Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଲାଙ୍ଗୀର ଓ ବରଗଡ଼ରେ ଆଜି ନବୀନଙ୍କ ପ୍ରଚାର

ଭୁବନେଶ୍ବର: ବିଜେଡି ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କ ପାଇଁ ଆଜି ପଶ୍ଚିମ ଓଡ଼ିଶାରେ ପ୍ରଚାର କରିବେ ନବୀନ ପଟ୍ଟନାୟକ । ପଶ୍ଚିମ ଓଡ଼ିଶାର ଦୁଇଟି ଲୋକସଭା କ୍ଷେତ୍ରର ୪ଟି ସ୍ଥାନରେ ରହିଛି ନବୀନଙ୍କ ପ୍ରଚାର କାର୍ଯ୍ୟକ୍ରମ ।
ନିଜର ଦ୍ବିତୀୟ ନିର୍ବାଚନ ମଣ୍ଡଳୀ କଣ୍ଟାବାଞ୍ଜିର ଦୁଇଟି ସ୍ଥାନରେ ବିଶାଳ ଜନସଭାକୁ ଉଦବୋଧନ ଦେବେ ନବୀନ । ଏଥିପାଇଁ ସକାଳ ୧୦ଟା ୪୫ରେ ଉତକେଲା ଏୟାରପୋର୍ଟରେ ପହଞ୍ଚିବେ ମୁଖ୍ଯମନ୍ତ୍ରୀ । ସେଠାରୁ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ବଙ୍ଗୋମୁଣ୍ଡାକୁ ଯାଇ ଆଶୀର୍ବାଦ ଭିକ୍ଷା କରିବେ । ବିଶାଳ ଜନସଭାକୁ ଉଦବୋଧନ ଦେଇ ମୁରିବାହଲରେ ଜନସଭାରେ ଯୋଗଦେବେ । ସେଠାରୁ ବଲାଙ୍ଗୀର ଯାଇଁ ଦଳୀୟ ପ୍ରାର୍ଥୀଙ୍କ ପାଇଁ ନବୀନ ଆଶୀର୍ବାଦ ମାଗିବେ । ପରେ ଅପରାହ୍ନରେ ବରଗଡ଼ ଯାଇ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି । ନବୀନଙ୍କ ଗସ୍ତକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ସାହ ଦେଖାଦେଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ