ଭୋଟ ଦେବାକୁ ଓଡ଼ିଶା ଦାଦନ ଶ୍ରମିକଙ୍କୁ ଛାଡୁନି ଇଟାଭାଟି ମାଲିକ


ବଲାଙ୍ଗୀର: ଇଟାଭାଟିରେ ବନ୍ଧା ପଡିଛନ୍ତି ଶ୍ରମିକ । ନିର୍ବାଚନ ମହାକୁମ୍ଭରେ ସାମିଲ ହୋଇ ୫ ବର୍ଷ ପରେ ପୁଣି ଥରେ ଭୋଟ ଦେଇ ନିଜ ନେତା ବାଛିବାକୁ ଚାହୁଁଛନ୍ତି । ହେଲେ ଇଟାଭାଟି ମାଲିକ ଶ୍ରମିକମାନଙ୍କୁ ଛୁଟି ଦେଉନାହାନ୍ତି । ଏମିତି ଅଭିଯୋଗ ଆସିଛି ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ଇଚ୍ଛାପଡ଼ା ପଞ୍ଚାୟତରୁ ।
ଏହି ପଞ୍ଚାୟତରୁ ଶହ ଶହ ଶ୍ରମିକ ଦାଦନ ଖଟିବାକୁ ତେଲେଙ୍ଗାନା ଯାଇଛନ୍ତି । ସେଠାରେ ସେମାନେ ଇଟାଭାଟିରେ କାମ କରୁଛନ୍ତି । ଭୋଟ ଦେବାକୁ ଘରକୁ ଫେରିବାକୁ ଶ୍ରମିକମାନେ ଛୁଟି ମାଗିଥିଲେ । ହେଲେ ଇଟାଭାଟି ମାଲିକ ଛୁଟି ଦେବାକୁ ରାଜି ହେଉନାହାନ୍ତି । ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ତେବେ ଭିଡିଓଟି କେଉଁ ଦିନର ସ୍ପଷ୍ଟ ହୋଇ ନଥିଲେ ବି ଏହା ତେଲେଙ୍ଗାନାର ନାରଖୁଡ଼ାର ବୋଲି କୁହାଯାଉଛି ।
ଶ୍ରମିକମାନେ ଯେତେ ବିନତି କଲେ ବି ଛୁଟି ମିଳିବନି ମାଲିକ କହୁଛନ୍ତି । ଯାହକୁ ନେଇ ଶ୍ରମିକ ଓ ଇଟାଭାଟି ମାଲିକଙ୍କ ମଧ୍ୟରେ ଯୁକ୍ତିତର୍କ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି ।