Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ମୋଦି ରାତିରେ ଖାଇଲେ ରୁଟି, ସନ୍ତୁଳା ଓ ଡାଲମା; ସକାଳେ ଖାଇଲେ ଚକୁଳି, ଘୁଗୁନି

ଭୁବନେଶ୍ବର: ନିର୍ବାଚନ ପ୍ରଚାର ପାଇଁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗତକାଲି ରାତିରେ ରାଜଧାନୀ ଭୁବନେଶ୍ବରରେ ବିଶାଳ ରୋଡ ଶୋ’ କରିବା ସହ ରାଜଭବନରେ ରାତ୍ରୀଯାପନ କରିଥିଲେ । ଏହି ସମୟରେ ପ୍ରାଧାନମନ୍ତ୍ରୀ, ଓଡ଼ିଆ ଖାଦ୍ୟ ଖାଇଥିଲେ ।
ମିଳିଥିବା ଖବର ଅନୁସାରେ, ରାତିରେ ମୋଦି ରୁଟି, ସନ୍ତୁଳା ସହ ଡାଲମା ଖାଇଥିଲେ । ଏହାସହ ଛତୁ ବରା ଓ କଡି ମଧ୍ୟ ଖାଇଥିଲେ । ସେହିପରି ସକାଳ ଜଳଖିଆରେ ସଜନା ଶାଗ ପରଟା ସାଙ୍ଗକୁ ଦୋସ, ଚକୁଳି, ଘୁଗୁନି, ଚଟଣୀ ଓ ପୋହା ଖାଇଥିଲେ । ଏହାପରେ ଜୁସ ପିଇ କନ୍ଧମାଳକୁ ପ୍ରଚାର ଅଭିଯାନରେ ବାହାରି ଯାଇଛନ୍ତି ।
ମୋଦିଙ୍କ ଖାଦ୍ୟ ମେନୁରେ ଓଡ଼ିଆ ଖାଦ୍ୟ ସହ କିଛି ଗୁଜୁରାଟି ଖାଦ୍ୟ ମଧ୍ୟ ଥିଲା । କିନ୍ତୁ ଅଧିକାଂଶ ଥିଲା ଓଡିଆ ଖାଦ୍ୟ । ଏକ ସ୍ୱତନ୍ତ୍ର ସେଫ୍ ଟିମ୍ ଏସବୁ ଖାଦ୍ୟ ପ୍ରସ୍ତୁତ କରିଥିଲେ ।