Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଜି ଓଡ଼ିଶାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ମାରାଥନ ପ୍ରଚାର

ଭୁବନେଶ୍ବର: ଓଡ଼ିଶାରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗତକାଲି ଭୁବନେଶ୍ବରରେ ରୋଡ ଶୋ’ କରି ଶକ୍ତି ପ୍ରଦର୍ଶନ କରିଥିବା ବେଳେ ଆଜି ବିଭିନ୍ନ ସ୍ଥାନରେ ତାଙ୍କର ମାରାଥନ ପ୍ରଚାର କାର୍ଯ୍ୟକ୍ରମ ରହିଛି । ଆଜି ଫୁଲବାଣୀ, ବଲାଙ୍ଗିର ଓ ବରଗଡ଼ରେ ବିଶାଳ ଜନ ସମାବେଶକୁ ସମ୍ବୋଧନ କରିବେ ମୋଦି।
ସକାଳ ପ୍ରାୟ ସାଢ଼େ ୮ଟାରେ ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟରରେ ଭୁବନେଶ୍ୱର ଏୟାରପୋର୍ଟରୁ ବାହାରି ପ୍ରଥମେ ଫୁଲବାଣୀ ଯାଇଛନ୍ତି । ସାଢ଼େ ୧୦ଟାରେ ଫୁଲବାଣୀ ଷ୍ଟାଡିୟମରେ ଆୟୋଜିତ ନିର୍ବାଚନୀ ସଭାକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ।
ଫୁଲବାଣୀରେ ଜନସଭା ସାରି ସେଠାରୁ ହେଲିକପ୍ଟରରେ ବାହାରିବେ ବଲାଙ୍ଗୀର ଅଭିମୁଖେ । ବଲାଙ୍ଗୀର ଉପକଣ୍ଠ ପଥରଚେପା ପଡ଼ିଆରେ ବିଜୟ ସଂକଳ୍ପ ସମାବେଶରେ ମଧ୍ୟାହ୍ନ ୧୨ଟାରେ ଯୋଗଦେବେ । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ପୋଲିସ ପ୍ରଶାସନ ତରଫରୁ ସେଠାରେ କଡ଼ାକଡ଼ି ସୁରକ୍ଷା ବ୍ୟବସ୍ଥା କରାଯାଇଛି।
ସେଠାରୁ ବରଗଡ଼ ଯିବେ ପ୍ରଧାନମନ୍ତ୍ରୀ। ବରଗଡ଼ ବିକାଶ ଗ୍ରାଉଣ୍ଡରେ ଅବତରଣ ପରେ ଅପରାହ୍ନ ୨ଟାରେ ହେବାକୁ ଥିବା ଜନସମାବେଶକୁ ମୋଦି ସମ୍ବୋଧନ କରିବେ। ବରଗଡ଼ ଟୋଲପ୍ଲାଜା ନିକଟ ପଡ଼ିଆରେ ହେବାକୁ ଥିବା ଜନ ସମାବେଶରେ ଉଦବୋଧନ ଦେବେ । ମୋଦିଙ୍କ ବରଗଡ଼ ଗସ୍ତ ପାଇଁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।
ଗତକାଲି ରାତିରେ ମୋଦି ଭୁବନେଶ୍ୱରରେ ପହଞ୍ଚିଥିଲେ। ଏହାପରେ ରାତି ପ୍ରାୟ ସାଢ଼େ ୮ଟାରେ ରାମ ମନ୍ଦିର ସମ୍ମୁଖରୁ ବିରାଟ ରୋଡ୍‌ ଶୋ’ରେ ବାହାରିଥିଲେ । ମୋଦିଙ୍କ ରୋଡ୍‌ ଶୋ’ ରାମ ମନ୍ଦିରରୁ ବାଣୀବିହାର ଛକରେ ପହଞ୍ଚିଥିଲା।
ଦିଙ୍କୁ ଦେଖିବାକୁ ରାଜଧାନୀର ଜନପଥର ପ୍ରାୟ ୨କିମି ଲମ୍ବ ଅଂଚଳ ଜନସମୁଦ୍ର ପାଲଟି ଯାଇଥିଲା । ଭୁବନେଶ୍ୱରର ସାଂସଦ ତଥା ବିଜେପି ଲୋକସଭା ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ଓ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କୁ ସାଙ୍ଗରେ ନେଇ ମୋଦି ରୋଡ୍ ଶୋ’ କରିଥିଲେ । ବିଜେପି ରାଜ୍ୟ ମୁଖ୍ୟାଳୟଠାରୁ ବାଣୀବିହାର ଛକ ପର୍ଯ୍ୟନ୍ତ ମୋଦିଙ୍କ ରୋଡ୍ ଶୋ’କୁ ଦେଖିବାକୁ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଛି । ମୋଦି ମୋଦି ସ୍ଲୋଗାନରେ ସମଗ୍ର ଜନପଥ ପ୍ରକମ୍ପିତ ହୋଇଥିଲା ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ