କର୍ମୀ ସମ୍ମିଳନୀରେ ନିର୍ବାଚନୀ ମନ୍ତ୍ର ଦେଲେ ପ୍ରଣବ ପ୍ରକାଶଘରେ ଘରେ ପହଞ୍ଚୁ ନବୀନଙ୍କ ବିକାଶ ବାର୍ତ୍ତା – ଜୁନ ୯ରେ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବକୁ ଆମେ ମୋଦୀଜୀଙ୍କୁ ନିମନ୍ତ୍ରଣ କରିବୁ ( ପ୍ରଣବ ପ୍ରକାଶ ଦାସ)


ଜମନକିରା : ଶନିବାର କୁଚିଣ୍ଡା ବିଧାନସଭା ନିର୍ବାଚନ ମଣ୍ଡଳୀ ଅର୍ନ୍ତଗତ ବିଭିନ୍ନ ବ୍ଲକରେ ବିଜୁ ଜନତା ଦଳର କର୍ମୀ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଦଳର ସାଂଗଠନିକ ସମ୍ପାଦକ ତଥା ସମ୍ବଲପୁର ଲୋକସଭା ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ଯୋଗଦେଇ ଦଳର କର୍ମକର୍ତ୍ତାମାନଙ୍କ ଉତ୍ସାହିତ୍ କରିଥିଲେ। ସମ୍ବଲପୁର ବର୍ତ୍ତମାନ ରାଜ୍ୟ ରାଜନୀତିର ହଟସ୍ପଟ ପାଲଟିଛି। ଏହି ଆସନ ହାତେଇବାକୁ ବିରୋଧୀ ମିଛ ପ୍ରତିଶୃତିର ସାହାରା ନେଉଛନ୍ତି। କିନ୍ତୁ ଆମେ ରାଜ୍ୟସରକାରଙ୍କ ବିକାଶ କାମର ତାଲିକା ନେଇ ଭୋଟରଙ୍କ ପାଖକୁ ପହଞ୍ଚିବା। ମୁଖ୍ୟମନ୍ତ୍ରୀ ଦେଇଥିବା ବିକାଶ ବାର୍ତ୍ତାକୁ ଘରେ ଘରେ ପହଞ୍ଚାଇବା ବୋଲି କହି କର୍ମୀମାନଙ୍କୁ ଉତ୍ସାହିତ କରିଛନ୍ତି ପ୍ରଣବ ପ୍ରକାଶ। କୁଚିଣ୍ଡା ବିଧାନସଭା ନିର୍ବାଚନ ମଣ୍ଡଳୀ ଅର୍ନ୍ତଗତ ବାମରା ବ୍ଲକର କର୍ମୀମାନଙ୍କୁ ନେଇ କେଶେଇବାହାଲ କର୍ମୀ ସମ୍ମିଳନୀ ଆୟୋଜନ କରାଯାଇଥିଲା। ଶହ ଶହ ସଂଖ୍ୟାରେ ବିଜୁ ଜନତା ଦଳର କର୍ମୀମାନେ ସଭାରେ ଉପସ୍ଥିତ ଥିଲେ। ଏହି ଅବସରରେ ପ୍ରଣବ ପ୍ରକାଶ କହିଥିଲେ ମୁଖ୍ୟମନ୍ତ୍ରୀ ଆଗାମୀ ୧୨ ବର୍ଷ ମଧ୍ୟରେ ଓଡିଶାକୁ ନମ୍ବର ୱାନ କରିବାକୁ ଲକ୍ଷ୍ୟ ରଖିଛନ୍ତି। ତେଣୁକରି ବିଜୁ ଜନତା ଦଳର ଇସ୍ତାହାରରେ ସମସ୍ତ ବର୍ଗର ଲୋକଙ୍କ ଉନ୍ନତି ପାଇଁ ଯୋଜନା ରଖାଯାଇଛି। ଯୁବବର୍ଗଙ୍କ ଉନ୍ନତି ପାଇଁ ସ୍ୱତନ୍ତ୍ର ଭାବରେ ବଜେଟ ପ୍ରସ୍ତୁତ କଥା ହେଉକି। ଓଡିଶାର ମହିଳାମାନଙ୍କୁ ୧୦ ଲକ୍ଷ୍ୟ ପର୍ଯ୍ୟନ୍ତ ବିନା ସୁଧରେ ଋଣ ପ୍ରଦାନ। ସମସ୍ତ କ୍ଷେତ୍ରରେ ଯୁଗାନ୍ତକାରୀ ପରିବର୍ତ୍ତନ କରି ଏକ ବିକଶିତ ଓଡିଶା ଗଠନ ପ୍ରତି ଦୃଷ୍ଟି ଦିଆଯିବ। ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, କ୍ରୀଡା, ଗମନାଗମନ, ପରିବହନ ଏଭଳି ଅନେକ କିଛି ଯୋଜନା ଓ ପ୍ରକଳ୍ପର ସମ୍ଭାର ଭେଟିଦେବେ ନବୀନ ପଟ୍ଟନାୟକ। ସେହିଭଳି ବିଏସକେୱାଇ କାର୍ଡ ଓଡିଶାବାସୀଙ୍କ ପାଇଁ ବରଦାନ ସାବ୍ୟସ୍ତ ହୋଇଛି। କଲେଜ ଛାତ୍ରଛାତ୍ରୀଙ୍କୁ ନୂଆ ଓ ଛାତ୍ରବୃତ୍ତି ପ୍ରଦାନ କରାଯାଉଛି। ଏହି ସବୁ ଯୋଜନାକୁ ଆପଣମାନଙ୍କୁ ପ୍ରତି ଲୋକଙ୍କ ପାଖକୁ ପହଞ୍ଚାଇବାକୁ ପଡିବ ବୋଲି କହିଥିଲେ। ଅପରପକ୍ଷେ ବିଜେପି ସରକାର ଯାହା କହନ୍ତି ତାର ଓଲଟା କରନ୍ତି। ଗତ ନିର୍ବାଚନରେ ୧୫ ଲକ୍ଷ୍ୟ ଟଙ୍କା ଦେବାକୁ କହିଥିଲେ। କୃଷିବୀମା କଥା କହିଥିଲେ କିନ୍ତୁ କିଛିବି ମିଳୁନି। ତେଣୁକରି ସମୟ ଆସିଛି ବର୍ତ୍ତମାନ ସେହି ନେତାଙ୍କୁ ଉଚିତ ଜବାବ ଦେବା ବୋଲି କହିଥିଲେ। ଏହି ଅବସରରେ ଗଣମାଧ୍ୟମ ପ୍ରତିନିଧି ଜୁନ ୧୦ରେ ବିଜେପିର ଶପଥ ଗ୍ରହଣ ଉତ୍ସବକୁ ପ୍ରଧାନମନ୍ତ୍ରୀଙ୍କ ନିମନ୍ତ୍ରଣ ପ୍ରସଙ୍ଗରେ ପ୍ରଶ୍ନ ପଚାରିଥିଲେ। ଏହାର ଉତ୍ତରଦେଇ ପ୍ରଣବ ପ୍ରକାଶ କହିଥିଲେ ମୁଖ୍ୟମନ୍ତ୍ରୀ କହିସାରିଛନ୍ତି, ଦଳର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ବି କହିସାରିଛନ୍ତି ଜୁନ ୯ ତାରିଖରେ ବିଜେଡି ସରକାରର ଶପଥ ଗ୍ରହଣ ଉତ୍ସବ ହେବ। ଆମେ ତାଙ୍କୁ ନିମନ୍ତ୍ରଣ କରିବୁ ଉପସ୍ଥିତ ରହିବା ପାଇଁ ବୋଲି କହିଥିଲେ। କସେଇବାହାଲରେ କାର୍ଯ୍ୟକ୍ରମ ସାରିବା ପରେ ପହଞ୍ଚିଥିଲେ କୁଚିଣ୍ଡା ବ୍ଳକ କର୍ମକର୍ତ୍ତାଙ୍କ ସମ୍ମିଳନୀ କାର୍ଯ୍ୟକ୍ରମରେ। ବକ୍ସମା ଫୁଟବଲ ପଡିଆରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ କର୍ମୀମାନଙ୍କୁ ଉତ୍ସାହିତ କରିଥିଲେ। ଏହାପରେ ଜମନକିରା ବ୍ଲକର କର୍ମକର୍ତ୍ତା ମାନଙ୍କ ସମ୍ମିଳନୀରେ ଯୋଗଦେଇଥିଲେ। ଜମନିକିରା ସ୍ଥିତ ଗୁଣ୍ଡୁରୁଚୁଆଁ ଠାରେ କର୍ମୀ ମାନଙ୍କୁ ନିର୍ବାଚନୀ ମନ୍ତ୍ର ଦେବା ସହିତ ଆପଣମାନେ ହିଁ ଦଳର ସ୍ତମ୍ଭ ବୋଲି ସମ୍ବୋଧନ କରିଥିଲେ। ଏହି କାର୍ଯ୍ୟକ୍ରମ ଗୁଡିକରେ ପ୍ରଣବ ପ୍ରକାଶ ଦାସଙ୍କ ସହିତ କୁଚିଣ୍ଡା ବିଧାନସଭା ପ୍ରାର୍ଥୀ ରାଜେନ୍ଦ୍ର ଛତ୍ରିଆ, ଦେବଗଡ଼ ଓ କୁଚିଣ୍ଡା ବିଧାନସଭା ନିର୍ବାଚନ ମଣ୍ଡଳୀର ନିର୍ବାଚନ ପରିଚାଳନା ଦାୟିତ୍ୱରେ ଥିବା ବିଜୁ ଜନତା ଦଳର ବରିଷ୍ଠ ନେତା ସଞ୍ଜିତ ମହାନ୍ତି ଓ ଅନ୍ୟମାନେ ଉପସ୍ଥିତ ଥିଲେ ।ଜମନକିରା ବ୍ଲକ ଗୁଣ୍ଡରୁଚୁଆଁ ଠାରେ ଏକ କାର୍ଯ୍ୟକର୍ତା ବୈଠକ ଅନୁଷ୍ଠିତ ହୋଇଥିଲା। ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ କୁମୁଦିନୀ ନାୟକ, ଆଦି ପ୍ରସାଦ ମହାକୁଳ, ଶୋଭରାମ ପ୍ରଧାନ, ସୁଜାତା ଖୁଣ୍ଟିଆ, ତନୟା ଧୁରୁଆ, ଆଶ୍ରିତା ଭୋଇ, ମହେନ୍ଦ୍ର ବାଘ, ମିଳନ ଖୁଣ୍ଟିଆ, ସୁଦୀପ ଦେବ ପ୍ରମୁଖ ଉପସ୍ଥିତ ଥିଲେ।