ରୟଗଡ଼ା: ଗୁଡ଼ାରୀ ବ୍ଲକ ଅନ୍ତର୍ଗତ ଏକ ଆମ୍ବ ତୋଟାରୁ ଚିତାବାଘ ଚମଡା ଉଦ୍ଧାର କରିଛି ବନ ବିଭାଗ । ରାୟଗଡା ଡିଏଫ୍ଓଙ୍କୁ ବିଶେଷ ସୁତ୍ରରୁ ସୂଚନା ମିଳିବା ପରେ ରାୟଗଡା ଓ ଗୁଡ଼ାରୀ ରେଞ୍ଜରୁ ଏକ ଟିମ ଗଠନ କରାଯାଇଥିଲା l ଡିଏଫଓଙ୍କ ନିର୍ଦ୍ଦେଶନାରେ ଏସିଏଫ୍ ସନ୍ଦୀପ ପୃଷ୍ଟିଙ୍କ ତତ୍ତ୍ବାବଧାନରେ ଏହି ଟିମ ଚଢ଼ାଉ କରିଥିଲା । ଏଥିରେ ରାଜସ୍ବ ବିଭାଗର କର୍ମଚାରୀ ସାମିଲ ହୋଇଥିଲେ ।
ବିଚିକୋଟ ଗାଁର ଏକ ଆମ୍ବ ତୋଟାରେ ଚମଡା ବେପାର କରିବା ସମୟରେ ୪ ଜଣ ଚମଡା ବେପାରୀଙ୍କୁ ମାଡ଼ି ବସିଲା ବନ ବିଭାଗ l ଗିରଫ ଅଭିଯୁକ୍ତମାନେ ହେଲେ ରବୀନ୍ଦ୍ର ବିଡିକା, ଅକ୍ଷୟ କୁମାର ଓଡ଼ିଆ, ସିମାଞ୍ଚଳ ଶବର, ନିଖିଲ ଗାଣ୍ଟା l ଡମ୍ବସରା ଗାଁର ହଳଧର ଶବରଙ୍କଙ୍କୁ ବିକ୍ରି କରିବା ପାଇଁ ଆଣିଥିବା କହିଥିଲେ ଅଭିଯୁକ୍ତମାନେ l ପରେ ହଳଧରଙ୍କୁ ତାଙ୍କ ଘରୁ ବନ ବିଭାଗ ଗିରଫ କରିଛି । ତା’ନିକଟରୁ ୩ଟି ଗାଡି ଓ ୫ଟି ମୋବାଇଲ ଜବତ କରାଯାଇଛି l
ଚିତାବାଘ ଚମଡ଼ା ଉଦ୍ଧାର, ୫ ଗିରଫ
