Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବାବା ଆଖଣ୍ଡଳମଣିଙ୍କ ବିବାହ ପାଇଁ ପ୍ରସ୍ତୁତି ବୈଠକ

ଆରଡି: ଜୁନ ୧୧ ତାରିଖରେ ବାବା ଆଖଣ୍ଡଳମଣିଙ୍କ ପ୍ରସିଦ୍ଧ ଶିବ ବିବାହ । ଏଥିପାଇଁ ଭିସି ମାଧ୍ୟମରେ ଭଦ୍ରକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।
ବରପିତା ଓ କନ୍ୟାପିତା ଚୟନ ପ୍ରକ୍ରିୟା ଅକ୍ଷୟ ତୃତୀୟାରେ ସ୍ଥିରିକୃତ ହୋଇଛି । ଚଳିତମାସ ୨୩ରେ ଲଗ୍ନଥାଳ ଉଠା ନୀତି ସମ୍ପନ୍ନ ହେବ । ପରେ ପୀଠରୁ ଏକ ରଥ ବାହାରି ନିମନ୍ତ୍ରଣ ପତ୍ର ଓ ମଙ୍ଗୁଳା ଗୁଆ ଜିଲ୍ଲା ସମେତ ପଡୋଶୀ ଜିଲ୍ଲାର ସମସ୍ତ ଦେବାଦେବୀଙ୍କୁ ନିମନ୍ତ୍ରଣ କରାଯିବ । ଆସନ୍ତା ଜୁନ ୧୦ରେ ମଙ୍ଗଳକୃତ୍ୟ ନୀତି ସମ୍ପନ୍ନ କରାଯିବା ପରେ ଜୁନ ୧୧ରେ ବୈଦିକ ରୀତିନୀତି ଓ ଲୋକାଚାରରେ ଦେବଦମ୍ପତିଙ୍କ ବିବାହ କାର୍ଯ୍ୟ ଅନୁଷ୍ଠିତ ହେବ । ଶିବବିବାହ ଉତ୍ସବରେ ବିଶେଷ ଆର୍କଷଣ ବରାନୁଗମନ ଶୋଭାଯାତ୍ରା ହୋଇଥିବାରୁ ଦେବଦମ୍ପତିଙ୍କୁ ଦର୍ଶନ କରିବା ସହ ଶୋଭାଯାତ୍ରାରେ ସାମିଲ ହେବା ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବ । ଏହାକୁ ଦୃଷ୍ଟିରେ ରଖି ପୀଠରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ସହିତ ଟ୍ରାଫିକ ବ୍ୟବସ୍ଥା ଉପରେ ଗୁରୁତ୍ବ ଦିଆଯାଇଛି ।
ବୈଠକରେ ଏସପି, ଉପଜିଲ୍ଲାପାଳ ତଥା ମନ୍ଦିର ଟ୍ରଷ୍ଟି, ଜିଲ୍ଲା ସୂଚନା ଲୋକ ସର୍ମ୍ପକ ଅଧିକାରୀ ଉପସ୍ଥିତ ଥିଲେ। ଜିଲ୍ଲା ପୂର୍ତ୍ତ ଓ ଗୃହ ନିର୍ମାଣ ବିଭାଗର ଅଧିକାରୀ, ଧାମନଗର ଏସଡିପିଓ, ଅଗ୍ନିଶମ ବିଭାଗ ଅଧିକାରୀ, ଜଳପରିମଳ ବିଭାଗର ଅଧିକାରୀ, ବିଦ୍ୟୁତ, ପରିବହନ, ବସ ସିଣ୍ଡିକେଟ ଆଦି ସମସ୍ତ ବିଭାଗର ଅଧିକାରୀଗଣ ଯୋଗ ଦେଇଥିଲେ ।