Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅବ୍ୟବସ୍ଥା ମଧ୍ୟରେ ଲକ୍ଷ୍ମୀପୁର ରେ ସମାପ୍ତ ହେଲା ପ୍ରଥମ ପର୍ଯ୍ୟାୟ ନିର୍ବାଚନ, ଟାଣ ଖରାରେ ଘଣ୍ଟା ଘଣ୍ଟା ଅପେକ୍ଷା କଲେ ଭୋଟର…

ଲକ୍ଷ୍ମୀପୁର ୧୩/୦୫ ….କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳି ରେ ଶାନ୍ତି ଶୃଙ୍ଖଳା ର ସହ ମାତ୍ର କିଛି ସମୟ ସକାଶେ ଭୋଟ ଅନୁଷ୍ଠିତ ହୋଇଥିବା ବେଳେ ପରବର୍ତୀ ମୁହୁର୍ତରେ ଅନେକ ଅବ୍ୟବସ୍ଥା ଦେଖିବାକୁ ମିଳିଥିଲା।କେବଳ ଆଦର୍ଶ ବୁଥ ରେ ପାନୀୟ ଜଳ ର ବ୍ୟବସ୍ଥା ସହ ବାହାରେ ଟ୍ୟାଣ୍ଟ, ସେଲ୍ଫି ପଏଣ୍ଟ, ଛୋଟ ଛୁଆ ମାନଙ୍କୁ ରଖିବା ସକାଶେ ଶିଶୁ ବିକାଶ ଯୋଜନା ଦ୍ୱାରା ଶିଶୁ ଗୃହ କରାଯାଇ ଭୋଟର ଙ୍କୁ ସୁବିଧା ଯୋଗାଇ ଦିଆଯାଇ ଥିବା ବେଳେ ଅନ୍ୟ ବୁଥ ଗୁଡିକରେ କୌଣସି ବ୍ୟବସ୍ଥା କରାଯାଇନଥିଲା, ବୁଢା ବୁଢୀ ମାନେ ସମସ୍ତଙ୍କ ଭଳି ଲାଇନ ରେ ଠିଆ ହୋଇ ଭୋଟ ଦେବାକୁ ଅପେକ୍ଷା କରି କରି ମତଦାନ କରିଥିବା ଦେଖିବାକୁ ମିଳିଥିଲା, ପ୍ରାୟ ସମସ୍ତ ବୁଥ ରେ ସକାଳ ବେଳା ଗହଳି ଥିବା କାରଣରୁ ଦିନଦି ଟା ପରେ ଭୋଟ ଦେବାକୁ ଅନେକ ଲୋକେ ଅପେକ୍ଷା କରି ରହିଥିବା କାରଣରୁ ଅପରାହ୍ନ ପରେ ମଧ୍ୟ ପ୍ରବଳ ଗହଳି ହୋଇଥିଲା।ପାଗ ଅନୁକୂଳ ଥିବା କାରଣରୁ ଲୋକେ ବୁଥ ବାହାରେ ଲମ୍ବା ଲାଇନ ରେ ଠିଆ ହୋଇ ନିଜ ପସନ୍ଦ ର ନେତା ଙ୍କୁ ଭୋଟ ଦେବା ପାଇଁ ଅପେକ୍ଷା କରିଥିଲେ।ଲକ୍ଷ୍ମୀପୁର ବ୍ଳକ ଡୁମୁରିପଦର ବୁଥ ରେ କୋରାପୁଟ ସାଂସଦ ପ୍ରାର୍ଥୀନୀ କୌଶଲ୍ୟା ହିକକା ଭୋଟ ପ୍ରଦାନ କରିଥିଲେ , ସେ ତାଙ୍କ ସ୍ୱାମୀ ତଥା ଜିଲ୍ଲା ସଭାପତି ଝିନ ହିକକା ଙ୍କ ସହ ବୁଥ ରେ ପହଂଚି ଭୋଟ ଦେବା ସହ ସମସ୍ତଙ୍କୁ ଭୋଟ ଦେବାକୁ କହିଥିଲେ ।ସେହିପରି ବିଜେପି ବିଧାନ ସଭା ପ୍ରାର୍ଥୀ କୈଳାଶ କୁଲେସିକା ଭାଲୁଯୋଡି ବୁଥ ରେ ଭୋଟ ଦେଇଥିଲେ। ବାର୍ଦ୍ଧ୍ୟକ୍ୟ ଲୋକଙ୍କ ସକାଶେ କୌଣସି ବ୍ୟବସ୍ତା ହୋଇ ନଥିବା କାରଣରୁ ଅସନ୍ତୋଷ ଦେଖାଦେଇଥିଲା। ଦୁର୍ଗମ ଅଞ୍ଚଳ ର କିଛି ମତଦାତା ଚାଲି ଚାଲି ଆସି ଲକ୍ଷ୍ମୀପୁର ଓ ବୁର୍ଜା ରେ ଭୋଟ ଦେଇଥିବା ଦେଖିବାକୁ ମିଳିଥିଲା ।କୁତୁକାଝୋଲା ଓ ଯାନିଗୁଡା ଲୋକେ ଗାଁ ରେ ବିକାଶ କାର୍ଯ୍ୟ କିଛି ହଉନଥିବା କହି ଭୋଟ ବର୍ଜନ ନିଷ୍ପତି ନେଇଥିଲେ କିନ୍ତୁ ବ୍ଳକ ପ୍ରଶାସନ ତରଫରୁ ବୁଝା ସୁଝା କରିବା ପରେ ଭୋଟ ଦେଇଥିଲେ।ଲକ୍ଷ୍ମୀପୁର ସାଙ୍ଗନ୍ନା ହାଇସ୍କୁଲ ର ଆଦର୍ଶ ବୁଥ ରେ ଭୋଟ ଦେବା ପରେ ମତଦାତା ସେଲ୍ଫି ନେଇଁ ମଜା ନେଇଥିଲେ।ଭୋଟ ଦେବାକୁ ଲୋକଙ୍କ ମନରେ ଏତେ ଉତ୍ସାହ ଥିବା ଦେଖିବାକୁ ମିଳିଥିଲା କି ୪ଟା ପରେ ମଧ୍ୟ ଲୋକେ ଭୋଟ ଦେବାକୁ ଆସିଥିଲେ, କିନ୍ତୁ ପୋଲିସ ର ବାରଣ କାରଣରୁ ଲୋକେ ଫେରିଯାଇଥିଲେ, ପାଚେରୀ ଭିତରେ ଥିବା ମତଦାତା ଙ୍କୁ କିନ୍ତୁ ଚିରିକୁଟି ପ୍ରଦାନ କରାଯାଇ ପ୍ରାୟ ୫ଟା ପର୍ଯ୍ୟନ୍ତ ଭୋଟ ନିଆଯାଇଥିଲା। ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳି ରେ ୧୧ଜଣଙ୍କ ଭାଗ୍ୟ ଇଭିଏମ ମେସିନ ରେ ସିଲ ହୋଇ ରହିଥିବା ବେଳେ ଆସନ୍ତା ୪ ତାରିଖ ରେ ପ୍ରକାଶ ପାଇବାକୁ ଥିବା ଫୋଳାଫୋଳ କୁ ଅପେକ୍ଷା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ