ବ୍ରଜରାଜନଗରରେ ଅଳକାଙ୍କ ଡୋର ଟୁ ଡୋର କ୍ୟାମ୍ପେନ


ବ୍ରଜରାଜନଗର: ବିଭିନ୍ନ ଦଳର ପ୍ରାର୍ଥୀ ରୋଡ ଶୋ’ ସଭା ସମିତ ସହ ପ୍ରଚାର ପାଇଁ ବିଭିନ୍ନ ପନ୍ଥା ଆପଣାଉଛନ୍ତି । ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀରେ ବିଜେଡି ଚଲାଇଛି ଡୋର ଟୁ ଡୋର କ୍ୟାମ୍ପେନ୍ । ବିଜେଡି ବିଧାୟିକା ପ୍ରାର୍ଥୀ ଅଳକା ମହାନ୍ତି ଆରମ୍ଭ କରିଛନ୍ତି ପ୍ରଚାର । କର୍ମୀଙ୍କ ସହ ମିଶି ଲଖନପୁର ବ୍ଲକ ଜୋନ-୧ ରେ କରିଛନ୍ତି ପ୍ରଚାର l
ଅଳକା ଚାଲି ଚାଲି ପହଞ୍ଚୁଛନ୍ତି ଭୋଟରଙ୍କ ପାଖକୁ l ଲୋକଙ୍କ ସୁବିଧା ଅସୁବିଧା ବୁଝିବା ସହ ମୁଖ୍ୟମନ୍ତ୍ରୀଙ୍କ ବିକାଶର ବାର୍ତ୍ତା ବିଷୟରେ ଅବଗତ କରାଇ ବିଜେଡିରେ ଭୋଟ ଦେବା ପାଇଁ ଅନୁରୋଧ କରୁଛନ୍ତି l