Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଶିମିଳିପାଳରୁ ୫ ଶିକାରୀ ଗିରଫ, କୁଟରା ମାଂସ ଜବତ

ବାରିପଦା: ଦିନକୁ ଦିନ ବଢ଼ିବାରେ ଲାଗିଛି ଶିକାରୀଙ୍କ ଦୌରାତ୍ମ୍ୟ । ବନ ବିଭାଗର ସତର୍କତା ସତ୍ତ୍ବେ ବିଭିନ୍ନ ଉପାୟରେ କରୁଛନ୍ତି ଶିକାର । ଏମିତି ଏକ ଶିକାରୀ ଗ୍ରୁପକୁ ଧରିବାକୁ ସକ୍ଷମ ହୋଇଛି ବନ ବିଭାଗ । ଶିମିଳିପାଳ ଅଭୟାରଣ୍ୟ ଅଞ୍ଚଳରୁ ଶିକାର ଅଭିଯୋଗରେ ୫ ଶିକାରୀ ବନ୍ଧା ହୋଇଥିବା ବେଳେ ସେମାନଙ୍କ ପାଖରୁ ମାଂସ ଜବତ ହୋଇଛି ।
ମିଳିଥିବା ସୂଚନା ଅନୁସାରେ, ଠାକୁରମୁଣ୍ଡା ବ୍ଲକ ସାତକୋଶିଆ ବଣ୍ୟପ୍ରାଣୀ ବନାଞ୍ଚଳ ପକ୍ଷରୁ ଚଢ଼ାଉ କରାଯାଇ ୫ ଶିକାରୀଙ୍କୁ ଗିରଫ କରାଯାଇଛି । ସେମାନଙ୍କଠାରୁ ୮କେଜି କୁଟରା ମାଂସ, କୁରାଢ଼ି, ଫାଶ ଆଦି ଜବତ କରାଯାଇଛି । ଗିରଫ ୫ ଶିକାରୀଙ୍କୁ କୋର୍ଟ ଚାଲାଣ କରିଛି ବନ ବିଭାଗ । ସମସ୍ତ ଅଭିଯୁକ୍ତ ଦୁଆରଶୁଣି ଗାଁର l ସେମାନେ ହେଲେ କନ୍ଦା ବର୍ଦା, କାହ୍ନୁ ଚରଣ ବୁଳିଉଲି, ବିଜୟ କୁମାର ବୁଳିଉଲି, ସୋମନାଥ ବୁଳିଉଲି ଏବଂ କମଳାକାନ୍ତ ହୋ । ସାତକୋଶିଆ ବନ୍ୟପ୍ରାଣୀ ବନାଞ୍ଚଳର ସଂରକ୍ଷିତ କମ୍ପାର୍ଟମେଣ୍ଟ- ୮ରେ ଶିକାର କରି ଫେରୁଥିବା ବେଳେ ବନ ବିଭାଗ ହାବୁଡ଼ରେ ପଡ଼ିଥିଲେ l