ଟିଟିଲାଗଡ଼ ସହରରେ ଟୁକୁନି ସାହୁଙ୍କ ଜୋରଦାର ପ୍ରଚାର

ଟିଟିଲାଗଡ଼: ଓଡ଼ିଶାରେ ନିର୍ବଚନ ପ୍ରଚାର ଚରମରେ ପହଞ୍ଚିଛି । ଆରୋପ ପ୍ରତ୍ୟାରୋପରେ କମ୍ପୁଛି ଗାଁଠୁ ସହର । ପ୍ରତିଶ୍ରୁତିର ପାହାଡ଼ ଉଜାଡି ଦେଉଛନ୍ତି ପ୍ରାର୍ଥୀ ଓ ତାଙ୍କ ଦଳ । ଏହାରି ଭିତରେ ସବୁ ପ୍ରାର୍ଥୀ ପ୍ରାଣମୂର୍ଚ୍ଛା ପ୍ରଚାର ଚଲାଇଛନ୍ତି । ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀରେ ବିଜେଡି ସରକାରର ମନ୍ତ୍ରୀ ତଥା ବିଜେଡି ପ୍ରାର୍ଥୀ ଟୁକୁନି ସାହୁ ଜୋରଦାର ପ୍ରଚାର ଚଲାଇଛନ୍ତି ।
ଆଜି ଟିଟିଲାଗଡ଼ ସହରରେ ଟୁକୁନି ପ୍ରଚାର କରିଛନ୍ତି । ବିଜେଡି ସମର୍ଥକମାନେ ତାଙ୍କୁ ଏକ ବାଇକ୍ ରାଲିରେ ସହରର ବିଭିନ୍ନ ଅଞ୍ଚଳ ବୁଲାଇଥିଲେ । ଏହାପରେ ୧ ନମ୍ବର ୱାର୍ଡରୁ ପ୍ରଚାର ଆରମ୍ଭ କରିଥିଲେ ।
ଗତକାଲି ମ୍ୟୁନିସିପାଲିଟିର ୧, ୨ ଓ ୩ ନମ୍ବର ୱାର୍ଡରେ ଘରକୁ ଘର ଓ ଛକ ଛକ ବୁଲି ଲୋକଙ୍କୁ ଭୋଟ ଭିକ୍ଷା କରିଥିଲେ ଟୁକୁନି । ବିଜୁ ଜନତା ଦଳକୁ ଭୋଟ ଦେଇ ମୁଖ୍ୟମନ୍ତ୍ରୀଙ୍କ ହାତ ମୁଠାକୁ ଟାଣ କରିବାକୁ ଭୋଟରଙ୍କୁ କହିଛନ୍ତି । ଲୋକଙ୍କ ପାଇଁ ବିଜୁ ଜନତା ଦଳ ସବୁ ବେଳେ ଅଛି ଓ ରହିବ ।