Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଚାଲିଛି ଶ୍ରୀଜିଉଙ୍କ ରଥ ତିଆରି, ଚଳଚଞ୍ଚଳ ରଥଖଳା

ପୁରୀ: ଚଳଚଞ୍ଚଳ ପୁରୀ ଶ୍ରୀନଅର ସମ୍ମୁଖ ରଥ ଖଳା । ଚାଲିଛି ରଥ ନିର୍ମାଣ କାର୍ଯ୍ୟ l ଶନିବାର ଠାରୁ ଆରମ୍ଭ ହୋଇଛି ନିର୍ମାଣ କାର୍ଯ୍ୟ । ରଥ ସଂହିତା ଓ ଶିଳ୍ପ ଶାସ୍ତ୍ର ମୁତାବକ ରଥ ନିର୍ମାଣ କାମ ଆରମ୍ଭ ହୋଇଛି l
ରଥ ଅମିନ ଓ ବିଶ୍ୱକର୍ମା ମହାରଣାଙ୍କ ନିର୍ଦ୍ଦେଶରେ କରତିଆ ସେବାୟତ କାର୍ଯ୍ଯ ଆରମ୍ଭ କରିଛନ୍ତି । ରଥ ନିର୍ମାଣ ପାଇଁ ଭୋଇ ସେବାୟତମାନେ ରଥଖଳାରେ ଆବଶକ୍ୟୟ କାଠ ପହଞ୍ଚାଇବା ପରେ କରତୀ ସେବକମାନେ ତୁମ୍ବ ନିର୍ମାଣ ପାଇଁ କାଠ ଚିରଟ କରିଛନ୍ତି l ରଥଖଳାରେ ଚତୁର୍ପାଶ୍ୱରେ ଧଳା କପଡା ଗୁଡ଼ାଯାଇ ରଥ ନିର୍ମାଣ କାର୍ଯ୍ୟ କରାଯାଉଛି l ପ୍ରାଥମିକ ଭାବରେ ତିନି ରଥ ପାଇଁ ୪୨ଟି ଚକ ଆବଶ୍ୟକ ଥିବାବେଳେ ୪୨ଟି ତୁମ୍ବର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛନ୍ତି ବିଶ୍ୱକର୍ମା ଓ କରତୀ ସେବାୟତ l
ତିନି ରଥ ପାଇଁ ଭୋଇ ସେବାୟତମାନେ କାଠ ଯୋଗାଇ ଦେବା ପରେ ରଥର ମୁଖ୍ୟ ବିଶ୍ୱକର୍ମା ନିର୍ଦ୍ଧିଷ୍ଟ ମାପ ଅନୁଯାଇ ତୁମ୍ବ ଗୁଡିକୁ ସାଇଜ କରିଛନ୍ତି l ତୁମ୍ବ ନିର୍ମାଣ ସରିବା ପରେ ଏଥିରେ ବିନ୍ଧ ଅନୁକୂଳ କରାଯାଇ ଖୋଦେଇ ସହ ପଇ ଓ ଅର ପର୍ଯ୍ୟାୟ କ୍ରମେ ନିର୍ମାଣ କରାଯିବ l