ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ମାମଲାରେ ନୂଆ ମୋଡ । ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଥିବା ବେଳେ ଝିଅର ପ୍ରେମିକ ତାକୁ ମାରି ଝୁଲାଇ ଦେିଥିବା ଅଭିଯୋଗ କରିଛନ୍ତି । ମୃତ ଯୁବତୀ ପେସାରେ ଜଣେ ଡ୍ୟାନସର । ବିଭିନ୍ନ କାର୍ଯ୍ୟକ୍ରମରେ ଡ୍ୟାନ୍ସର ଭାବେ କାମ କରୁଥିଲେ ।
ଅଭିଯୋଗ ଅନୁସାରେ, ମୃତ ଯୁବତୀ ଜଗତସିଂହପୁର ଅଲଣା ଗାଁର ସୁଲୋଚନା ଦାସ । ଡ୍ୟାନ୍ସର ପାଇଁ ସେ ରାଜଧାନୀ ଚାଲି ଆସିଥିଲେ । ଏଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ଡ୍ୟାନ୍ସର ଭାବେ କାମ କରୁଥିଲେ । ସେହି ସମୟରେ ତାଙ୍କର ଜଣେ ଯୁବକଙ୍କ ସହିତ ଦେଖା ହୋଇଥିଲା । ପରବର୍ତ୍ତୀ ସମୟରେ ଉଭୟଙ୍କ ଭିତରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଉଭୟ ରାଜଧାନୀରେ ଏକ ଭଡ଼ା ଘରେ ରହୁଥିଲେ । ସୁଲୋଚନା ବିବାହ କରିବାକୁ ଚାହୁଁଥିବା ବେଳେ ଯୁବକ ଜଣଙ୍କ ରାଜି ହେଉନଥିଲେ । ଯେଉଁଥିପାଇଁ ଉଭୟଙ୍କ ଭିତରେ ବିବାଦ ଦେଖା ଦେଇଥିଲା । ସୁଲୋଚନାଙ୍କୁ ରାସ୍ତାରୁ ହଟାଇବାକୁ ତା’ ପ୍ରେମିକ ମାରି ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।
ଅଭିଯୋଗ ଅନୁସାରେ ଶୁକ୍ରବାର ରାତିରେ ସୁଲୋଚନାଙ୍କ ଘରେ ଥିଲେ ତାଙ୍କ ପ୍ରେମିକ । ଆଉ ସେହି ରାତିରେ ସୁଲୋଚନାଙ୍କ ମୃତ୍ୟୁ ଘଟିଥିଲା । ସୁଲୋଚନାଙ୍କୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ସୁଲୋଚନା ମୃତଦେହ ଝୁଲୁଥିବା ଘର ଚଟାଣରେ ଖାଦ୍ୟ ଏତେତେଣେ ପଡ଼ିଥିବା ବେଳେ ରହିଥିଲା ମଦ ବୋତଲ । ତେଣୁ ତାଙ୍କୁ ହତ୍ୟା କରାଯାଇ ଝୁଲାଇ ଦିଆଯାଇଥିବା ଅଭିଯୋଗ ହେଉଛି ।
ସୁଲୋଚନାଙ୍କ ପରିବାର ଲୋକେ ଏନେଇ ବଡ଼ଗଡ଼ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ସୁଲୋଚନାଙ୍କ ପ୍ରେମିକଙ୍କୁ ଗିରଫ କରି ଉଚିତ ଦଣ୍ଡ ଦେବାକୁ ସେମାନେ ଦାବି କରିଛନ୍ତି । ଅଭିଯୋଗକୁ ଭିତ୍ତିକରି ପୋଲିସ୍ ମାମଲା ରୁଜୁ ଘଟଣାର ତଦନ୍ତ ଚଳାଛି । ସାଇଣ୍ଟିଫିକ୍ ଟିମ୍ ସହାୟତାରେ ପୋଲିସ ମାମଲାର ତଦନ୍ତ ଚଳାଇଛି । ସେପଟେ ଅଭିଯୁକ୍ତ ପ୍ରେମିକ ପ୍ରବର ଚମ୍ପଟ ମାରିଥିବା ଜଣାପଡ଼ିଛି।
ଡ୍ୟାନ୍ସର ପ୍ରେମିକାକୁ ମାରି ଟାଙ୍ଗୀ ଦେଲା ପ୍ରେମିକ !
