟେଲ ମୁଖ୍ୟବକ୍ତା ଏବଂ ଅଘରିଆ ଧାମ ଲଇଡା ର ବିନୟ କୁମାର ଚୌଧୁରୀ, ଉପସଭାପତି ନରେଶ ଚନ୍ଦ୍ର ପଟେଲ, କୁସୁମୀ ମଣ୍ଡଳ ସଭାପତି ପୂର୍ଣ୍ଣ ଚନ୍ଦ୍ର ପଟେଲ,ଭୋଜପୁର ମଣ୍ଡଳ ସଭାପତି ଦେବାନନ୍ଦ ପଟେଲ ଓ ପୂର୍ବତନ ଆଞ୍ଚଳିକ ସଭାପତି ବନମାଳୀ ନାୟକ ପ୍ରମୁଖ ଦିବସର ମହତ୍ୱ ଓ କୃଷି କର୍ମ କରୁଥିବା ଅଘରିଆ ସମେତ ଅନ୍ୟାନ୍ୟ ପଛୁଆ ବର୍ଗ ଙ୍କ ଏକତା ର ଆବଶ୍ୟକତା ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଉତ୍ସବରେ ବାମରା ମଣ୍ଡଳ ଅଂଚଳ ରୁ ଶ୍ରୀ ଲିଙ୍ଗରାଜ ପଟେଲ,ଜମନକିରା ବ୍ଲକ ଅଞ୍ଚଳ ରୁ ଶ୍ରୀ ସେସଦେବ ପଟେଲ ଓ କୁଚିଣ୍ଡା ମଣ୍ଡଳ ରୁ ଆଲୋକ ପଟେଲ ଓ କୁସୁମୀ ମଣ୍ଡଳ ରୁ ଶ୍ରୀ ବୀରେନ୍ଦ୍ର ନାୟକ ଙ୍କୁ ଆଦର୍ଶ ଚାଷୀ ଭାବରେ ସମ୍ମାନିତ କରାଯାଇଥିଲା । ଏହି ଅବସରରେ ନବ ମନୋନୀତ ରାଜ୍ୟ ଯୁବ ସଭାପତି ଶ୍ରୀ ପୀତବାସ ପଟେଲ, (ସାରଦା )ଙ୍କୁ ମଧ୍ୟ ମୁଖ୍ୟ ଅତିଥି ଶପଥ ପାଠ କରାଇ ଥିଲେ। ପୂର୍ବରୁ ଆଲୋକ ପଟେଲ ଙ୍କ କୃଷି କ୍ଷେତ୍ରରେ ମାଟି ପୂଜା ଓ ଅଖି ମୁଠି ନିଆଯାଇଥିଲା। ପ୍ରାରମ୍ଭରେ ଆଞ୍ଚଳିକ ସଭାପତି ଅଶୋକ କୁମାର ପଟେଲ ପ୍ରାରମ୍ଭିକ ସୂଚନା, କୁଚିଣ୍ଡା ମଣ୍ଡଳ ସଭାପତି ମନୋରଞ୍ଜନ ପଟେଲ ସ୍ୱାଗତ ଭାଷଣ ଓ ଶେଷରେ ଆଞ୍ଚଳିକ ସମ୍ପାଦକ ନିଲାଦ୍ରି ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ଅବସରରେ ଅନୁଷ୍ଠିତ କୃଷି ଓ ଓ ବି ସି କର୍ମଶାଳାକୁ ଆଧ୍ୟାପକ ସତ୍ୟ ନାରାୟଣ ପଟେଲ, ସୁଶ୍ରୀ ଲଲାଟେନ୍ଦୁ ପଟେଲ, କଲ୍ୟାଣୀ ପଟେଲ, ଲିନା ପଟେଲ ପ୍ରମୁଖ ପରିଚାଳନା କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ